ପାର୍ବଣରେ ଋଣ ଯୋଗାଣ ଲକ୍ଷ୍ୟ;୩ରୁ ବ୍ୟାଙ୍କଗୁଡିକର ଗ୍ରାହକ ସମ୍ପର୍କ ଅଭିଯାନ

 

ନୂଆଦିଲ୍ଲୀ,୧-୧୦:ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଘରୋଇ କ୍ଷେତ୍ର ବିତ୍ତ ପ୍ରତିଷ୍ଠାନଗୁଡିକ ପକ୍ଷରୁ ଋଣ ଯୋଗାଣ ପାଇଁ ପ୍ରଥମ ପର୍ଯ୍ୟାୟ ଗ୍ରାହକ ସମ୍ପର୍କ ଅଭିଯାନ ଅକ୍ଟୋବର ୩ରୁ ଆରମ୍ଭ ହେଉଛି। ଏହା ଦେଶର ୨୫୦ ସହରରେ ଆୟୋଜନ କରାଯିବ। ପାର୍ବଣ ସମୟରେ ଲୋକଙ୍କ ଚାହିଦାକୁ ଧ୍ୟାନରେ ରଖି ଋଣ ଯୋଗାଣ ନେଇ ବ୍ୟାଙ୍କଗୁଡିକ ଲକ୍ଷ୍ୟ ରଖିଛନ୍ତି। ୪ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଖୁଚୁରା, କୃଷି, ଯାନବାହନ, ବାସଗୃହ, ଶିକ୍ଷା, ପର୍ସନାଲ ବର୍ଗରେ ଋଣ ପ୍ରଦାନ କରାଯିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ଦେଶର ୧୫୦ ସହରରେ ଆୟୋଜନ କରାଯିବାକୁ ଯୋଜନା ରଖାଯାଇଛି। ଦୀପାବଳି ସମୟରେ ଅକ୍ଟୋବର ୨୧ରୁ ୨୫ ଯାଏ ଏହା ଅନୁଷ୍ଠିତ ହେବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବ୍ୟାଙ୍କିଙ୍ଗ ସଂସ୍କାର ସହ ବ୍ୟାଙ୍କ ସେବାକୁ ଲୋକାଭିମୁଖୀ କରିବା ଏବଂ ସେବା ଯୋଗାଣ ଧାରାକୁ ଉନ୍ନତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।
ଗତ ମାସରେ ବାର୍ଷିକ କାର୍ଯ୍ୟଧାରା ସମୀକ୍ଷା ବେଳେ ଦେଶର ୪୦୦ ଜିଲାରେ ଆଉଟରିଚ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହି ଧାରାରେ ଘରୋଇ ବ୍ୟାଙ୍କଗୁଡିକ ଯୋଡି ହେବାକୁ ଇଚ୍ଛା ପ୍ରକଟ କରିଛନ୍ତି। କ୍ୟାମ୍ପଗୁଡିକ ଏମ୍‌ଏସ୍‌ଏମ୍‌ଇ, କ୍ଷୁଦ୍ର ଖୁଚୁରା ବାଣିଜ୍ୟ, ଏଣ୍ଡ କଷ୍ଟମରଙ୍କୁ ସମସ୍ତ ପ୍ରକାରର ଋଣ ସେବା ଯୋଗାଣ ଲାଗି ଓ୍ବାନଷ୍ଟପ ସଲ୍ୟୁଶନ ଭାବେ କାର୍ଯ୍ୟ କରିବ। ପାର୍ବଣ ସମୟରେ ବାଣିଜି୍ୟକ ସଂସ୍ଥାଗୁଡିକୁ ପ୍ରୋତ୍ସାହନ ଏବଂ ଗ୍ରାହକଙ୍କ ନିକଟରେ ନଗଦ ଉପଲବ୍ଧ କରାଇବାକୁ ଏଭଳି କ୍ୟାମ୍ପ ସହାୟକ ହେବ। କାର୍ଯ୍ୟକ୍ରମ ସମ୍ପର୍କରେ ଜଣାଇବା ଲାଗି ଜିଲାସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିଲାଗି ସ୍ଥାନୀୟ ଭେଣ୍ଡର ଆସୋସିଏଶନ, ବାଣିଜି୍ୟକ ପ୍ରତିଷ୍ଠାନ, ଚାମ୍ବର ଅଫ କମର୍ସଙ୍କୁ ମଧ୍ୟ ସାମିଲ କରାଯିବ। ସରକାରଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏଥିରେ ବିଭିନ୍ନ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋବ୍ରା କମାଣ୍ଡୋଙ୍କ ଆତ୍ମହତ୍ୟା

