ପାର୍ଲାମେଣ୍ଟରେ ଆଗତ ହୋଇଛି ବିଲ୍‌;ଓଭରଟାଇମ୍‌ ପାଇଁ ଲିଖିତ ଅନୁମତି ଆବଶ୍ୟକ

ନୂଆଦିଲ୍ଲୀ,୩୦-୭: ମୋଦି ସରକାରଙ୍କ ପ୍ରସ୍ତାବ ଲାଗୁ ହେଲେ ସମସ୍ତ କମ୍ପାନୀ ଓ ପ୍ରତିଷ୍ଠାନର କର୍ମଚାରୀଙ୍କ ଉପରେ ନିଯୁକ୍ତିଦାତା ଆଉ ହାକିମାତି ଦେଖାଇପାରିବେ ନାହିଁ। କାମ ଶେଷ ପାଇଁ ଓଭର ଟାଇମର ଆବଶ୍ୟକତା ହେଲେ ନିଯୁକ୍ତିଦାତାଙ୍କୁ ସମ୍ପୃକ୍ତ କର୍ମଚାରୀଙ୍କ ଠାରୁ ଏଥିପାଇଁ ଲିଖିତ ଅନୁମତି ନେବାକୁ ହେବ। ତାଙ୍କ ମଞ୍ଜୁରୀ ବିନା କମ୍ପାନୀ ତାଙ୍କୁ ଓଭର ଟାଇମରେ କାମ କରାଇ ପାରିବେ ନାହିଁ। କେବଳ ସେତିକି ନୁହେଁ ତାଙ୍କର ଓଭର ଟାଇମ ପାଇଁ ଦୁଇଗୁଣା ମଜୁରୀ ଦେବାକୁ ପଡିବ।
କର୍ମଚାରୀଙ୍କ କାର୍ଯ୍ୟାଳୟ,ପେସାଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟଦଶା ଉପରେ କୋଡ୍‌ ଅନ୍‌ ଅକୁପେଶନାଲ ସେଫ୍ଟି ହେଲ୍‌ଥ ଆଣ୍ଡ ଓ୍ବାର୍କିଂ କଣ୍ଡିଶନ ୨୦୧୯ ବିଲ୍‌କୁ କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ବାର ଲୋକ ସଭାରେ ଉପସ୍ଥାପନ କରିଛନ୍ତି। ଏଥିରେ ବେସିକ ପେ, ମୁଦ୍ରାସ୍ଫୀତି ଭତ୍ତା ଓ ରିଟେନ୍ସନ ପେ’କୁ ସାମିଲ କରାଯାଇଛି। ବିଲ୍‌ରେ କୁହାଯାଇଛି ଯେ, ନିଯୁକ୍ତିଦାତା କମ୍ପାନୀ କୌଣସି କର୍ମଚାରୀଙ୍କୁ ବିନା ତାଙ୍କର ଲିଖିତ ଅନୁମୋଦନରେ ଓଭର ଟାଇମ କରାଇ ପାରିବେ ନାହିଁ। ନ୍ୟାଶନାଲ ଷ୍ଟାଟିଷ୍ଟିକାଲ ଅଫିସ୍‌(ଏନ୍‌ଏସ୍‌ଓ)ର ପିରିଓଡିକ୍‌ ଲେବର ଫୋର୍ସ ସର୍ଭେ ୨୦୧୭-୧୮ ମୁତାବକ, ଦେଶରେ ଅଧିକାଂଶ କର୍ମଚାରୀ ସପ୍ତାହରେ ୪୮ ଘଣ୍ଟାରୁ ଅଧିକ ସମୟ କାମ କରୁଛନ୍ତି। ଯାହା କି ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ଠାରୁ ଅଧିକ। ସର୍ଭେ ଅନୁଯାୟୀ, ବେତନଭୋଗୀ ଅଥବା ନିୟମିତ କର୍ମୀ ସପ୍ତାହରେ ୫୩ରୁ ୫୬ ଘଣ୍ଟା ପର୍ଯ୍ୟନ୍ତ କାମ କରୁଛନ୍ତି। ସେହିପରି ସ୍ବରୋଜଗାରରେ ନିୟୋଜିତ ବ୍ୟକ୍ତି ସପ୍ତାହରେ ୪୬ରୁ ୫୪ ଘଣ୍ଟା କାର୍ଯ୍ୟ କରୁଥିବା ବେଳେ କାଜୁଆଲ କର୍ମଚାରୀ ୪୩ରୁ ୪୮ ଘଣ୍ଟା କାମ କରୁଛନ୍ତି। ପୂର୍ବରୁ ଓଭର ଟାଇମ ଲାଗି କୌଣସି କର୍ମଚାରୀଙ୍କ ଠାରୁ ଅନୁମତି ନେବାକୁ ପଡୁ ନ ଥିଲା। ଏହା ଆପେ ଆପେ ମିଳିଛି ବୋଲି ଧରିନିଆଯାଉଥିଲା। ତେବେ ସରକାର ନୂଆ ବିଲ୍‌ ମାଧ୍ୟମରେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏଥିରେ କୁହାଯାଇଛି ଯେ, ମାସରେ ସର୍ବାଧିକ ଓଭରଟାଇମ ୧୦୦ ଘଣ୍ଟା ବଦଳରେ ୧୨୫ ଘଣ୍ଟା ହେବ। ଗତ ବର୍ଷ ଏଥିଲାଗି ଜନତାଙ୍କ ଠାରୁ ମତାମତ ଲୋଡାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ଗୋଟିଏ ଦିନରେ ୧୦ ଘଣ୍ଟାରୁ ଅଧିକ କାମ କରାଯାଇପାରିବ ନାହିଁ। କିନ୍ତୁ ବର୍ତ୍ତମାନର ବିଲ୍‌ରେ ଏହାକୁ ସାମିଲ କରାଯାଇନାହିଁ। ବହୁ ବର୍ଷର ପରିଶ୍ରମ ପରେ ଅବଶେଷରେ କେନ୍ଦ୍ର ସରକାର ପୁନର୍ବାର ଶ୍ରମିକଙ୍କ ସ୍ବାର୍ଥରକ୍ଷା ଲାଗି ସଂଗଠିତ ତଥା ଅସଂଗଠିତ ସେକ୍ଟରରେ ଶ୍ରମ ଆଇନ ସଂସ୍କାର ବିଲ୍‌ ୨୦୧୯ ଜରିଆରେ ସର୍ବନିମ୍ନ ମଜୁରି ବୃଦ୍ଧି ଲାଗି ନିଷ୍ପତ୍ତି ନେଇଛନ୍ତି। ଗତଥର ୨୦୧୭ରେ ସରକାର ଏଭଳି ପ୍ରୟାସ କରିଥିଲେ। ପରେ ଏହି ବିଲ୍‌ର ତର୍ଜମା ଲାଗି ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯାଇଥିଲା। କିନ୍ତୁ ଏହାକୁ ପାର୍ଲାମେଣ୍ଟରେ ଅନୁମୋଦନ ମିଳି ନ ଥିଲା। ଏହି ବିଲ୍‌ରେ ଶ୍ରମିକଙ୍କ ବେତନ ସହ ଜଡ଼ିତ ବର୍ତ୍ତମାନର ୪ ଆଇନ ପେମେଣ୍ଟସ ଅଫ୍‌ ଓ୍ବେଜେସ୍‌ ଆକ୍ଟ ୧୯୩୬, ମିନିମମ୍‌ ଓ୍ବେଜେସ୍‌ ଆକ୍ଟ ୧୯୪୯, ପେମେଣ୍ଟ ଅଫ୍‌ ବୋନସ୍‌ ଆକ୍ଟ ୧୯୬୫ ଓ ଇକୁଆଲ ରେମୁନରେଶନ ଆକ୍ଟ ୧୯୭୬କୁ କୋଡ୍‌ରେ ସାମିଲ କରାଯାଇଛି। କୋଡ୍‌ ଅନ୍‌ ଓ୍ବେଜେସ୍‌ରେ ସର୍ବନିମ୍ନ ମଜୁରିକୁ ପ୍ରତ୍ୟେକ ସ୍ଥାନରେ ସମାନ ଭାବେ ଲାଗୁ କରିବାକୁ ବ୍ୟବସ୍ଥା ହୋଇଛି। ଏହାଦ୍ୱାରା ସାରା ଦେଶରେ ଶ୍ରମିକଙ୍କୁ ଏକ ସମାନ ବେତନ ମିଳିବା ସୁନିଶ୍ଚିତ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ରିଲାଏନ୍ସ କମ୍ୟୁନିକେଶନରୁ ଅନୀଲ ଅମ୍ବାନୀଙ୍କ ଇସ୍ତଫା

