ପାର୍କିଂ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ କଲେ ମଲ୍‌ ଖୋଲିବା ମନା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଉଦ୍‌ଘାଟନ ଅପେକ୍ଷାରେ ଥିବା ଉତ୍କଳ କଳିକା ମଲ୍‌କୁ ଲାଗିଛି ଝଟ୍‌କା। ପାର୍କିଂ ସହ ଅନ୍ୟ କେତେକ ବ୍ୟବସ୍ଥା ନ ଥିବାରୁ ମଲ୍‌ ସଂକ୍ରାନ୍ତରେ ଟ୍ରାଫିକ ଡିସିପି ସାଗରିକା ତାଡ଼ ବିଡିଏକୁ ଅବଗତ କରାଇଛନ୍ତି। ପାର୍କିଂ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ କରାଯିବା ପର୍ଯ୍ୟନ୍ତ ମଲ୍‌ ଖୋଲିବାକୁ କମିଶନରେଟ ପୋଲିସ ପକ୍ଷରୁ ମନା କରାଯାଇଛି।
ସୂଚନାଯୋଗ୍ୟ, ଜନଗହଳିପୂର୍ଣ୍ଣ କଳ୍ପନା ଛକରେ ଉତ୍କଳ କଳିକା ମଲ୍‌ ରହିଛି। ଉକ୍ତ ଛକଦେଇ ପ୍ରତିଦିନ ହଜାର ହଜାର ଗାଡ଼ିମୋଟର ଯିବାଆସିବା କରୁଛି। ଗ୍ରାହକ ଓ ବୁଲିବାକୁ ଆସୁଥିବା ଲୋକଙ୍କ ଗାଡିମୋଟର ପାଇଁ ମଲ୍‌ ପକ୍ଷରୁ ସେପରି କୌଣସି ପାର୍କିଂ ବ୍ୟବସ୍ଥା କରାଯାଇ ନାହଁ। ସମ୍ମୁଖରେ ବିଏମ୍‌ସିର ଯେଉଁ ଜାଗା ରହିଛି ତାହାକୁ ମଧ୍ୟ ମଲ୍‌ ସେଲ୍‌ଫି ଜୋନ୍‌ କରିଦେଇଛି। ମଲ୍‌ ସମ୍ମୁଖ ରାସ୍ତାରୁ ଯାତ୍ରବାହୀ ଗାଡ଼ିଗୁଡିକ ଲୋକଙ୍କୁ ଉଠାଇଥାନ୍ତି। ଏହାସହ ଆର୍‌ ଆଣ୍ଡ୍‌ ବି ମଧ୍ୟ ଉକ୍ତ ଛକକୁ ଆହୁରି ପ୍ରଶସ୍ତ କରିବାର ଯୋଜନା ରଖିଛି। ରାସ୍ତା ଚଉଡ଼ା ହେଲେ ମଲ୍‌ ସମ୍ମୁଖ ସଙ୍କୁଚିତ ହୋଇଯିବ। ମଲ୍‌ ଖୋଲିବା ପରେ ସେଠାରେ ଏକ ପ୍ରକାର ଜଟିଳ ଟ୍ରାଫିକ ସମସ୍ୟା ଦେଖାଦେବ। ଭବିଷ୍ୟତକୁ ଦୁଷ୍ଟିରେ ରଖି ଟ୍ରାଫିକ ଡିସିପି ବିଡିଏକୁ ଏସମ୍ପର୍କରେ ଅବଗତ କରାଇବା ପରେ ମଲ୍‌କୁ ନୋଟିସ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ମଲ୍‌ କର୍ତ୍ତୃପକ୍ଷ ତରବରିଆ ଭାବେ ଖୋଲିବା ପାଇଁ ଯୋଜନା କରୁଛନ୍ତି। ମଲ୍‌ ଥିବା ସ୍ଥାନରେ ବିଭିନ୍ନ ସମସ୍ୟା ଥିବାରୁ ଆଗାମୀ ଦିନରେ ଏହାକୁ ନେଇ ଏକ ବୈଠକ ବସିବ। ମଲ୍‌ ବନ୍ଦ ହେବ ନା ଅନ୍ୟ ସମସ୍ତ ବ୍ୟବସ୍ଥା କରାଯାଇ ଖୋଲାଯିବ ତାହା ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଡିସିପି ନାଥ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ସକାଳୁଆ ବ୍ୟାଙ୍କ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ସରକାରୀ ଅଫିସ ଏବଂ ବ୍ୟାଙ୍କଗୁଡିକ ଚଳାଇବା ନେଇ ରାଜସ୍ବ ବିଭାଗ ପକ୍ଷରୁ ଗତ ୧୭ତାରିଖରେ ଯେଉଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ସେଥିରେ ସାମାନ୍ୟ ପରିବର୍ତ୍ତନ...

