Posted inଜାତୀୟ

‘ପାଦ ଛୁଇଁବା ମନା’ ବୋର୍ଡ ବାସଭବନରେ ଲଗାଇଲେ ମନ୍ତ୍ରୀ

ଲକ୍ଷ୍ନୌ,୧୩।୧୦: ରାଜନୀତିରେ ପାଦ ଛୁଇଁବା ପରମ୍ପରା ବନ୍ଦ କରିବା ଲାଗି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଜଣେ ମନ୍ତ୍ରୀ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ଗୋବିନ୍ଦ ସିଂ ନିଜ ବାସଭବନରେ ‘ପାଦ ଛୁଇଁବା ମନା’ ବୋର୍ଡ ଲଗାଇଛନ୍ତି। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇ ପାରିବ ବୋଲି ସେ କହିଛନ୍ତି। ରାଜନେତା ଲୋକଙ୍କ ସେବକ। ସେମାନଙ୍କୁ ଲୋକମାନେ ନିର୍ବାଚିତ କରିଛନ୍ତି। ରାଜନେତା ଜଣେ ସାଧାରଣ ମଣିଷ। ବିଧାୟକ ଅବା ଏମ୍‌ପି ହେବା ଦ୍ୱାରା କୌଣସି ବିଶେଷ ଗୁଣର ପରିପ୍ରକାଶ ହୋଇ ନ ଥାଏ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗୋବିନ୍ଦ ସିଂ ଭିଣ୍ଡ୍‌ର ଲହାର ବିଧାନସଭା ଆସନରୁ ଲଗାତାର ୭ ଥର ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯବାନ ଅବା ଚାଷୀ ନୁହନ୍ତି, ମୋଦିଙ୍କ ପାଇଁ ଶ୍ରେଷ୍ଠ କେବଳ ଉଦ୍ୟୋଗପତି: ରାହୁଲ

ନୂଆଦିଲ୍ଲୀ,୮।୨: କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଲଗାତାର ଘରିବାର ଉଦ୍ୟମ କରୁଛି। ଏହି ମର୍ମରେ କେନ୍ଦ୍ର ବଜେଟକୁ ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ୍‌ୁ ଟାର୍ଗେଟ୍‌...

ଅଗଷ୍ଟ ୫ରୁ ଏପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ୫ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଛି: ସେନା

ଶ୍ରୀନଗର,୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସିତ ଭାଜପା ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦେବା ପରେ ସେଠାରେ ପରିସ୍ଥିତିକୁ ଶାନ୍ତ ରଖିବାକୁ ସବୁ ପ୍ରକାର ପ୍ରୟାସ...

ବୋମା ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ହାଫିଜଙ୍କ ପୁଅ

ନୂଆଦିଲ୍ଲୀ,୧୦।୧୨: ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦଙ୍କ ପୁଅ ତହ୍ଲା ସଇଦ ଏକ ବୋମା ବିସ୍ଫୋଣର ସ୍ଥଳରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି।...

୫ରୁ ୧୨ ବର୍ଷ ପିଲାଙ୍କଠାରେ ଟିକା ପରୀକ୍ଷା କରିବ ଜାଇଡସ୍‌ କାଡିଲା

ଅହମଦାବାଦ, ୩୦।୫: ବୟସ୍କଙ୍କ ପରେ ୧୨ରୁ ୧୮ ବର୍ଷ ବର୍ଗ ପିଲାଙ୍କଠାରେ ଜାଇଡସ୍‌ କାଡିଲା ପ୍ରସ୍ତୁତ ଜିକୋଭ୍‌-ଡି କୋଭିଡ୍‌ ଟିକାର କ୍ଲିନିକାଲ ପରୀକ୍ଷା ଜାରି ରହିଛି।...

‘ଭାଜପା, ଆର୍‌ଏସ୍‌ଏସ୍‌ ଭାଷାରେ କଥା ହେଉଛନ୍ତି କପିଲ ସିବଲ’

ନୂଆଦିଲ୍ଲୀ,୧୫।୩: କଂଗ୍ରେସ ଓ୍ବାର୍କିଂ କମିଟି (ସିଡ୍ଲ୍ୟୁସି)ବୈଠକ ପରେ ପୁଣି ଥରେ କଂଗ୍ରେସରେ ଆନ୍ତଃ କନ୍ଦଳ ଦେଖାଦେଇଛି। ଦଳର ବରିଷ୍ଠ ନେତା କପିଲ ସିବଲ ଭାଜପା ଏବଂ...

ପକ୍ଷପାତ କରେନାହିଁ, ଘୃଣାକୁ ନିନ୍ଦାକରେ

ନୂଆଦିଲ୍ଲୀ,୩ା୯(ପି.ଟି.):ଫେସ୍‌ବୁକ୍‌ ରାଜନୈତିକ ଦୃଷ୍ଟିରୁ ପକ୍ଷପାତ କରୁଥିବା ଏବଂ ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ନେଇ ବିବାଦ ଦେଖାଦେଇଥିବାବେଳେ କଂଗ୍ରେସ କରିଥିବା ଅଭିଯୋଗ ଉପରେ ସୋସିଆଲ...

ସେନାଧିକାରୀ ହେବା ପରିବର୍ତ୍ତେ ଜମିରେ ଚାଷ କରୁଛନ୍ତି ରୋହିତ

ପାଟଣା,୧୩।୧: ବିହାରସ୍ଥିତ ହାଜିପୁରର ରୋହିତ ସିଂ ହିମାଚଳ ପ୍ରଦେଶର ଏକ ସୈନିକ ସ୍କୁଲରେ ଅଧ୍ୟୟନ କରୁଥିଲେ। ବାପା ଚାହୁଁଥିଲେ ଯେ ସେ ଜଣେ ସେନାଧିକାରୀ ହୁଅନ୍ତୁ,...

ଧନତେରାସ୍‌ରେ ଲକ୍ଷେ ୩୦ ହଜାର ସରକାରୀ କର୍ମଚାରୀଙ୍କ ଜମାଖାତାକୁ ଗଲାନି ଦରମା: ଆଇଏମ୍‌ଏଫ୍‌ଏସ୍‌ ସର୍ଭର ଡାଉନ୍‌

ଭୋପାଳ,୨୬।୧୦: ଧନତେରାସ୍‌ରେ ମଧ୍ୟପ୍ରଦେଶର ଲକ୍ଷେ ୩୦ ହଜାର ସରକାରୀ କର୍ମଚାରୀଙ୍କ ଜମା ଖାତାକୁ ଅକ୍ଟୋବର ମାସର ଦରମା ଯାଇ ପାରିନି। ସରକାରଙ୍କ ତାଗିଦ୍‌ ସତ୍ତ୍ୱେ ଏହା...

Advertisement
Archives

Model This Week