ବିଜାପୁର,୧୯।୮: ଛତିଶଗଡ଼ର ବିଜାପୁରରେ ମାଓବାଦୀ ଦମନ ଲାଗି ମୁତୟନ ଥିବା ସିଆର୍‌ପିଏଫ୍‌ (କୋବ୍ରା) କମାଣ୍ଡୋ ବାଟାଲିୟନର ଜଣେ ଇନ୍ସପେକ୍ଟର ଶୁକ୍ରବାର ପୂର୍ବାହ୍ନରେ ନିଜ ସର୍ଭିସ ରାଇଫଲରୁ ଗୁଳି...

ଆରମ୍ଭ ହୋଇପାରେ ରେଗୁଲାର ଟ୍ରେନ୍‌

ନୂଆଦିଲ୍ଲୀ,୨୫ା୧: କରୋନା ପାଇଁ ରେଲଓ୍ବେ ଏହାର ନିୟମିତ ରେଳ ସେବାକୁ ବନ୍ଦ କରିବାକୁ ପଡିଥିଲା। ଇତିହାସରେ ପ୍ରଥମ ଥର ଲାଗି ରେଲଓ୍ବେର ଚକା ଗଡି ନ ଥିଲା।...

ସ୍ବାସ୍ଥ୍ୟଭିତ୍ତିକ ପ୍ଲାଟଫର୍ମ ଅଲିଭ ରିଡ୍‌ଲେର ଶୁଭାରମ୍ଭ

ଭୁବନେଶ୍ୱର,୧୯।୯: ବର୍ତ୍ତମାନ ସମୟରେ ଉଭୟ ଶାରୀରିକ ବିକାଶ ଓ ମାନସିକ ଶାନ୍ତି ପାଇଁ ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଏପରିକି କିଏ ଜିମ୍‌...

ଭାକ୍‌ସିନ ଆଶା: ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ: ଭାକ୍‌ସିନ ଆଶାରେ ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) କାରବାର ଏହି...

୭୬.୮୦ ସ୍ତରରେ ଟଙ୍କା

ନୂଆଦିଲ୍ଲୀ,୧୭।୪ : ଡଲାର ତୁଳନାରେ ଟଙ୍କା ଲଗାତର ଖସୁଥିବା ନଜରକୁ ଆସିଛି। ଗୁରୁବାର ମଧ୍ୟ ଏହି ଧାରା ଲାଗି ରହିଛି। ଏହି ସମୟରେ ଡଲାର ତୁଳନାରେ...

ଅର୍ଥନୀତି ଧିମା ପଡିଥିବା ଗଭର୍ନରଙ୍କ ସ୍ବୀକାର

ମୁମ୍ବାଇ,୨୦-୮: ବର୍ତ୍ତମାନ ଦେଶର ଅର୍ଥନୀତି ଧିମା ହୋଇଯାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସ୍ବୀକାର କରିଛନ୍ତି। ଏଥିଯୋଗୁ ଆଭ୍ୟନ୍ତରୀଣ ଓ ବାହ୍ୟ...

ବିତ୍ତିୟ ନିଅଣ୍ଟ ଚିନ୍ତା; ଖର୍ଚ୍ଚ କାଟ ନେଇ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୮-୧: ସରକାରଙ୍କ ଖର୍ଚ୍ଚ ବଢିଥିଲେ ମଧ୍ୟ ସେହି ମୁତାବକ ରାଜସ୍ବ ଆସିବା ଏବେ କଷ୍ଟକର ହେଉଛି। ରାଜସ୍ବ ସଂଗ୍ରହ କମିଥିବା ବେଳେ ବିତ୍ତୀୟ ନିଅଣ୍ଟ ବଜେଟ...

ଏଲ୍‌ଆଇସିର ନୂତନ ଉତ୍ପାଦ

ଭୁବନେଶ୍ୱର,୧।୭(ଅଭୟ ଦାଶ): ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି)ର ନୂତନ ଉତ୍ପାଦ ‘ଧନବୃଦ୍ଧି’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ଏଲ୍‌ଆଇସିର ଉକ୍ତ ଯୋଜନା ସୀମିତ ସମୟ...

Advertisement
Archives

Model This Week