Posted inଫୁରସତ

ପାଣିକୁ ଡରି ୬୫ ବର୍ଷ ହେବ ଗାଧୋଇନାହାନ୍ତି ଏହି ବ୍ୟକ୍ତି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ; ମାତ୍ର ଏହା ସମ୍ପୂର୍ଣ୍ଣ ସତ। ଇରାନ୍‌ ନିବାସୀ ୮୦ ବର୍ଷୀୟ ଅମୁ ହାଜୀ ଆଜକୁ ୬୫ ବର୍ଷ ହେବ ସ୍ନାନ କରିନାହାନ୍ତି। ତାଙ୍କୁ ଦୁନିଆର ସବୁଠୁ ଅପରିଷ୍କାର ମଣିଷ ଭାବେ ବିବେଚିତ କରାଯାଇଛି। କେବଳ ସେତିକି ନୁହେଁ, ଅମୁଙ୍କ ଦାବି ଗାଧୋଇବା ସାଙ୍ଗକୁ ସେ ଅନେକ ବର୍ଷ ହେବ ପାଣି ଛୁଇଁ ବି ନାହାନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏ ଘଟଣା ସମ୍ପର୍କରେ ଅବୁଙ୍କ ସହ ଅନେକଥର ଆଲୋଚନା ମଧ୍ୟ କରାଯାଇଛି। କିନ୍ତୁ ତାଙ୍କର ଗୋଟିଏ ଡର, ପାଣି ଦେଖିଲେ ତାଙ୍କୁ ଭୟ ଲାଗୁଛି। ତେଣୁ ପାଣିକୁ ହାତ ଲଗାଇବା ବି ଛାଡ଼ିଦେଇଛନ୍ତି। ଯେତେବେଳେ ତାଙ୍କୁ ଭୟର କାରଣ ପଚରାଗଲା, ସେ ଆଶ୍ଚର୍ଯ୍ୟ କଲାଭଳି ଉତ୍ତର ଦେଲେ। ପାଣି ଦେଖିଲେ ସେ ଏତେ ଭୟଭୀତ ହୋଇଯାନ୍ତି କେବେ ରୋଷେଇ କରନ୍ତିନି କି ବାସନ ବି ମାଜନ୍ତିନି। ଏମିତିକି ପଚାସଢ଼ା ମାଂସ ଖାଇଥାନ୍ତି। ପାଣି ପିଇବାକୁ ଇଚ୍ଛା ହେଲେ କଳଙ୍କି ଲାଗିଥିବା ତେଲ ଟିଣର ବ୍ୟବହାର କରନ୍ତି। ନିଜ ଚେହେରାକୁ ଦର୍ପଣରେ ଦେଖନ୍ତି। କିନ୍ତୁ ତାକୁ ପରିଷ୍କାର କରିବାକୁ ଇଚ୍ଛା କରନ୍ତିନି। କେଶ ବଢ଼ିଗଲେ ତାକୁୂ ସଫା କରିବା କି କାଟିବା ପରିବର୍ତ୍ତେ ପୋଡ଼ିଦିଅନ୍ତି। ଏହା ପୂର୍ବରୁ ଭାରତର କୈଳାସ ସିଂହ ୩୮ ବର୍ଷ ନ ଗାଧୋଇ ରେକର୍ଡ କରିଥିଲେ। କିନ୍ତୁ ଅମୁ ତାଙ୍କର ସବୁ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଶାନ୍ତନୁ ନାଇଡୁ? ମାତ୍ର ୩୧ ବର୍ଷରେ ପାଲଟିଥିଲେ ରତନ ଟାଟାଙ୍କ ବନ୍ଧୁ, ଅନ୍ତିମ ଯାତ୍ରାରେ ଆଗରେ ରହି ଦେଲେ ବିଦାୟ…

ନୂଆଦିଲ୍ଲୀ,୧୧।୧୦: ପ୍ରତ୍ୟେକଙ୍କ ଜୀବନରେ ଏକ ଅଦେଖା ଖାଲିପଣ ଥାଏ, ଯାହାକୁ ବନ୍ଧୁଟିଏ ପୂର୍ଣ୍ଣ କରିଥାଏ। ସେଥିଲାଗି କୁହାଯାଏ ବନ୍ଧୁ ହେବା ପାଇଁ କୌଣସି ବୟସ ନ...

