ପାରାଦୀପ ପୋର୍ଟରେ ଅତ୍ୟାଧୁନିକ ଟର୍ମିନାଲ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ,୨୯-୧୧: ଜେଏସ୍‌ଡବ୍ଲ୍ୟୁ ଗ୍ରୁପର ଅଂଶବିଶେଷ ଜେଏସ୍‌ଡବ୍ଳ୍ୟୁ ଇନଫ୍ରାଷ୍ଟ୍ରକଚର ପକ୍ଷରୁ ପାରାଦୀପ ବନ୍ଦରରେ ଅତ୍ୟାଧୁନିକ ଲୁହାପଥର ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଛି। ବାର୍ଷିକ ୧୮ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଏବଂ ୩୭୦ ମିଟର ଏହି ଲମ୍ବା ଟର୍ମିନାଲ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିକଶିତ କରାଯାଇଛି। ଲୁହାପଥର ଏବଂ ପେଲେଟ ରପ୍ତାନି ଲାଗି ବୃହତ୍ତ ଆକାରର ଜାହାଜ ଏଠାରେ ପରିଚାଳନା କରାଯାଇ ପାରିବ। ଏଠାରେ ଦୈନିକ ୧ ଲକ୍ଷ ଟନ୍‌ ମାଲ ଲୋଡ କରାଯାଇ ପାରିବ। ଉକ୍ତ ଟର୍ମିନାଲ ସ୍ଥାପନ ଲାଗି କମ୍ପାନୀ ୭୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛି। ସମୁଦ୍ର ପଥରେ ଲୁହାପଥର ପରିବହନ ଲାଗି ପାରାଦୀପ ଏକ ଆକର୍ଷଣୀୟ ସ୍ଥାନ ପାଲଟିଥିବା ଜେଏସ୍‌ଡବ୍ଳ୍ୟୁ ଇନଫ୍ରାଷ୍ଟକଚରର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଅରୁଣ ମାହେଶ୍ୱରୀ କହିଛନ୍ତି। ଏହା ଦ୍ରୁତ ବେଗରେ ମାଲ୍‌ ବୋଝେଇ ଏବଂ ମାଲ ପରିଚାଳନା କ୍ଷତିକୁ କମାଇବା ଦିଗରେ ସହାୟକ ହୋଇ ପାରିବ। ଗ୍ରୀନ ଫିଲ୍ଡ ଏବଂ ବ୍ରାଉନଫିଲ୍ଡ ଜରିଆରେ ଲକ୍ଷ୍ୟ ହାସଲ ଲାଗି ଯୋଜନା ହାତକୁ ନିଆଯାଇଥିବା ମାହେଶ୍ୱରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୩ ବର୍ଷରେ ସୁନା ୧୦ ଗ୍ରାମ୍‌ ଦାମ୍‌ ବଢ଼ିଛି ୬୦୦ ଗୁଣା: ୧୯୪୭ରେ ଥିଲା ୮୮ ଟଙ୍କା…

ନୂଆଦିଲ୍ଲୀ,୧୫।୮: ଦେଶ ୧୯୪୭ ଅଗଷ୍ଟ ୧୫ରେ ସ୍ବାଧୀନ ହୋଇଥିଲା। ଇତିମଧ୍ୟରେ ୭୩ ବର୍ଷ ବିତି ଯାଇଛି। ଏହି ସମୟ ମଧ୍ୟରେ ଦେଶର ଜନସଂଖ୍ୟା ବଢ଼ି ୧୩୦...

ଶୀଘ୍ର ଆସିବ ଷ୍ଟାଣ୍ଡାର୍ଡ କୋଭିଡ ବୀମା

ନୂଆଦିଲ୍ଲୀ,୨୯।୬ : ଜୁଲାଇ ୧୦ ସୁଦ୍ଧା କୋଭିଡ ଷ୍ଟାଣ୍ଡାର୍ଡ ଚିକିତ୍ସା ବୀମା ଆଣିବାକୁ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ) ପକ୍ଷରୁ ବୀମା...

