Posted inଜାତୀୟ

ପାଣିଘେରରେ ୩ ଲକ୍ଷ ଲୋକ

ଗୁଆହାଟୀ,୨୮ା୫: ଆସାମରେ ବର୍ଷର ପ୍ରଥମ ବନ୍ୟା ଦେଖିବାକୁ ମିଳିଥିବା ବେଳେ ରାଜ୍ୟର ୧୧ ଜିଲା ଜଳମଗ୍ନ ହୋଇପଡ଼ିଛି। ପ୍ରାୟ ୩ ଲକ୍ଷ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଗୋଆଲପାରା ଜିଲାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୨୧ ରାଜସ୍ବ ଗ୍ରାମର ୩୨୧ ଗ୍ରାମ ପ୍ରଭାବିତ ହୋଇଛି। ଢେମାଜି, ଲକ୍ଷ୍ମୀପୁର, ନଗାଓଁ, ହୋଜାଇ, ବର୍‌ପେଟା, ଡାରାଙ୍ଗ, ନଳବାରି, ଗୋଆଲପାରା, ପଶ୍ଚିମ କାର୍ବି ଆଙ୍ଗ୍‌ଲଙ୍ଗ, ଦିବ୍ରୁଗଡ଼ ଓ ତିନ୍‌ସୁକିଆ ଜିଲା ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। ମୋଟ ୨,୬୭୮ ହେକ୍ଟର ଚାଷଜମି ଜଳଚର ହୋଇପଡ଼ିଥିବା ବେଳେ ୫୭ ରିଲିଫ କ୍ୟାମ୍ପ୍‌ରେ ୧୬,୭୨୦ ଲୋକଙ୍କୁ ରଖାଯାଇଛି। ଚିରାଙ୍ଗା, ବକ୍ସା ଜିଲାରେ ପୋଲ ଭୁଶୁଡ଼ି ପଡ଼ିଥିବା ବେଳେ ଅନେକ ରାସ୍ତାଘାଟ ନଷ୍ଟ ହୋଇଯାଇଛି। ଡିମା ହୋସାଓରେ ଭୂସ୍ଖଳନ ଯୋଗୁ ୩୦ ଘର ଭାଙ୍ଗିଯାଇଛି। ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁତ୍ର ନଦୀରେ ଜଳସ୍ତର ବଢ଼ୁଥିବା ବେଳେ ଆଗାମୀ ୪ ଦିନ ବର୍ଷା ବିତ୍ପାତ ଲାଗିରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ବନ୍ୟାକ୍ଲିଷ୍ଟ ଅଞ୍ଚଳର ସ୍ଥିତି ସମୀକ୍ଷା କରି ସାହାଯ୍ୟ ଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟଧିକ ସମ୍ବେଦନଶୀଳ ଅଞ୍ଚଳରେ ଫସି ଯାଇଥିଲେ ମୋଦି, ପାକ୍ ସୀମା ଥିଲା ମାତ୍ର ୩୦ କିଲୋମିଟର ଦୂର!

ନୂଆଦିଲ୍ଲୀ,୬ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପଞ୍ଜାବ ଗସ୍ତ ସମୟରେ ଏକ ସମ୍ବେଦନଶୀଳ ଅଞ୍ଚଳରେ ଫସି ଯାଇଥିବା ଜଣାପଡିଛି । କେତେଜଣ ବିରୋଧ ପ୍ରଦର୍ଶନକାରୀ...

ଲକ୍ଷ୍ମୀପୁର ଖେରି ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ: ଯୋଗୀ

ଲକ୍ଷ୍ନୌ,୪ ।୧୦: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଆଗମନକୁ ନେଇ କୃଷକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ ଏଠାରେ ଉପୁଜିଥିବା ହିଂସାରେ...

ପୁଣି ବିବାଦ ଘେରରେ ଜେଏନ୍‌ୟୁ: ହଷ୍ଟେଲ ଫି’ ବିରୋଧରେ ଛାତ୍ରଙ୍କ ଆନ୍ଦୋଳନ, କ୍ୟାମ୍ପସ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୪।୧୧: ଜବାହାରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ରେ ବିବାଦ ଥମିବାରେ ନାଁ ନେଉନି। ଗତ କିଛି ଦିନରୁ ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଜେଏନ୍‌ୟୁ ଛାତ୍ରମାନେ ଆନ୍ଦୋଳନ କରିଆସୁଛନ୍ତି।...

ତିନି ସେନାମୁଖ୍ୟଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଲେ ରାଜନାଥ

ନୂଆଦିଲ୍ଲୀ,୧୧ ।୯: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନରାଲ ବିପିନ ରାୱତ ଓ...

ରାଜଧାନୀରେ ଖବରଦାତାଙ୍କୁ ଗୁଳି

ନୂଆଦିଲ୍ଲୀ,୨୩।୬: ରାଜଧାନୀ ଦିଲ୍ଲୀର ବସୁନ୍ଧରା ଏନକ୍ଲେଭ ନିକଟରେ ମିତାଲି ଚନ୍ଦୋଲା ନାମକ ଜଣେ ଖବରଦାତାଙ୍କୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଗୁଳି କରିଥିବା ସୂଚନା...

ବିକାଶ ବିଜ୍ଞାପନ ଚିତ୍ର ନେଇ ଅଡୁଆରେ ମୁଖ୍ୟମନ୍ତ୍ରୀ..

ଲକ୍ଷ୍ନୌ,୧୨।୯: ବିକାଶର ଭୁଲ୍‌ ବିଜ୍ଞାପନ ଚିତ୍ର ନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏବେ ଅଡୁଆରେ ପଡ଼ିଛନ୍ତି। ଏନେଇ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ...

କେନାଲକୁ ଖସିଲା ବସ୍‌: ଚାଲିଗଲା ୯ ଜୀବନ

ହାଇଦ୍ରାବାଦ୍‌,୧୫।୧୨: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାରେ ବୁଧବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ବସ୍‌ ବ୍ରିଜ୍‌ ଉପରୁ କେନାଲକୁ ଖସି ଯିବାରୁ ୯...

ଲକ୍‌ଡାଉନ୍‌: ସାହାଯ୍ୟକାରୀ ପୋଲିସଙ୍କ ନାମ ଅନୁସାରେ ପୁଅର ନାମ ରଖିଲେ ତମନ୍ନା

ବରେଲି,୨୭।୩: ଉତ୍ତରପ୍ରଦେଶ ବରେଲିରେ ତମନ୍ନା ଖାଁ ନାମକ ଜଣେ ୨୬ ବର୍ଷୀୟା ମହିଳା ଗୁରୁବାର ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ବେଳେ ପିଲାଟିର ନାଁ...

Advertisement
Archives

Model This Week