ମୁମ୍ବାଇ,୧୭-୧୧: ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ରିଲାଏନ୍ସ କମ୍ୟୁନିକେଶନ ୩୦,୧୪୨ କୋଟି ଟଙ୍କା କ୍ଷତି ସହିବା ପରେ ଏହାର ନିର୍ଦ୍ଦେଶକ ପଦବୀରୁ ଅନିଲ ଅମ୍ବାନୀ...

ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା: ସ୍ବାସ୍ଥ୍ୟ ସୁବିଧା ଲାଗି ୫୦ ହଜାର କୋଟିର ଋଣ…

ନୂଆଦିଲ୍ଲୀ,୫।୫: ଦେଶରେ ଜାରି ରହିଥିବା କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାଶ ବୁଧବାର ଏକ...

ଏଜିଆର୍‌ ଦେୟ ପ୍ରଦାନ ମାମଲା: ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତି ଲାଗି ଟେଲିକମ୍‌ କମ୍ପାନୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୨।୬ – ଟେଲିକମ୍‌ କମ୍ପାନୀଗୁଡ଼ିକ ସରକାରଙ୍କୁ ପ୍ରଦାନ କରିବାକୁ ଥିବା ଆଡଜଷ୍ଟେଟେଡ୍‌ ଗ୍ରସ୍‌ ରେଭିନ୍ୟୁ(ଏଜିଆର୍‌) ମାମଲା ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଥିଲେ। ଏହି ଦେୟ...

ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ଏଲ୍‌ଆଇସି ଲିଷ୍ଟିଂ

ନୂଆଦିଲ୍ଲୀ,୧୨।୮: ରାଷ୍ଟ୍ରାୟତ୍ତ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)କୁ ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ପୁଞ୍ଜିବଜାରରେ ଲିଷ୍ଟିଂ ବା ସୂଚୀଭୁକ୍ତ କରାଇବା ଲାଗି ସରକାର ଯୋଜନା...

ସଙ୍କଟରେ ଭାରତୀୟ ଅର୍ଥ ବ୍ୟବସ୍ଥା; ୧୪.୮% ଖସିଯିବ ଜିଡିପି

ନୂଆଦିଲ୍ଲୀ, ୯।୯ : କରୋନା ମହାମାରୀ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଛି। ଏହାର ପ୍ରଭାବରେ ଭାରତୀୟ ଅର୍ଥ ବ୍ୟବସ୍ଥା ଚଳିତ ଆର୍ଥିକ ବର୍ଷ...

ଘରୋଇକରଣକୁ ନିର୍ମଳାଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଶନିବାର ସଂସଦରେ ଦେଶର ବିକାଶ ଓ ଅଭିବୃଦ୍ଧି ସପକ୍ଷରେ ଯୁକ୍ତି ବାଢିଥିଲେ। ସେ କେନ୍ଦ୍ର ସରକାରଙ୍କ ବ୍ୟବସାୟ ନୀତି ଉପରେ...

ଅଟୋ ଯନ୍ତ୍ରାଂଶ କ୍ଷେତ୍ରରେ ନିଯୁକ୍ତି ହରାଇଲେ ୧ ଲକ୍ଷ

ନୂଆଦିଲ୍ଲୀ,୭-୧୨: ଅଟୋ ଯନ୍ତ୍ରାଂଶ କ୍ଷେତ୍ରରେ ଗତ ବର୍ଷେ ମଧ୍ୟରେ ୧ ଲକ୍ଷ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଅକ୍ଟୋବର ୨୦୧୮ ଠାରୁ ଚଳିତ ବର୍ଷ ଜୁଲାଇ...

ରାଣା କପୁରଙ୍କ ବିରୋଧରେ ଇଡି ଚାର୍ଜଶିଟ୍‌

ମୁମ୍ବାଇ,୭।୫: ୟେସ୍‌ ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚାର୍ଜଶିଟ୍‌ ଜାରି କରାଯାଇଛି। ତାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର...

Advertisement


Archives

Model This Week