ପାନ୍‌ , ଆଧାର ତଥ୍ୟ ନ ଦେଲେ କଟିବ ୨୦% ଟିଡିଏସ୍‌

ନୂଆଦିଲ୍ଳୀ,୨୬-୧: ଟାକ୍ସ ଡିଡକ୍ସନ ଆଟ୍‌ ସୋର୍ସ (ଟିଡିଏସ୍‌) ନିୟମରେ ସରକାର ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ମୁତାବକ କୌଣସି କର୍ମଚାରୀଙ୍କ ବେତନ ଟିଡିଏସ୍‌ କଟିବା ଯୋଗ୍ୟ ହୋଇଥିଲେ, ସେ ପାନ୍‌ ବା ଆଧାର ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଇଛି। କର୍ମଚାରୀ ଏହା ଅବମାନନା କଲେ ବାଧ୍ୟତାମୂଳକ ଭାବେ ତାଙ୍କ ବେତନରୁ ୨୦% ଟିଡିଏସ୍‌ କଟିଯିବ ବୋଲି ଆୟକର ବିଭାଗ ପକ୍ଷରୁ ଶନିବାର ସୂଚନା ରହିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ନୂଆ କରି ଜାରି ହୋଇଥିବା ଟିଡିଏସ୍‌ ସର୍କୁଲାରରେ ଏଭଳି ପ୍ରସଙ୍ଗ ଉଲ୍ଲେଖ ରହିଛି। ନିୟମରେ ସଂଶୋଧନ କରିବା ସହ ସରକାର ଆଧାରକୁ ଏଥିରେ ଯୋଡିଛନ୍ତି। ଯେଉଁମାନେ ପାନ୍‌ ତଥ୍ୟ ଦେଇ ପାରିବେ ନାହିଁ ସେମାନେ ଆଧାର ଦେଇ ପାରିବେ ବୋଲି କୁହାଯାଇଛି।
ବର୍ତ୍ତମାନ ଯଦି କୌଣସି କ୍ଷେତ୍ରରେ କର୍ମଚାରୀ ପାନ୍‌ ତଥ୍ୟ ପ୍ରଦାନ ନ କରନ୍ତି ନିଯୁକ୍ତିଦାତା କିମ୍ବା ବ୍ୟାଙ୍କ ନିର୍ଦ୍ଧିଷ୍ଟ ହାରରେ ଟିକସ କାଟି ପାରିବେ। ଏହି ନିୟମରେ ଏବେ ଆଧାରକୁ ଯୋଡାଯାଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରାୟ ଅଧିକାଂଶ କର୍ମଚାରୀ ସେମାନଙ୍କ ନିଯୁକ୍ତିଦାତାଙ୍କ ସହ ସେମାନଙ୍କ ପାନ୍‌ ନମ୍ବର ଶେୟାର କରିଥାନ୍ତି। ଏହା ଏକ ପ୍ରକ୍ରିୟା ହୋଇଥିବା ବେଳେ ମାତ୍ର କେହି କେହି ଏହା ଦେବାକୁ ଇଛା ପ୍ରକଟ କରି ନ ଥାନ୍ତି ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି। ପାନ୍‌ ନ ଥିବା କ୍ଷେତ୍ରରେ ଆଧାରକୁ ବାଧ୍ୟତାମୂଳକ କରିବା ଲାଗି ସରକାର ଗତ ବଜେଟରେ ସଂଶୋଧନ ଆଣିିଥିଲେ। ଏହି ଦୁଇ ନମ୍ବରକୁ ଅନ୍ତଃ ପରିଚାଳନା ଯୋଗ୍ୟ କରାଯାଇଛି। ଯଦି କାହାର ପାନ୍‌ ନ ଥାଏ, ସେ ଆଧାର ନମ୍ବର ପ୍ରଦାନ କରନ୍ତି ତେବେ ଆୟକର ବିଭାଗ ନିଜ ଆଡୁ ପାନ୍‌ ପ୍ରଦାନ କରିବ। ଯଦି କର୍ମଚାରୀଙ୍କ ବେତନ ଟିକସଯୁକ୍ତ ଆୟଠାରୁ କମ୍‌ ରୁହେ ତାଙ୍କୁ ଟିକସ କଟିବା ନେଇ କୌଣସି ଭୟ କରିବାର ଆବଶ୍ୟକତା ନାହିଁ। ଟିକସଯୁକ୍ତ ଆୟ ସୀମାଠାରୁ ଅଧିକ ହେଲେ ଆୟକର ବିଭାଗର ନିୟମ ଲାଗୁ ହେବ।
ନୂଆ ନିୟମ ମୁତାବକ କର୍ମଚାରୀଙ୍କ ବେତନ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥିଲେ ଟିକସ କଟିବ ନାହିଁ। ବର୍ତ୍ତମାନ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଆୟକର ମୁକ୍ତ କରାଯାଇଛି। ୨.୫ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫% ଟିକସ ଲାଗୁ ହେଉଛି। ସବୁ ପ୍ରକାରର ଛାଡ ଏବଂ ସୁବିଧା ଉଠାଇବା ପରେ ଯଦି କର୍ମଚାରୀଙ୍କ ବେତନ ୨୦% ଟିକସ ସ୍ଲାବରେ ଆସୁଛି ତେବେ ୨୦% ଟିଡିଏସ୍‌ କଟିବ। ୫ରୁ ୧୦ ଲକ୍ଷ ଟଙ୍କାର ଆୟ ଉପରେ ଏବେ ୨୦% ଟିକସ ଲାଗୁ ହେଉଛି। ଯଦି କର୍ମଚାରୀଙ୍କ ବେତନ ୩୦% ଟିକସ ସ୍ଲାବରେ ଆସୁଛି ଏବଂ ସେ ପାନ୍‌,ଆଧାର ଜମା କରିନାହାନ୍ତି ଟିଡିଏସ୍‌ କାଟିବା ପୂର୍ବରୁ ହାରାହାରି ଟିକସ ଦର ଉପରେ ବିଚାର କରାଯିବ। ହାରାହାରି ଟିକସ ହାର ୨୦%ରୁ ଅଧିକ ହେଉଥିଲେ ଟିଡିଏସ୍‌ ସେହି ହାରରେ କଟାଯିବ। ପାନ୍‌କୁ ଆଧାର ସହ ଯୋଡିବାର ସୀମାକୁ ୨୦୨୦ ମାର୍ଚ୍ଚ ୩୧ ଯାଏ ବଢାଯାଇଛି ବୋଲି ବିଭାଗ ପୂର୍ବରୁ କହିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ପ୍ରଣବଙ୍କ ମନ୍ତବ୍ୟ; ହାସଲ ହୋଇପାରେ ସରକାରଙ୍କ ଲକ୍ଷ୍ୟ