ଜି ଏଣ୍ଟରଟେନମେଣ୍ଟର ଅଡୁଆ ବଢ଼ିଲା

ନୂଆଦିଲ୍ଲୀ,୩୦।୯: ଜି ଏଣ୍ଟରଟେନମେଣ୍ଟ ସୋନି ଟିଭି ସହ ମିଶ୍ରଣ ନେଇ ଯୋଜନା ରଖିଥିଲା। ମାତ୍ର ବର୍ତ୍ତମାନ ଏହାର ଅଡୁଆ ବଢିଥିବା ଜଣାପଡିଛି। ଜି ଏଣ୍ଟରଟେନମେଣ୍ଟର ସବୁଠାରୁ...

୧.୫ କୋଟି ନିଯୁକ୍ତି ଉପରେ କଳାବାଦଲ

ନୂଆଦିଲ୍ଲୀ,୧୧।୪: କରୋନା ଯୋଗୁ ନିଯୁକ୍ତି କ୍ଷେତ୍ର ଉପରେ ଏବେ ନକାରାତ୍ମକ ପ୍ରଭାବ ରହିଛି। ବର୍ତ୍ତମାନ ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ରହିଥିବାରୁ ରପ୍ତାନି...

ସୁନା ୩୬ ହଜାର ଛୁଇଁବ

ନୂଆଦିଲ୍ଲୀ,୧୨।୭: ଆମେରିକା ଅର୍ଥନୀତିକୁ ଗତିଶୀଳ କରିବା ଲକ୍ଷ୍ୟରେ ସୁଧ ହାର କମାଯାଇପାରେ ବୋଲି ଫେଡେରାଲ ରିଜର୍ଭ ଅଧ୍ୟକ୍ଷ ଜେରମ ପାଓ୍ବେଲ ମନ୍ତବ୍ୟ ଦେବା ପରେ ସୁନା...

ଆୟକର ରିଫଣ୍ଡ ଆଳରେ ହୋଇପାରେ ଠକେଇ

ନୂଆଦିଲ୍ଲୀ,୪। ୫: ବର୍ତ୍ତମାନ ଆୟକର ବିଭାଗ ପକ୍ଷରୁ ଲୋକଙ୍କୁ ରିଫଣ୍ଡ ଜାରି କରାଯାଉଛି। ଏଭଳି ସମୟରେ ସାଇବର ଠକେଇ ମାମଲା ବଢିଥିବା ନଜରକୁ ଆସିଛି। ସାଇବର...

ଇପିଏଫ୍‌ଓ ସହ ଯୋଡ଼ି ହୋଇଛନ୍ତି ୧୫.୨୯ ଲକ୍ଷ ଲାଭାର୍ଥୀ

ନୂଆଦିଲ୍ଲୀ,୨୧।୩: ସର୍ବଶେଷ ବେତନ ତଥ୍ୟ ଅନୁସାରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ସହିତ ୨୦୨୨ ଜାନୁୟାରୀରେ ୧୫.୨୯ଲକ୍ଷ ନୂତନ ଲାଭାର୍ଥୀ ଯୋଡ଼ି ହୋଇଛନ୍ତି। ପୂର୍ବ ମାସ...

କୋଲ୍‌ ଇଣ୍ଡିଆ ଦେଇପାରେ ଅତିରିକ୍ତ ଡିଭିଡେଣ୍ଡ

ନୂଆଦିଲ୍ଲୀ: କୋଲ୍‌ ଇଣ୍ଡିଆ ଏହାର ଅଂଶୀଦାରଙ୍କୁ ୨୦ରୁ ୨୫ ପ୍ରତିଶତ ଅତିରିକ୍ତ ଡିଭିଡେଣ୍ଡ ଦେଇପାରେ। ସୋମବାର ହେବାକୁ ଥିବା କମ୍ପାନୀର ବୋର୍ଡ ବୈଠକରେ ଏ ନେଇ...

Advertisement
Archives

Model This Week