ପାମ୍ପୁଡ଼ି ପନିର୍‌

ପନିର୍‌କୁ ବିଭିନ୍ନ ସ୍ବାଦ ଦେଇ ଖାଦ୍ୟ ପ୍ରସ୍ତୁତ କରାଯାଏ । ଖଟା, ମିଠା ଓ ରାଗ ଆଦି ସ୍ବାଦରେ ପନିର୍‌ ବେଶ୍‌ ଭଲ ଲାଗେ। ସେହିଭଳି ପାମ୍ପୁଡ଼ି ପନିର୍‌ ଏକ ବିଶେଷ ଧରଣର ଖାଦ୍ୟ। ପୁରୀର ଫୁଡ଼୍‌ ସେଣ୍ଟ୍ରାଲରେ କାର୍ଯ୍ୟ କରୁଥିବା ସେଫ୍‌ ମିର୍ଜା ସାହିଲ୍‌ ପାମ୍ପୁଡ଼ି ପନିର୍‌ର ପ୍ରସ୍ତୁତି ସମ୍ପର୍କରେ କୁହନ୍ତି…

ଆବଶ୍ୟକ ସାମଗ୍ରୀ

ପନିର୍‌: ୩୦୦ ଗ୍ରାମ୍‌
ତେଲ: ୩୦୦ ମିଲି
କର୍ନଫ୍ଲୋର୍‌: ୨୫୦ ଗ୍ରାମ୍‌
ମଇଦା: ୫୦ ଗ୍ରାମ୍‌
ବ୍ଲାକ୍‌ ପିପର: ୫ ଗ୍ରାମ୍‌
ପାମ୍ପଡ଼: ୪ଟା
ଆଚାର: ୧୦୦ ଗ୍ରାମ୍‌

ପ୍ରସ୍ତୁତି ପ୍ରଣାଳୀ

ପନିର୍‌କୁ ଗୋଲ୍‌ ଗୋଲ୍‌ କାଟନ୍ତୁ। ଦୁଇଟି ପନିର୍‌ ମଝିରେ ଆଚାର ଦିଅନ୍ତୁ। ମଇଦା, ହ୍ବାଇଟ ପିପର, ବ୍ଲାକ୍‌ ପିପର, ଲୁଣ, ହାଲୁକା ପାଣି ଦେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହା ପରେ ଆଚାର ଦିଆଯାଇଥିବା ପନିର୍‌କୁ ଏହି ମିଶ୍ରଣରେ ବୁଡ଼େଇ ସେଥିରେ ହାଲୁକା କର୍ନଫ୍ଲୋର ଲଗାଇ ଏଥିରେ ଥିବା ଓଦାଳିଆ ଅଂଶରେ ପାମ୍ପଡ଼ ଖଣ୍ଡ ଲଗାନ୍ତୁ। ପରେ ଗରମ ତେଲରେ ଫ୍ରାଏ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପାମ୍ପୁଡି ପନିର୍‌। ଏଥିରେ ଟମାଟୋ ସସ୍‌ ଲଗେଇ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଦିଅନ୍ତୁ ନୂଆ ଲୁକ୍‌

ଘରକୁ ସୁନ୍ଦର ଭାବରେ ସଜାଇ ରଖିଲେ ଘରେ ସକାରାତ୍ମକ ଶକ୍ତି ସୃଷ୍ଟି ହେବା ସହିତ ମନ ମଧ୍ୟ ପ୍ରଫୁଲ୍ଲ ରହିଥାଏ । ଏ ଦୃଷ୍ଟିରୁ ଘର...

ଫ୍ରିଜ୍‌ରେ ବଟର୍‌ ରଖୁଛନ୍ତି କି…

ଖାଦ୍ୟରେ ବଟର୍‌ ବା ଲହୁଣୀ ବ୍ୟବହାର କଲେ ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ। ବଟରକୁ ବ୍ୟବହାର କରି ସାରିବା ପରେ ଆମେ ଏହାକୁ ଫ୍ରିଜ୍‌ରେ ରଖି...

ଘରେ ଏହି ୪ ଗଛ ଲଗାଇବା ବହୁତ ଶୁଭ: ରୋଗ- ଧାରଉଧାରରୁ ମିଳେ ମୁକ୍ତି; ବଢ଼ିଥାଏ ସୁଖ ସମୃଦ୍ଧି

ଆଜିକାଲି ଅଧିକାଂଶ ଲୋକ ଘରେ ଗଛଲତା ରଖିବାକୁ ପସନ୍ଦ କରୁଛନ୍ତି। ଏହାଦ୍ୱାରା ଘରର ବାତାବରଣ ସ୍ବଚ୍ଛ ହେବା ସହ ସକରାତ୍ମକ ଉର୍ଜା ଆସିଥାଏ। ବାସ୍ତୁ ଶାସ୍ତ୍ର...

କେତେ ଉପକାରୀ ବାସି ରୁଟି

ବାସି ରୁଟି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଏ। ଏଥିପାଇଁ ଆମେ ରାତିର ବାସି ରୁଟିକୁ ସକାଳେ ଡଷ୍ଟବିନ୍‌ରେ ଫିଙ୍ଗିଥାଉ। କିନ୍ତୁ ଏହା ଆମ ସ୍ବାସ୍ଥ୍ୟ...

ସମାଜରେ ଏପରି ଲୋକଙ୍କୁ କୁହାଯାଏ ଯୋଗ୍ୟ, କେବେ ହୁଅନ୍ତିନି ବିଫଳ

ଜଣେ ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଭାବରେ ବିବେଚିତ ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡ଼ିତ ଅନେକ ବିଷୟ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ସେ...

ହାକୁଟିକୁ ଅଣଦେଖା କରୁଛନ୍ତି କି….

  ସାଧାରଣତଃ ଖାଇବା ପରେ ପ୍ରାୟ ଲୋକଙ୍କୁ ହାକୁଟି ଦେଇଥାଏ। ଆଉ ଏହା ଏକ ସାଧାରଣ ସମସ୍ୟା ହୋଇଥାଏ। ମାତ୍ର ଦିନ ସାରା ଯଦି ଏହି...

ଗାଡ଼ିରେ ବାନ୍ତି ହେଉଥିଲେ…

ବାଇକ୍‌ ଭଳି ଖୋଲା ଗାଡ଼ିକୁ ବାଦ୍‌ ଦେଲେ କାର୍‌, ବସ୍‌ ଆଦିି ଗାଡ଼ିରେ ଯାତ୍ରା କରିବା ସମୟରେ ଅନେକଙ୍କ ଠାରେ ହଠାତ୍‌ ଦେହ ଖରାପ ଲାଗିବା,...

ପିଲାଙ୍କୁ ସ୍ମାର୍ଟଫୋନ୍‌ ଦେଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ଛୋଟ ପିଲାଙ୍କର ବର୍ତ୍ତମାନ ପିଢ଼ି ସ୍ମାର୍ଟଫୋନ୍‌। ଟ୍ୟାବ୍‌ଲେଟ୍‌ ଏବଂ ଅନ୍ୟ ଇଣ୍ଟରନେଟ୍‌ ଯୁକ୍ତ ବୈଦ୍ୟୁତିକ ଉପକରଣ ବ୍ୟବହାର କରି ସେମାନେ ଆଗକୁ ବଢ଼ି ଚାଲିଛନ୍ତି। ଏହାକୁ...

Advertisement
Archives

Model This Week