ନୂଆଦିଲ୍ଲୀ,୨୬-୮: ଭାରତକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଏନ୍‌ଡିଏ ସରକାର ଧାର୍ଯ୍ୟ କରିଥିବା ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ...

ରାଉରକେଲା ଅରୁନ୍ଧତୀ ଜୁଏଲର୍ସର ପ୍ରଥମ ବାର୍ଷିକୀ

ଭୁବନେଶ୍ୱର,୪।୫: ଅରୁନ୍ଧତୀ ଜୁଏଲର୍ସର ରାଉରକେଲାସ୍ଥିତ ଏକ୍ସକ୍ଲୁସିଭ ଶୋ’ରୁମ୍‌ର ପ୍ରଥମ ବାର୍ଷିକ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅରୁନ୍ଧତୀ ଜୁଏଲସର୍ର୍ର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ...

ଭାରତର ମୁଦ୍ରାସ୍ଫୀତି ୫%କୁ ଖସିବ: ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ, ୧।୨: ଭାରତର ମୁଦ୍ରାସ୍ଫୀତି ୨୦୨୩ରେ ୫% ଏବଂ ୨୦୨୪ରେ ୪%କୁ ଖସିବ ବୋଲି ମଙ୍ଗଳବାର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) କହିଛି। ଆଇଏମ୍‌ଏଫ୍‌ ପକ୍ଷରୁ ଜାରି...

ଭାରତଠାରୁ ଋଣ ନେଲା ଆମେରିକା

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବିକାଶଶୀଳ ଓ ଧନୀ ରାଷ୍ଟ୍ର ଆମେରିକା ବର୍ତ୍ତମାନ ସମସ୍ୟା ଘେରରେ ରହିଛି। ଫଳରେ ବିଶ୍ୱର ବଡ଼ ଅର୍ଥବ୍ୟବସ୍ଥା କୁହାଯାଉଥିବା ଆମେରିକାର ଅର୍ଥବ୍ୟବସ୍ଥା ଭୁଷୁଡି...

କରୋନା ମୁକାବିଲାରେ ସାମିଲ୍‌ ହେଲେ ଜୁକରବର୍ଗ

ଓ୍ବାଶିଂଟନ,୫।୩: କରୋନା ସଂକ୍ରମଣ ଇତି ମଧ୍ୟରେ ପୃଥିବୀର ୮୨ଟି ଦେଶକୁ ବ୍ୟାପଛି। କରୋନା ମୁକାବିଲା ପାଇଁ ବିଶ୍ୱବ୍ୟାଙ୍କ, ଗୁଗଲ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅଣ୍ଟା ଭିଡ଼ିଛନ୍ତି।...

ସ୍ପାମ୍‌ କଲ୍‌ରେ ଭାରତର ସ୍ଥାନ ନବମ

ଭୁବନେଶ୍ୱର,୨୦।୧୨: ଚଳିତ ବର୍ଷ ବିଶ୍ୱବ୍ୟାପୀ ରାଷ୍ଟ୍ରଗୁଡିକ ସ୍ପାମ୍‌ କଲ୍‌ ଦ୍ୱାରା ବେଶ୍‌ ପ୍ରଭାବିତ ହୋଇଥିବା ଜଣାପଡିଛି। ଏହି ବିଷୟରେ ପ୍ରସ୍ତୁତ କରାଯାଇଥିବା ଏକ ତାଲିକାରେ ୨୦ଟି ପ୍ରମୁଖ...

ରିଅଲମି ସହ ଜିଓର ସହଭାଗିତା

ନୂଆଦିଲ୍ଲୀ,୯।୧୨:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଏବଂ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ରିଅଲମି ମଧ୍ୟରେ ଏକ ବ୍ୟବସାୟିକ ସହଭାଗିତା ସ୍ଥାପନ କରାଯାଇଥିବା ଉଭୟ କମ୍ପାନୀ ପକ୍ଷରୁ...

ଏଫ୍‌ଡି ଉପରେ ନିୟମ ବଦଳାଇଲେ ଆର୍‌ବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଓ ନିୟମାବଳୀ ସମ୍ପର୍କିତ ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ବ୍ୟାଙ୍କରେ ବିଭିନ୍ନ କାରଣ...

Advertisement
Archives

Model This Week