Posted inଫୁରସତ

ପାରା-କୁକୁର ଛୁଆ ବନ୍ଧୁତ୍ୱ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନ୍ୟୁୟର୍କ,୧୯।୨: ଗୋଟିଏ ପ୍ରଜାତିର ପ୍ରାଣୀଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହେବା ସାଧାରଣ କଥା। ତେବେ ଭିନ୍ନ ଭିନ୍ନ ପ୍ରାଣୀଙ୍କ ମଧ୍ୟରେ ବନ୍ଧୁତ୍ୱ ଦେଖାଯିବା ଏକ ନିଆରା ସମ୍ପର୍କ। ନ୍ୟୁୟର୍କର ରୋଚେଷ୍ଟରରେ ଥିବା ଏକ ଉଦ୍ଧାରକାରୀ ସଂଗଠନ ମିଆ ଫାଉଣ୍ଡେଶନ୍‌ରେ ଥିବା ପାରା ଏବଂ କୁକୁର ଛୁଆ ମଧ୍ୟରେ ରହିଥିବା ବନ୍ଧୁତ୍ୱ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୮ ସପ୍ତାହର ଧଳା ରଙ୍ଗର କୁକୁର ଛୁଆ ଲୁଣ୍ଡିର ପଛ ଗୋଡ଼ ସ୍ବାଭାବିକ ଭାବେ କାମ କରୁ ନାହିଁ। କୁକୁର ଛୁଆଟି ଉଡ଼ିପାରୁ ନ ଥିବା ପାରା ହେର୍‌ମାନ୍‌ ସହିତ ବନ୍ଧୁତା କରିଛି। ମିଆ ଫାଉଣ୍ଡେଶନ ପକ୍ଷରୁ ଦୁଇ ବନ୍ଧୁଙ୍କ ଫଟୋ ଏବଂ ୧୪ ସେକେଣ୍ଡର ଏକ ଭିଡ଼ିଓ ଫେସବୁକ୍‌ରେ ଶେୟାର କରାଯାଇଛି। ଇତିମଧ୍ୟରେ ଫଟୋକୁ ୪୫ ହଜାରରୁ ଅଧିକ ଥର ଶେୟାର କରାଯାଇଥିବାବେଳେ ଭିଡ଼ିଓକୁ ଲକ୍ଷେ ୧୯ ହଜାର ୬ଶହ ୭୫ ଥର ଦେଖାଯାଇଛି। ଏହାକୁ ୨୧ ହଜାରରୁ ଅଧିକ ଲାଇକ୍‌ ମିଳି ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିତିଗଲାଣି ୨୨ ବର୍ଷ; ହେଲେବି ଯବାନଙ୍କ ମନରୁ ଲିଭିନି କାର୍‌ଗିଲର ସ୍ମୃତି…

୧୯୯୯ ମସିହା ମେ’ ମାସର କଥା । ପାକିସ୍ତାନୀ ସୈନ୍ୟ କାର୍‌ଗିଲ ସେକ୍ଟରରେ ଥିବା ଭାରତୀୟ ସୀମାକୁ ଉଲ୍ଲଙ୍ଘନ କରିି ତାକୁ ଅକ୍ତିଆର କରିନେଇଥାଆନ୍ତି। ଆଉ...

ଏଥର ଶୁଭିଲାନି ବୋଲ୍‌ ବମ୍‌

ପୁଣି ଶ୍ରାବଣ ମାସ ଆସିଛି, ବର୍ଷା ପାଣିରେ ଶୁଖିଲା ନଈ ଭରିଯାଇଛି, ଚାରିଆଡ଼େ ଶୈବପୀଠ ବି ଅଛି। ହେଲେ ନା ଅଛି ଦଳଦଳ ହୋଇ ବାହୁଙ୍ଗିରେ...

ଏହି ରେଷ୍ଟୁରାଣ୍ଟରେ ମିଳେନାହିଁ ଆମିଷ ବା କ୍ଷୀରରେ ତିଆରି ଖାଦ୍ୟ

ସ୍ବିଜରଲାଣ୍ଡର ଜ୍ୟୁରିଖରେ ରହିଛି ଏମିତି ଏକ ରେଷ୍ଟୁରାଣ୍ଟ ଯେଉଁଠି ଶହେ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଆମିଷ ଅବା କ୍ଷୀରରେ ତିଆରି ଖାଦ୍ୟ ପରସା ଯାଇନାହିଁ।...

ଚମତ୍କାରୀ ପାହାଡ଼ : ଏଠାରେ ଲୁଚି ରହିଛି ଯୌବନ ଏବଂ ସୌନ୍ଦର୍ଯ୍ୟତାର ରାଜ୍‌

ଭାରତରେ ଏମିତି ଏକ ପାହାଡ଼ ରହିଛି ଯେଉଁଠି ଯୌବନ ଏବଂ ସୌନ୍ଦର୍ଯ୍ୟତାର ରାଜ୍‌ ଲୁଚି ରହିଛି। ଏହି ପାହାଡ଼ ହରିୟାଣାରେ ରହିଛି। ଆରାବଳୀ ପର୍ବତଶୃଙ୍ଗ ନିକଟରେ...

ପୃଥିବୀ ମୁହାଁ ୬୦ ବର୍ଷ ତଳେ ନିଖୋଜ ହୋଇଥିବା ରକେଟ

ଓ୍ବାଶିଂଟନ, ୨୬।୯: ଗତ ୬୦ ବର୍ଷ ତଳେ ୧୯୬୦ରେ ମହାକାଶରେ ନିଖୋଜ ହୋଇଯାଇଥିବା ଏକ ରକେଟ ଏବେ ପୃଥିବୀ ମୁହାଁ ହୋଇଛି। ଏନେଇ ନାସା ପକ୍ଷରୁ...

୫୭୦୦ ଲକ୍ଷ ବର୍ଷ ପୁରାତନ ପ୍ରାଣୀ ଜୀବାଶ୍ମର ମିଳିଲା ସନ୍ଧାନ

ଭୋପାଳ,୧୦।୨: ମଧ୍ୟପ୍ରଦେଶର ଭୋପାଳ ଠାରୁ ୪୦ କିଲୋମିଟରର ଦୂରରେ ଥିବା ୟୁନେସ୍କୋ ଦ୍ୱାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇ ଥିବା ଭୀମ୍‌ବେଟ୍‌କାରେ ୫୭୦୦ ଲକ୍ଷ...

ସମୟର ଆହ୍ବାନ ଲିଙ୍ଗଗତ ସମାନତା

ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଆସିବା ସ୍ବାଭାବିକ। ସମସ୍ୟାର ସମାଧାନର ପଥ ଖୋଜିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ପୁରୁଷମାନଙ୍କ କ୍ଷେତ୍ରରେ ସମାଜରେ ଦେଖାଦେଉଥିବା ବିଭିନ୍ନ...

ସବୁଠୁ ବଡ଼ ହାତ ତିଆରି ବହି

ଖଟରେ ଶୋଇ ବହି ପଢ଼ିବା ଅଭ୍ୟାସ ଅନେକଙ୍କର ଥାଏ। ତେବେ ଆମେ ଏଠି ଯେଉଁ ବହି କଥା କହୁଛୁ ତା’ର ପୃଷ୍ଠା ଓଲଟାଇବା ପାଇଁ ଆବଶ୍ୟକ...

Advertisement


Archives

Model This Week