ପ୍ଲେଜର ମ୍ୟାରେଜ କ’ଣ, ମୁସଲିମ ଦେଶରେ କାହିଁକି ବଢୁଛି ଏହାର ଚଳଣି?

ଜାକର୍ତ୍ତା: ଇଣ୍ଡୋନେସିଆ ହେଉଛି ଦକ୍ଷିଣ ପୂର୍ବ ଏସିଆରେ ଅବସ୍ଥିତ ଏକ ମୁସଲମାନ ବହୁଳ ଦେଶ। ଏବେ ଏଠାରେ ଏକ ସ୍ବତନ୍ତ୍ର ବିବାହକୁ ନେଇ ଆଲୋଚନା ହେଉଛି।...

ସ୍କୁଲରେ ଅଜବ ନିୟମ: ୱାଶ୍‌ରୁମ୍‌ ନ ଗଲେ ଏକ୍ସଟ୍ରା ମାର୍କ

ୱାଶିଂଟନ୍‌:ତେବେ ପିଲାଙ୍କ ପରୀକ୍ଷାକୁ ନେଇ ଆମେରିକାର କାଲିଫର୍ନିଆର ଏକ ବିଦ୍ୟାଳୟରୁ ଗୋଟିଏ ଆଶ୍ଚର୍ଯକର ଘଟଣା ସାମ୍‌ନାକୁ ଆସିଛି। ଏହି ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କ ଏକ ଅଜବ...

ବିଶ୍ବର ସବୁଠୁ ଧନୀ ପରିବାର: ୪୦୦୦ କୋଟିର ଘର, କାର୍‌ ସଂଖ୍ୟା ଜାରିଲେ ଉଡିଯିବ ହୋଶ୍‌

ଆବୁଧାବି:ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ସ୍ଥିତ ଆବୁଧାବିର ଅଲ୍‌ ନାହୟାନ ରାଜ ପରିବାର ହେଉଛି ବିଶ୍ବର ସବୁଠାରୁ ଧନୀ ପରିବାର। ଏହି ପରିବାରର ସମୁଦାୟ ସମ୍ପତ୍ତିର ମୂଲ୍ୟ...

ଟ୍ରକ୍‌ ପଛରେ କାହିଁକି ଲେଖାଯାଇଥାଏ ‘OK TATA’, ଏହାର ଅର୍ଥ କ’ଣ? ରତନ ଟାଟାଙ୍କ ସହ ସମ୍ପର୍କ କ’ଣ…

ନୂଆଦିଲ୍ଲୀ,୧୦।୧୦: ଯାତ୍ରା ସମୟରେ ଆପଣ ଟ୍ରକ୍‌ ପଛରେ କବିତା ସହ ଦୁଇଟି ଶବ୍ଦ ଲେଖାଯାଇଥିବା ଦେଖିଥାଇପାରନ୍ତି। ତାହା ହେଲା-OK TATA। ଏହି ଶବ୍ଦ ଟ୍ରକ୍‌ର ନେମ୍‌ପ୍ଲେଟ୍‌ର...

‘ହ୍ବାଟ୍ସଆପ୍‌’ରେ ନିଜର ସିକ୍ରେଟ୍‌ ଚାଟ୍‌କୁ ଏଭଳି ଲୁଚାନ୍ତୁ, GF ବି ପାରିବେନି ଜାଣି…

ନୂଆଦିଲ୍ଲୀ,୧୦।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ହ୍ବାଟ୍ସଅପ୍‌’ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପିଲାଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ନିଜର ଆକାଉଣ୍ଟ...

ଭାରତର ଉଦ୍ୟୋଗୀ ମନୋଭାବର ଏକ ଉଜ୍ଜ୍ୱଳ ଆଲୋକ ଥିଲେ ରତନ ଟାଟା, ନବୀନ କହିଲେ ସମଗ୍ର ବିଶ୍ୱରେ…

ଭୁବନେଶ୍ୱର,୧୦ା୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri