‘ପାଗଲପନ୍ତି’ରେ ଜନ୍‌ ଆବ୍ରାହମ

ମୁମ୍ବାଇ: କପ୍‌-ଡ୍ରାମା ଏବଂ ଆକ୍ସନ ଫିଲ୍ମ ପରେ ଜନ୍‌ ଆବ୍ରାହମ୍‌ଙ୍କୁ ଆଗାମୀ କମେଡି ଫିଲ୍ମ ‘ପାଗଲପନ୍ତି’ରେ ଦେଖିବାକୁ ମିଳିବ। ଉକ୍ତ ଫିଲ୍ମ ଚଳିତ ବର୍ଷ ଶେଷଭାଗରେ ରିଲିଜ ହେବାକୁ ଯାଉଛି। ଆବ୍ରାହମ୍‌ ଏଥିରେ ତାଙ୍କର ସର୍ବାଧିକ ଦକ୍ଷତା ପ୍ରଦର୍ଶନ କରିଥିବା କହିଛନ୍ତି। ‘ପାଗଲପନ୍ତି’ରେ ଅନ୍ୟ ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି ଅନିଲ କପୁର, ଇଲିଆନା ଡି’କ୍ରୁଜ୍‌, ଅର୍ଶଦ ଓ୍ବାର୍ସି, ପୁଲକିତ ସମ୍ରାଟ୍‌ କ୍ରିତି ଖାରବନ୍ଦା, ଉର୍ବଶୀ ରଉତେଲା ଏବଂ ସୌରଭ ଶୁକ୍ଳା। ଉକ୍ତ ଫିଲ୍ମରେ ଜନ୍‌ଙ୍କ ସହ ପୁଣି ଯୋଡି ହୋଇଛନ୍ତି ନିର୍ଦ୍ଦେଶକ ଅନିସ ବାଜ୍‌ମୀ। ବାଜ୍‌ମୀ ମଧ୍ୟ ଆବ୍ରାହମ୍‌ଙ୍କ ଶେଷ କମେଡି ଫିଲ୍ମ ୨୦୧୫ର ‘ଓ୍ବେଲକମ୍‌ ବ୍ୟାକ୍‌’ରେ ନିର୍ଦ୍ଦେଶନା ଦେଇଥିଲେ।
ଏଥର ‘ପାଗଲପନ୍ତି’ରେ ଜନ୍‌ ଆବ୍ରାହମ୍‌ଙ୍କର ବଡି ଲାଙ୍ଗୁଏଜ୍‌ ଅଧିକ ଦେଖିବାକୁ ମିଳିବ। ଏହି ଅଭିନୟ ଜନ୍‌ଙ୍କର ନୁହେଁ ବୋଲି ଦର୍ଶକଙ୍କ ଧାରଣା ସୃଷ୍ଟି ହୋଇପାରେ। ପୂର୍ବାପେକ୍ଷା ଏଥର ଫିଲ୍ମରେ ଜନ୍‌ଙ୍କ ଅଭିନୟରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରିବେ ଦର୍ଶକ। ଏଥିରେ ଜନ୍‌ ଦର୍ଶକଙ୍କୁ ଖୁବ୍‌ ହସେଇବେ ବୋଲି ନିର୍ଦ୍ଦେଶକ ଅନୁଭବ କରୁଛନ୍ତି। ସିନେମା ଆମୋଦପ୍ରମୋଦର ଏକ ମଞ୍ଚ ହୋଇଥିବାବେଳେ ଦର୍ଶକଙ୍କୁ ହସେଇପାରିଲେ ସେଥିରେ ଆନନ୍ଦ ମିଳିବ ବୋଲି ଜନ୍‌ କହିଛନ୍ତି। ଟି-ସିରିଜ୍‌ ଓ ପାନୋରମା ଷ୍ଟୁଡିଓଜ୍‌ର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ସହ-ପ୍ରଯୋଜକ ଅଛନ୍ତି ଆଦିତ୍ୟ ଚୋକ୍‌ସି ଓ ସଞ୍ଜୀବ ଯୋଷୀ। ନଭେମ୍ବର ୮ରେ ଏହା ରିଲିଜ୍‌ ହେବାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରା ପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରା ପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

ସିରିଜ ବିସ୍ଫୋରଣରେ ଥରି ଉଠିଲା ସିରିଆ; ଡାମାସ୍କସରେ ମାକ୍ରନଙ୍କ ହୋଟେଲ ନିକଟରେ ମଧ୍ୟ ବଡ଼ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି

ଡାମାସ୍କସ,୭।୭: ମଙ୍ଗଳବାର ସିରିଆର ରାଜଧାନୀ ଡାମାସ୍କସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବର୍ତ୍ତମାନ ସିରିଆ ଗସ୍ତରେ ଅଛନ୍ତି ଏବଂ…

ଆଳି ବ୍ରାହ୍ମଣୀ ନଦୀରେ ଭାସୁଛି ବିରାଟକାୟ କୁମ୍ଭୀର, ଆତଙ୍କିତ ସ୍ଥାନୀୟ ଲୋକେ

ପଟ୍ଟାମୁଣ୍ଡାଇ,୭।୭(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳି ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀର ପତ୍ରପୁର ସେତୁ ନିକଟରେ ଏକ ବିରାଟକାୟ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି…

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri