ପାଟଣାରେ ମିଳୁନି ଧାନ ବିହନ

ପାଟଣା, ୨୭।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକରେ ବିହନ ଧାନର ଘୋର ଅଭାବ ପରିଲକ୍ଷିତ ହୋଇଛି। ଚାଷୀ ସମବାୟ ସମିତିକୁ ପ୍ରତିଦିନ ଦୌଡ଼ିଲେ ବି ଧାନ ବିହନ ନ ପାଇ ହତାଶ ହୋଇ ଫେରୁଛି। ଫଳରେ ଚାଷୀ କୁଳ ଅସନ୍ତାଷ ପ୍ରକାଶ କରିଛନ୍ତି। ପାଟଣା ସମବାୟ ସମିତି ତରଫରୁ ପୁଟୁଳିଆଠାରେ ମଙ୍ଗଳବାର ଧାନ ବିହନ ବିକ୍ରି ସମୟରେ ଚାଷୀଙ୍କ ଦରକାରୀ ବିହନ ନ ମିଳିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଲ୍ୟାମ୍ପ ଏମଡି ହରମୋହନ ମହାନ୍ତ ବାଧ୍ୟ ହୋଇ ପୋଲିସର ଆଶ୍ରୟ ନେଇଥିଲେ। ପାଟଣା ଥାନା ଅଧିକାରୀ ସୋମନାଥ ଜେନା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।
୫ଶହରୁ ଊର୍ଦ୍ଧ୍ୱ ଚାଷୀ ମାନେ ସାମଜିକ ଦୂରତାକୁ ମଧ୍ୟ ଊଲ୍ଲଂଘନ କରି ବିହନ ନେବା ପାଇଁ ଠେଲା ପେଲା କରିବା ସହ ଧାଡି ଭାଙ୍ଗିବା ଦେଖିବାକୁ ମିଳିଥିଲା। ଚାଷୀଙ୍କର ଲଲାଟ, ସହଭାଗୀ, ପୂଜା, ପ୍ରତୀକ୍ଷା ଓ କଳା ଚମ୍ପା ଧାନ ବିହନ ଆବଶ୍ୟକ ଥିବା ବେଳେ ଏସବୁ ଧାନ ବିହନ ପାଟଣାରେ ମିଳୁନାହିଁ। ଫଳରେ ଚାଷୀଙ୍କୁ ସରକାରୀ ରିହାତି ଦରରେ ବିହନ ନ ମିଳିବାରୁ ଘରୋଇ ବିକ୍ରେତାଙ୍କଠାରୁ ଉଚ୍ଚା ଦରରେ ଧାନ ବିହନ କିଣିବାକୁ ପଡୁଛି। ବ୍ଲକର କେବଳ ପାଟଣା ସମବାୟ ସମିତି ୫ ଶହ କୁଇଣ୍ଟାଲ ଧାନ ବିହନ ଦେଇଥିବା ବେଳେ ବାଲେଶ୍ୱର ସିଡ୍ସ କର୍ପୋରେଶନ କେବଳ ଶହେ କୁଇଣ୍ଟାଲ ବିହନ ଯୋଗାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ପାଟଣା ଲ୍ୟାମ୍ପ ଏମଡି ହରମୋହନ ମହାନ୍ତ ସୂଚନା ଦେଇଛନ୍ତି। ଏସମ୍ପର୍କରେ ପାଟଣା କୃଷି ଅଧିକାରୀ ପରେଶ କୁମାର ଦାଶଙ୍କୁ ପଚାରିବାରୁ ବ୍ଲକରେ ୧୭ କୁଇଣ୍ଟାଲ ଧାନ ବିହନର ଆଶ୍ୟକତା ଥିବା ବେଳେ ଓଡିଶା ରାଜ୍ୟ ବିହନ ନିଗମ ମାତ୍ର ୪୭୫ କୁଇଣ୍ଟାଲ ବିହନ ଯୋଗାଇ ଦେଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାରୀ ସୁରକ୍ଷା ପାଇଁ ଦୁର୍ଗା

ସୁନ୍ଦରଗଡ଼, ୨୭।୯ (ଡି.ଏନ୍‌.ଏ): ଶାରଦୀୟ ଦୁର୍ଗାପୂଜା ଓ ଅନ୍ତର୍ଜାତୀୟ କନ୍ୟା ଦିବସ ଅବସରରେ ସୁନ୍ଦରଗଡ ଜିଲା ପୋଲିସ ବିଭାଗ ପକ୍ଷରୁ ସଶକ୍ତ ସୁନ୍ଦରଗଡ, ସୁରକ୍ଷିତ ସୁନ୍ଦରଗଡ...

ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ

ବାଲେଶ୍ୱର ଅଫିସ,୨।୧- ବାଲେଶ୍ବର ବଳରାମ ଗଡ଼ି ସ୍ଥିତ ଗଙ୍ଗାମାତା ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଛନ୍ତି। ଦାନବାକ୍ସରେ ପାଖାପାଖି ୨ ଲକ୍ଷ ଟଙ୍କା...

ଟାର୍ଗେଟ୍‌ ନାହିଁ, ଖୋଲା ଆକାଶ ତଳେ ପଡି ରହିଛି ଧାନ

ସୋନପୁର,୧୫।୧(ନି.ପ୍ର.) – ଚଳିତ ବର୍ଷ ଭଲ ବର୍ଷା ଓ ଅନୁକୂଳ ପାଗ ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ଖରିଫ ଧାନ ଅମଳ ଭଲ ହୋଇଛି । ତେବେ...

୧୦% ସୁଧ ଲୋଭ ଦେଖାଇ ୩.୮ ଲକ୍ଷ ଠକିନେଲେ

କଟକ ଅଫିସ,୧।୮: ଏକ ସରକାରୀ ସଂସ୍ଥାରେ ଟଙ୍କା ବିନିଯୋଗ କରି ମାସିକ ୧୦ ପ୍ରତିଶତ ସୁଧ ପାଇବାର ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତି ୩ଲକ୍ଷ ୮୦...

୪ର୍ଥ ଦିନରେ ଆମ୍ବୁଲାନ୍ସ, ହୋଟେଲ କର୍ମଚାରୀଙ୍କୁ ଜେରା

ରାୟଗଡ଼ା,୩ା୧(ସ୍ବ.ପ୍ର.):ରାୟଗଡ଼ାଠାରେ ରୁଷୀୟ ପର୍ଯ୍ୟଟକ ତଥା ସେଠାକାର ଏମ୍‌ପି ପାଭେଲ ଆଣ୍ଟୋଭ ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି...

ହଳଦୀପଦା ଷ୍ଟେଶନରେ ରେଳରୋକୋ

ରୂପ୍‌ସା,୯ା୫(ଡି.ଏନ୍‌.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ପ୍ରଗତିମଞ୍ଚ ପକ୍ଷରୁ ସୋମବାର ହଳଦୀପଦା ରେଳ ଷ୍ଟେଶନରେ ସକାଳ ୬ରୁ ରେଳରୋକୋ କରାଯାଇଛି। ମୁଖ୍ୟତଃ ଏହି ଷ୍ଟେଶନରେ...

ଥଇଥାନ ବାଟ ପାଉନି ପ୍ରଶାସନ

ଔପଦା,୧୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବଜାରରେ ସିଲ୍‌ ହୋଇ ରହିଥିବା ୨୩ଟି ଦୋକାନ ଗୃହ ଖୋଲିବାକୁ ପ୍ରଶାସନ ତରଫରୁ କୌଣସି ତତ୍ପରତା ପ୍ରକାଶ ପାଉ ନାହିଁ ା...

ବେଦାନ୍ତ ସୁରକ୍ଷା ଅଧିକାରୀଙ୍କ ନାମରେ ଅପହରଣ ମାମଲା

ଝାରସୁଗୁଡା ଅଫିସ୍‌,୧୫।୯: ଝାରସୁଗଡ଼ା ଭୂର୍କାମୁଣ୍ଡା ସ୍ଥିତ ବେଦାନ୍ତ କମ୍ପାନୀର କିଛି ସିକ୍ୟୁରିଟି ଅଧିକାରୀ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ଅପହରଣ କରି ୧୫ ଦିନ ପ୍ରକଳ୍ପ ପରିସରରେ...

Advertisement
Archives

Model This Week