Posted inଜାତୀୟ

ପାରମ୍ପରିକ ପୋଷାକ ପିନ୍ଧି ଚାଇନା ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୋଦି

ମାମଲାପୁରମ,୧୧।୧୦: ତାମିଲନାଡୁର ମହାବଳିପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ୍‌ ହୋଇଛି। ଏହି ସମୟରେ ମୋଦି ତାମିଲନାଡୁର ପାରମ୍ପରିକ ପୋଷାକରେ ନଜର ଆସିଛନ୍ତି। ମୋଦି ଧଳା ରଙ୍ଗର ସାର୍ଟ ଓ ଧୋତି(ଭେଷ୍ଟି) ପିନ୍ଧିଥିବା ଦେଖାଯାଇଛି। ଏହାସହ ଏକ ଉତ୍ତରୀୟ ମଧ୍ୟ ପକାଇଛନ୍ତି। ଜିନପିଙ୍ଗ ମଧ୍ୟ ସାଦାସିଧା ପୋଷାକ ଅର୍ଥାତ୍‌ ଧଳା ସାର୍ଟ ଓ କଳା ପ୍ୟାଣ୍ଟ ପିନ୍ଧିଥିବା ଦେଖାଯାଇଛି।

                                                     

ଏହାପରେ ସେ ଅର୍ଜୁନ ତପସ୍ୟା ସ୍ଥଳ ଯାଇ ସେଠାକାର ଇତିହାସ ସମ୍ପର୍କରେ ଅବଗତ ହୋଇଛନ୍ତି। ଏହାପରେ ପଞ୍ଚ ରଥସ୍‌ କମ୍ପେଏକ୍ସରେ ଉଭୟ ପଇଡ଼ ପାଣି ପିଇଛନ୍ତି। ଚାଇନା ରାଷ୍ଟ୍ରପତିଙ୍କ ଏହି ୪୮ ଘଣ୍ଟିଆ ଯାତ୍ରା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ବୈଠକ ପାଇଁ ଚେନ୍ନାଇ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଓଜନର ରୁପା ଦାନ କଲେ ଭାଜପା ନେତା: ବଣ୍ଟାଗଲା ୧୦୧ କିଲୋଗ୍ରାମ୍‌ ରୁପା

ସୁରଟ,୯।୧୧: ଗୁଜରାଟର ରାଜ୍ୟ ଭାଜପା ଅଧ୍ୟକ୍ଷ ସି.ଆର୍‌. ପାଟିଲ ନିଜ ଓଜନର ରୁପା ଦାନ କରିଛନ୍ତି। ସୁରଟରେ ଜୈନ ସୋସାଇଟି ପକ୍ଷରୁ ଆୟୋଜିତ ହୋଇଥିବା ରଜତ...

ଓମିକ୍ରନ୍‌ର ନୂଆ ସବ୍‌ ଭାରିଆଣ୍ଟ ଚିହ୍ନଟ, ୭ ପଜିଟିଭ୍‌

ମୁମ୍ବାଇ,୨୯।୫: ଦେଶରେ ଏବେ କରୋନା ସାମାନ୍ୟ ନିୟନ୍ତ୍ରଣରେ ଥିଲେ ବି ଏହାର ପ୍ରକୋପ କମିନାହିଁ। ଏବେ ବି ଅନେକ ମାମଲା ଚିହ୍ନଟ ହେଉଛନ୍ତି। ଏହାରି ଭିତରେ...

ଗର୍ଭବତୀମାନେ ନେଇ ପାରିବେ କରୋନା ଟିକା: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨ ।୭: କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ପୂର୍ବରୁ ଗର୍ଭବତୀଙ୍କୁ ଏହି ଟିକା ନେବାକୁ ବାରଣ କରାଯାଉଥିବା...

ବାୟୁ ମାନ ପରିଚାଳନା କମିଟି ନିର୍ଦ୍ଦେଶ କାର୍ଯ୍ୟକାରୀ କର

ନୂଆଦିଲ୍ଲୀ, ୪।୧୨(ପି.ଟି.): ପ୍ରଦୂଷଣ ରୋକିବା ଲାଗି ବାୟୁ ମାନ ପରିଚାଳନା କମିଟି ଦେଇଥିବା ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ନିମନ୍ତେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ଏବଂ ଜାତୀୟ...

ଦୈନିକ ସଂକ୍ରମଣ ପୁଣି ଟପିଲା ୪୦ ହଜାର…

ନୂଆଦିଲ୍ଲୀ,୧୮।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ...

ଆଦିବାସୀଙ୍କ ପାଇଁ ଦ୍ରୌପଦୀ କ’ଣ କରିଛନ୍ତି

ନୂଆଦିଲ୍ଲୀ,୨୪ା୬:ଆଦିବାସୀଙ୍କ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ତୁଳନାରେ ମୋ ଅବଦାନ ଅଧିକ। କେନ୍ଦ୍ରମନ୍ତ୍ରୀ ଥିବାବେଳେ ମୁଁ ଆଦିବାସୀଙ୍କ ମଙ୍ଗଳ ପାଇଁ...

୧୫ ଦିନରେ ନୂଆ ନିୟମ ଅନୁପାଳନ ବିବରଣୀ ଦିଅ

ନୂଆଦିଲ୍ଲୀ, ୨୮।୫:କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ଫେବୃୟାରୀରେ ଜାରି ହୋଇଥିବା ନୂଆ ଡିଜିଟାଲ ମିଡିଆ ନିୟମାବଳୀ କେତେଦୂର କାର୍ଯ୍ୟକାରୀ ହୋଇଛି ୧୫ ଦିନ ମଧ୍ୟରେ ତା’ର...

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସବୁ ଧାର୍ମିକ ଉତ୍ସବ ବନ୍ଦ

ଲକ୍ଷ୍ନୌ,୨୬।୮: ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସବୁ ମହୋତ୍ସବ ବନ୍ଦ ରଖିବାକୁ ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ-ପ୍ରଶାସନ ସହ ଏକ...

Advertisement
Archives

Model This Week