ପାରିବାରିକ କଳହରୁ ହତ୍ୟାକାଣ୍ଡ: ବଡ଼ଭାଇଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ମୃତ, ଦୈତାରୀ ପୋଲିସର ତଦନ୍ତ ଆରମ୍ଭ

କେନ୍ଦୁଝର,୨।୧୦(ସ୍ବ.ପ୍ର): କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ରେବଣା(ରାଘପୁର) ସାହିରେ ମଙ୍ଗଳବାର ପାରିବାରିକ କଳହକୁ କେନ୍ଦ୍ର କରି ବଡଭାଇଙ୍କ ଟାଙ୍ଗିଆ ଚୋଟରେ ସାନଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କରଣ ମୁର୍ମୁ(୧୭)।

ସୂଚନାନୁଯାୟୀ, ସନ୍ଧ୍ୟାରେ ବଡ଼ଭାଇ ରେପ ମୁର୍ମୁ ଘରକୁ କୁକୁଡ଼ା ଆଣିଥିଲେ। ଘରେ ରୋଷେଇ ହେବା ପରେ ରେପ ଏବଂ ସାନଭାଇ କରଣଙ୍କ ମଧ୍ୟରେ ଘର ଭାଗବଣ୍ଟାକୁ ନେଇ କଳହ ସୃଷ୍ଟି ହୋଇଥିଲା। ରେପ ତିଆରି କରିଥିବା ନୂଆ ଘରେ କରଣଙ୍କୁ ଭାଗ ନ ଦେବା ପାଇଁ ଚାହୁଁଥିଲେ। ବଡ଼ଭାଇଙ୍କ ରାଗକୁ ଦେଖି କରଣ ଜମିରେ ଫସଲ ଜଗିବା ପାଇଁ ଚାଲିଯାଇଥିଲେ। ହେଲେ ସେ ସାଙ୍ଗରେ ପଡ଼ୋଶୀ ରଘୁ ମାରାଣ୍ଡିଙ୍କୁ ନେବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ। କରଣଙ୍କ ପଛେ ପଛେ ରେପ ଟାଙ୍ଗିଆ ଧରି ହତ୍ୟା କରିବା ପାଇଁ ରଘୁଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସେ ସାନଭାଇଙ୍କ ପଛପଟ ମୁଣ୍ଡକୁ ଟାଙ୍ଗିଆରେ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ କରଣଙ୍କ ମୃତ୍ୟୁ ଘଟିଥିଲା। ପଡ଼ୋଶୀମାନେ ରେପଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଦୈତାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ମୃତଦେହକୁ ବ୍ୟବଚ୍ଛେଦ କରିବା ନିମନ୍ତେ ଆନନ୍ଦପୁର ମେଡିକାଲକୁ ପଠାଇଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ: ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ଛତିଆ,୧୨।୯(ଡି.ଏ.ଏନ.): ଯାଜପୁର ଜିଲାର ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ପଞ୍ଚାୟତର ଅମରାବତୀ ପାଟଣା ଗଁ।ର ଏକ ଦୋକାନରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଉକ୍ତ...

ଝରକା ଭାଙ୍ଗି ସୁନା, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜୁନାଗଡ଼,୧୪ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ଗ୍ରାମର ଫକୀର ମୋହନ ପଣ୍ଡାଙ୍କ ଘରୁ ଦୁର୍ବୃତ୍ତମାନେ ଝରକା ଗ୍ରୀଲ୍‌ ଭାଙ୍ଗି ସୁନା,ଟଙ୍କା,ମୋବାଇଲ ଚୋରି କରିନେଇଛନ୍ତି।...

ବାପାଙ୍କ ସହ ଦୁଇବର୍ଷର ଶିଶୁକନ୍ୟାଙ୍କୁ କରୋନା: ନିଷିଦ୍ଧାଞ୍ଚଳ ହେବ ଏକାଧିକ ସ୍ଥାନ

ଦାରିଙ୍ଗବାଡ଼ି,୨୭।୭(ଡି.ଏନ୍‌.ଏ): କନ୍ଧମାଳ ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସୋମବାର ଜିଲାରେ ନୂଆ ୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା କନ୍ଧମାଳ...

ବରଗଡ଼ରେ କୋଭିଡ ଟିକାକରଣ ଆରମ୍ଭ

ବରଗଡ଼ ଅଫିସ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କୋଭିଡ ଟିକାକରଣର ଶୁଭାରମ୍ଭ କରିବା ପରେ ବରଗଡ଼ ଜିଲାରେ ମଧ୍ୟ ଏହି ପ୍ରକିୟା ଆରମ୍ଭ ହୋଇଛି। ବରଗଡ଼...

ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୪ା୧୨(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ମଙ୍ଗଳବାର ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ଲୋକଙ୍କ ଏତଲା କ୍ରମେ ଦିଗପହଣ୍ଡି...

ସୁନ୍ଦରଗଡ଼ରେ ସରପଞ୍ଚଙ୍କ ସମେତ ୭ କରୋନା ଆକ୍ରାନ୍ତ ଚିହ୍ନଟ: ଡମକୁଡ଼ା ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ସୁନ୍ଦରଗଡ଼,୯।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ସରପଞ୍ଚ ଥିବା ବେଳେ ଦୁଇଜଣ ଜଗୁଆଳୀ ଏବଂ ସବ୍‌ଡେଗା...

ଗାଁ ଜଳାର୍ଣ୍ଣବ, ଧୋଇଗଲା ଅସ୍ଥାୟୀ ପୋଲ

ପାଟପୁର,୨୫ା୧୦(ଡି.ଏନ.ଏ.)- ସାନଖେମୁଣ୍ଡି ଅଞ୍ଚଳରେ ବୁଧବାର ସକାଳୁ ଜାରି ରହିଛି ଲଗାଣ ବର୍ଷା। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବୁଧବାର ପୋଚକା ନାଳ ଉପରମୁଣ୍ଡରେ ଲଗାଣ...

ମନମୋହୁଛି ବାଲିଡ଼ିହା ଡ୍ୟାମ୍‌

ବାରିପଦା ଅଫିସ,୧୯।୮- ଋତୁ ଅନୁଯାୟୀ ମୟୂରଭଞ୍ଜ ଜିଲାରେ ଭରପୁର ଥିବା ସବୁଜ ସୁନ୍ଦର ଓ ପ୍ରାକୃତିକ ଶୋଭା ଅନେକ ପର୍ଯ୍ୟଟକଙ୍କୁୁ ଆକର୍ଷିତ କରିଥାଏ। ବର୍ଷାଋତୁରେ ପର୍ଯ୍ୟଟକଙ୍କ...

Advertisement
Archives

Model This Week