ପାଣି ସମସ୍ୟା ସମାଧାନ ନ ହେଲେ ହେବ ଆନ୍ଦୋଳନ: ବିଜେଡି

କୋରାପୁଟ,୨୪।୩ (ଅମିତାଭ ବେହେରା):କୋରାପୁଟ ଜିଲା କୋଟପାଡ଼ ବ୍ଲକରେ ଜହ୍ନରା ନାଳ ପାଣି ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ହେବୋଲି ବିଜେଡି ଦଳ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ସଭାପତି ଝିନ ହିକକା ସୂଚନା ଦେଇଛନ୍ତି। କୋରାପୁଟ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଶ୍ରୀ ହିକକା କହିଛନ୍ତି, ଜହ୍ନରା ନଦୀ ଜଳକୁ ନେଇ କୋଟପାଡ଼ ବ୍ଲକର ସୁ୍ତିପଦର, ଚାନ୍ଦିଲି, ମୂର୍ତହାଣ୍ଡି ଧମଣାହାଣ୍ଡି, ଷଡ଼ରଙ୍ଗା ଆଦି ୬ଟି ପଞ୍ଚାୟତର ୧୫ ସହ ହେକ୍ଟର ଜମିରେ ଚାଷ କରୁଥିବା ଚାଷୀମାନେ ପାଣି ବିନା ଘୋର ସମସ୍ୟାରେ ପଡିଯାଇଛନ୍ତି। ସେମାନେ ଚାଷ କରୁଥୁବା ଧାନ, ମକା, ଆଖୁ ଭଳି ବିଭିନ୍ନ ଚାଷ ଉଜୁଡି ଯାଇଛି। ୨୦୦୩ ମସିହାରେ ଛତିଶଗଡ଼ ସରକାରଙ୍କ ସହ ରାଜ୍ୟ ସରକାର ଏକ ଚୁକ୍ତିନାମା କରି ଉଭୟ ରାଜ୍ୟ ୫୦ ପ୍ରତିଶତ ଲେଖାଏ ଜଳ ନେଇ କାର୍ଯ୍ୟ କରିବେ କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ମୋହନ ସରକାରଙ୍କ ସହ ଛତିଶଗଡ଼ ସରକାରଙ୍କ ସଲାସୁତରା ପାଇଁ ଏହି ଅଞ୍ଚଳର ଚାଷୀ ଦୁର୍ଦ୍ଦଶାର ସମୁଖୀନ ହୋଇଛନ୍ତି।

ଏଥି ନେଇ ବିଜେଡିର ୯ ଜଣିଆ ବରିଷ୍ଟ ନେତା ଚାଷୀମାନଙ୍କ ସହ ଆଲୋଚନା କରି ଆସିବା ପରେ ଦଳର ମୁଖ୍ୟ ନବୀନ ପଟନାୟକଙ୍କ ନିକଟରେ ଜଣାଇଛନ୍ତି। ଏହା ବିଧାନସଭାରେ ଉପସ୍ଥାପନା କରାଯିବ। ଯଦି ସରକାର କିଛି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ବିରାଟ ଚାଷୀ ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ରବି ନନ୍ଦ, ପ୍ରଫୁଲ କୁମାର ପାଙ୍ଗି, ପୂର୍ବତନ ବିଧାୟକ ଲକ୍ଷ୍ମୀପୁର ପ୍ରଭୁ ଜାନି, ପଟାଙ୍ଗୀର ପୂର୍ବତନ ବିଧାୟକ ପ୍ରିତମ ପାଢୀ, କୋଟପାଡ଼ର ଚନ୍ଦ୍ର ଶେଖର ମାଝୀ, କୋରାପୁଟ ପୌରାଧକ୍ଷ ଲଲାଟ ରଞ୍ଜନ ସେଠି ପ୍ରମୁଖ ଉପସ୍ଥିତ ଥିବାବେଳେ ପୂର୍ବତନ ସଭାପତି ତଥା ବର୍ତ୍ତମାନର କେସିସି ବ୍ୟାଙ୍କ ଅଧ୍ୟକ୍ଷ ଈଶର ଚନ୍ଦ୍ର ପାଣିଗ୍ରାହୀ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri