ପାରିବାରିକ କଳହରୁ ଆତ୍ମହତ୍ୟା ଅଭିଯୋଗ

ହିଞ୍ଜିଳିକାଟୁ,୨୪।୭(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ରାଜାତୋଟା ସାହିର ଜଣେ ବ୍ୟକ୍ତି ମଙ୍ଗଳବାର ପରିବାରବର୍ଗଙ୍କ ଅନୁପସ୍ଥିତିରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଏ. ଲକ୍ଷ୍ମୀ ନାରାୟଣ ଆଚାରୀ (୪୫)। ସେ ରାସ୍ତା କଡ଼ରେ ଫାଷ୍ଟଫୁଡ୍‌ ଦୋକାନ କରି ଗୁଜରାଣ ମେଣ୍ଟାଉଥିଲେ। ବେପାରରେ ତାଙ୍କ ସ୍ତ୍ରୀ ସହଯୋଗ କରୁଥିଲେ। କିଛିଦିନ ଧରି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ମନାନ୍ତର ହେତୁ ସେ ବେପାର କରିବାକୁ ଯାଉ ନ ଥିଲେ ବୋଲି ଶୁଣିବାକୁ ମିିଳିଛି। ତାଙ୍କର ସ୍ତ୍ରୀ ଉକ୍ତ ବେପାର ସମ୍ଭାଳୁଥିଲେ। ମଙ୍ଗଳବାର ରାତିରେ ମହିଳା ଜଣକ ଦୋକାନ ବନ୍ଦ କରି ଘରକୁ ଫେରି ସ୍ବାମୀଙ୍କୁ ଫ୍ୟାନ୍‌ରେ ଝୁଲୁଥିବା ଦେଖିଥିଲେ। ଏଥିନେଇ ସାହିପଡ଼ିଶାଙ୍କୁ ମହିଳା ଜଣକ ଜଣାଇବା ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପୋଲିସ ପକ୍ଷରୁ ବୁଧବାର ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର  ଡାକ୍ତରଖାନା ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କେସ ନଂ ୧୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଶହ ଦଳିତ ପରିବାରଙ୍କୁ ବାସନ୍ଦ

ବ୍ରହ୍ମପୁର ଅଫିସ,୩।୧୨: ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ହରିଡ଼ାପଦରରେ ଜାତିଗତ ଭେଦ ଭାବ ନେଇ ପ୍ରାୟ ୨ଶହ ଦଳିତ ପରିବାରଙ୍କୁ ସାମାଜିକ ବାସନ୍ଦ କରାଯାଇଛି।...

ବସ୍‌ କର୍ମଚାରୀଙ୍କୁ ଆକ୍ରମଣ, ୨ ଅଟକ

ଭଞ୍ଜନଗର,୪।୧୧(ଡି.ଏନ.ଏ)-ଭଞ୍ଜନଗର ବସ୍‌ଷ୍ଟାଣ୍ଡରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟାକଳାପ ବଢ଼ୁଛି। କେତେବେଳେ ଘରୋଇ ବସ୍‌ ଆଗପଛ ଯିବାକୁ ନେଇ କର୍ମଚାରୀ- କର୍ମଚାରୀ ମଧ୍ୟରେ ବିବାଦ ହେଉଛି ତ...

ଗଞ୍ଜାମ ଜିଲାରେ ଖୋଲିବ ୫ ନୂତନ କୋର୍ଟ 

ପୁରୁଷୋତ୍ତମପୁର,୬/୭(ଡିଏନ୍ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ସିଭିଲଜଜ୍ (ସିନିୟର ଡିଭିଜନ)ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟ ପ୍ରତିଷ୍ଠା ଲାଗି ଦିର୍ଘ ଦିନ ହେଲା ଓକିଲ ସଂଘ ପକ୍ଷରୁ...

ଗଞ୍ଜାମ ଜିଲାପାଳଙ୍କ ନାମରେ ଫେକ୍‌ ହ୍ବାଟ୍ସଆପ୍‌

ବ୍ରହ୍ମପୁର ଅଫିସ,୮ା୭: ସାଇବର ଠକମାନେ ସାଧାରଣ ଲୋକଙ୍କୁ ଠକି ଟଙ୍କା ଲୁଟି ନେଉଥିବା ଘଟଣା ନେଇ ବାରମ୍ବାର ଥାନାରେ ଏତଲା ହେଉଛି। ହେଲେ ବର୍ତ୍ତମାନ ଗଞ୍ଜାମ...

ଦୁଇ ବାଇକ୍‌ ଧକ୍କା : ୨ ମୃତ

ଆସିକା,୨୨ା୩ (ଡି.ଏନ୍‌.ଏ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା କ୍ଷେତ୍ରୀୟବରପୁର-କୁଲାଙ୍ଗି ରାସ୍ତାର ପଳାସପଲ୍ଲୀ ନିକଟରେ ଶନିବାର ରାତି ପ୍ରାୟ ସାଢେ ୮ଟାରେ ୨ ବାଇକ ଧକ୍କା ହେବାରୁ...

ଭୀଷ୍ମଗିରିରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ: ୨ ଛାତ୍ର ଗିରଫ

ବ୍ରହ୍ମପୁର ଅଫିସ୍‌,୨୧ା୧୧- ଅବକାରୀ ବିଭାଗ ବୁଧବାର ପୃଥକ୍‌ ଭାବେ ଦୁଇଟି ସ୍ଥାନରେ ଚଢାଉ କରି ୨୨.୨୨୦ କେଜି ଗଞ୍ଜେଇ ଜବତ କରିଛି। ୨ ଜଣ ଗଞ୍ଜେଇ...

୧୦ ଗାଡ଼ିରୁ ଜରିମାନା ଆଦାୟ

ହିଞ୍ଜିଳିକାଟୁ,୪ା୬(ଡି.ଏନ୍‌.ଏ.)- ଘୋଡ଼ାହାଡ଼ ଓ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଏବଂ ବିଭିନ୍ନ ପାହାଡ଼ରୁ ମୋରମ ଓ ମାଟି ଚୋରାଚାଲାଣ ହେଉଥିବା ବେଳେ ହିଞ୍ଜିଳିକାଟୁ ତହସିଲ...

ଟିକା ପ୍ରମାଣପତ୍ର ନ ଲଗାଇଲେ ଏଥର ଖୋଲିବନି ଦୋକାନ

ଛତ୍ରପୁର,୨୨।୬(ଡି.ଏନ୍‌.ଏ.): କୋଭିଡର ତୃତୀୟ ଲହରଠାରୁ ବର୍ତ୍ତିବା ପାଇଁ ସମସ୍ତ ଗଞ୍ଜାମ ଜିଲାବାସୀଙ୍କ ଟିକାକରଣ ଜରୁରୀ। ତେଣୁ ଟିକାକରଣ କାର୍ଯ୍ୟକ୍ରମର ସଫଳ ଓ ସଠିକ ପରିଚାଳନା ହେବା...

Advertisement
Archives

Model This Week