ବାତ୍ୟା ଅମ୍ପନ ତାଣ୍ଡବ: ପଶ୍ଚିମବଙ୍ଗରେ ଧନଜୀବନ କ୍ଷତିକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ; ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ସାମୁଦ୍ରିକ ଝଡ ଅମ୍ଫନ କେବଳ ଓଡିଶା ନୁହେଁ, ପଶ୍ଚିମବଙ୍ଗରେ ମଧ୍ୟ ବ୍ୟାପକ କ୍ଷତି ଘଟାଇଛି। ସେଠାରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ବହୁ...

ବାର୍‌ହା ଉପଦ୍ରବ ସୀମାପାର

ରାସୋଳ, ୧୯ ।୧୧(ଡି.ଏନ୍‌.ଏ.) ବିହନ ବୁଣିବା ସମୟରେ ବର୍ଷା ହେଲାନି। ଧାନ ତଳି ଉଠିବାଠାରୁ ରୋଇବା ଯାଏ ପାଣି ପାଇଁ ସଂଘର୍ଷ କଲେ ଚାଷୀ। ବଡ଼...

ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ହଡ଼ପ

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ରାଜ୍ୟର ବିଭିନ୍ନ ବିଭାଗ ଏବଂ ସରକାରୀ ଉଦ୍ୟୋଗଗୁଡ଼ିକରେ ଥିବା କେତେଜଣ ଅଧିକାରୀ ନିଜ କର୍ତ୍ତବ୍ୟରେ ଅବହେଳା କରିବା ସହ ସରକାରୀ ଅର୍ଥକୁ ହଡ଼ପ କରିବାକୁ...

ରାଜ୍ୟରେ ସୁସ୍ଥ ହେଲେ ୩୦୯ କରୋନା ଆକ୍ରାନ୍ତ

ଭୁବନେଶର,୨୧।୧୨: ରାଜ୍ୟରେ ସୋମବାର ୩୦୯ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ମୋଟ ୩,୨୧,୯୫୬ରେ ପହଞ୍ଚିଛି। ଅନୁଗୁଳ ଜିଲ୍ଲାରୁ...

ନୂଆ ମୋଟର ଆଇନ ଲାଗୁ ପରେ ମଦ ବ୍ୟବସାୟ ମାନ୍ଦା: କମିଛି ୨୫% ବ୍ୟବସାୟ, ଚିନ୍ତାରେ ମାଲିକ

ଭୁବନେଶ୍ୱର, ୭ା୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନୂଆ ମୋଟରଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ଲାଗୁ ହେବା ପରେ ଏହାର ପ୍ରଭାବ ମଦ ବ୍ୟବସାୟ ଉପରେ ପଡ଼ିଛି। କାରଣ...

ବିଜ୍ଞାନ ଜ୍ଞାନ ବଢ଼ାଉଛି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର

ଢେଙ୍କାନାଳ ଅଫିସ,୨୮ା୨ (ରତନ ନାୟାର): ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ପକ୍ଷରୁ ଗୋଟିଏ ଲେଖାଏ ଆଞ୍ଚଳିକ ବିଜ୍ଞାନ...

ବଜାରରେ ଅସମ୍ଭାଳ ଭିଡ଼

କାମାକ୍ଷାନଗର, ୧୯।୫(ଡି.ଏନ.ଏ.) – ସାମାଜିକ ଦୂରତ୍ୱ, ମାସ୍କ, ସଙ୍ଗରୋଧ କରୋନା ପ୍ରତିରୋଧ ଲାଗି ସବୁଠୁ ବଡ଼ ଉପାୟ ବୋଲି କୁହାଯାଉଛି। ଦେଶରେ କୋଭିଡ୍‌-୧୯ ଆତଙ୍କ ଦେଖାଦେବା...

Advertisement
Archives

Model This Week