ପାନାସୋନିକ ପକ୍ଷରୁ କାରାଭାନର ଶୁଭାରମ୍ଭ

ଭୁବନେଶ୍ୱର, ୧୫-୮: ପାର୍ବଣକୁ ଧ୍ୟାନରେ ରଖି ପାନାସୋନିକ ପକ୍ଷରୁ ନୂଆ କାରାଭାନର ଶୁଭାରମ୍ଭ ଘୋଷଣା କରାଯାଇଛି। କମ୍ପାନୀ ନୂଆ ମାର୍କେଟିଂ କ୍ୟାମ୍ପେନ ଅନ୍ତର୍ଗତ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଶହୀଦ ନଗରଠାରେ ଏକ କାର୍ଯ୍ୟକ୍ରମରେ ଏହାକୁ ଆରମ୍ଭ କରାଯାଇଛି। କମ୍ପାନୀର ଡିସପ୍ଲେ କାରାଭାନ ଆକ୍ଟିଭିଟି ଦ୍ୱାରା ଭିନ୍ନ ଭିନ୍ନ ସହରରେ ଏହାର ପ୍ରଡକ୍ଟକୁ ନେଇ ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ। କାରାଭାନ ରାଜ୍ୟର ବିଭିନ୍ନ ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। କାରାଭାନରେ କମ୍ପାନୀର ବିଭିନ୍ନ ପ୍ରଡକ୍ଟ ଯଥା-ଏଲ୍‌ଇଡି, ରେଫ୍ରିଜରେଟର, ଓ୍ବାଶିଂମେଶିନ, ମାଇକ୍ରୋଓଭନ, ଭାକ୍ୟୁମକ୍ଲିନର,ଓ୍ବାଟର – ଏୟାର ପ୍ୟୁରିଫାୟର, ବିୟୁଟି କେୟାର ପ୍ରଡକ୍ଟ, କ୍ୟାମେରା, ହୋମ୍‌ ଆପ୍ଲାଏନ୍ସ ଭଳି ପ୍ରଡକ୍ଟ ସାମିଲ ରହିଛି। କାର୍ଯ୍ୟକ୍ରମ ଅବସରରେ ପୂର୍ବାଞ୍ଚଳ-୨ ବାଣିଜ୍ୟ ମୁଖ୍ୟ ସନ୍ତୋଷ କୁମାର ସାମନ୍ତରାୟ, ଓଡ଼ିଶା ବାଣିଜ୍ୟ ମୁଖ୍ୟ ଦୁର୍ଗେସ ଶୁକ୍ଳା, ରାଜ ଇଲେକଟ୍ରୋନିକ୍ସ ସ୍ବତ୍ତ୍ୱାଧିକାରୀ ପ୍ରକାଶ କୁମାର ବିଶ୍ୱାଳ, ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ଓନର ରାଜେଶ ଗୁପ୍ତା, ମହାବୀର ଏଜେନ୍ସି ମୁଖ୍ୟ ମନମୋହନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ବଦଳିଯିବ ଏସବୁ ନିୟମ

ନୂଆଦିଲ୍ଲୀ,୧-୧୦: ଅକ୍ଟୋବର ୧ଠାରୁ ସରକାର କିଛି ପରିବର୍ତ୍ତିତ ଆର୍ଥତ୍କ ନିୟମ ଲାଗୁ କରିବେ। ଖାଉଟିଙ୍କ ଉପରେ ଏହାର କି ପ୍ରଭାବ ରହିବ ତାହା ବିଚାର କରିବାକୁ...

କ୍ୟୁଏସ୍‌ ର଼୍ୟାଙ୍କିଙ୍ଗ୍‌: ଭିଆଇଟିକୁ ପ୍ରଥମ ସ୍ଥାନ

ଭେଲୋର,୧୧।୩: କ୍ୟୁଏସ୍‌ ର଼୍ୟାଙ୍କିଙ୍ଗ୍‌ରେ ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଭିଆଇଟି) ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଦେଶର ୧୨ ଶୀର୍ଷ ପ୍ରତିଷ୍ଠାନ ମଧ୍ୟରେ ପ୍ରଥମ ସ୍ଥାନରେ...

ଅଧ୍ୟବସାୟରୁ ବ୍ୟବସାୟିକ ସଫଳତା

ବାଣିଜ୍ୟ ଛାତ୍ର ହୋଇଥିବାରୁ ବ୍ୟବସାୟ ପ୍ରତି ମନ ବଳାଇଥିଲେ। ଉଚ୍ଚଶିକ୍ଷା ପରେ ଦେଶର କିଛି ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନରେ ଯୋଗଦେବା ସହ ସେ ୧୯୯୧-୯୨ରେ ସୁପ୍ରିମ୍‌...

ଜିଡିପି ହ୍ରାସକୁ ନେଇ ଚିନ୍ତିତ ନୁହେଁ:ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ,୧୩-୧୨: ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଯୋଗୁ ଦେଶର ଜିଡିପି ଅଭିବୃଦ୍ଧି ଏବେ ହ୍ରାସ ଘଟିଛି। ହେଲେ ଏହାକୁ ନେଇ ବିଶେଷ ଚିନ୍ତିତ ନୁହେଁ ବୋଲି ପୂର୍ବତନ...

ମାଷ୍ଟରକାର୍ଡ ବ୍ୟାନ୍‌କୁ ୟୁଏସ୍‌ର ସମାଲୋଚନା

ନୂଆଦିଲ୍ଲୀ,୨୧।୯ ଭାରତରେ ନୂଆ କାର୍ଡ ଜାରି କରିବା ନେଇ ମାଷ୍ଟରକାର୍ଡ ଉପରେ ରିଜର୍ଭ ବ୍ୟାଙ୍କ ଜୁଲାଇରେ କଟକଣା ଲଗାଇଛି। ଏଭଳି ପଦକ୍ଷେପକୁ ଅତ୍ୟନ୍ତ କଠୋର ବୋଲି...

ଓଏଚ୍‌ପିସି ପକ୍ଷରୁ ୨୭.୮୫ ଲକ୍ଷ ଫନୀ ସହାୟତା

ଭୁବନେଶ୍ୱର,୧-୭:ରାଜ୍ୟ ଜଳ ବିଦ୍ୟୁତ ନିଗମ (ଓଏଚ୍‌ପିସି) ପକ୍ଷରୁ ଫନୀ ପ୍ରଭାବିତ ଲୋକଙ୍କ ସହାୟତା ଲାଗି ୨୭.୮୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ନିଗମ...

ଏସ୍‌ବିଆଇ ଓଟିପି ଭିତ୍ତିକ ଉଠାଣ ୨୪ ଘଣ୍ଟିଆ ହେଲା

ଭୁବନେଶ୍ୱର, ୧୬।୯ : ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଏହାର ଓଟିପି ଭିତ୍ତିକ ଏଟିଏମ୍‌ ଉଠାଣ ବ୍ୟବସ୍ଥାକୁ ଚବିଶ ଘଣ୍ଟିଆ କରାଯାଇଛି। ଚଳିତ...

ରିୟଲ ଇଷ୍ଟେଟ କ୍ଷେତ୍ରକୁ ଚାପମୁକ୍ତ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁ ନିର୍ମାଣ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ଜାରି ରହିଛି। ଏହି ସମସ୍ୟା ସମାଧାନ କରିବା ଲାଗି ରାଜ୍ୟ...

Advertisement
Archives

Model This Week