ପାକ୍‌ରେ ପ୍ରଫେସରଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଇସ୍‌ଲାମାବାଦ, ୨୨ା୧୨(ପି.ଟି.): ଫେସ୍‌ବୁକ୍‌ରେ ଈଶ୍ୱରଙ୍କୁ ନିନ୍ଦାକରିବା ଅଭିଯୋଗରେ ଶନିବାର ପାକିସ୍ତାନର ଏକ କୋର୍ଟ ମୁସ୍‌ଲିମ ପ୍ରଫେସର ଜୁନୈଦ ହାଫିଜ୍‌ଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ପଞ୍ଜାବର ମୁଲ୍‌ତାନସ୍ଥିତ ହାଫିଜ୍‌ ବହଉଦ୍ଦିନ ଜାକାରିୟା ବିଶ୍ୱବିଦ୍ୟାଳୟରେ ହାଫିଜ୍‌ ଭିଜିଟିଂ ଅଧ୍ୟାପକ ଭାବେ କାମ କରନ୍ତି। ୨୦୧୩ ମାର୍ଚ୍ଚରେ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା। ୨୦୧୪ରୁ ମାମଲାର ଶୁଣାଣି କରାଯିବା ସହ ମୁଲ୍‌ତାନର କେନ୍ଦ୍ରୀୟ ଜେଲରେ ହାଫିଜ୍‌ଙ୍କୁ ରଖାଯାଇଥିଲା। ଅତିରିକ୍ତ ସେସନ୍ସ ଜଜ୍‌ କାଶିଫ କାୟୁମ୍‌ ହାଫିଜ୍‌ଙ୍କୁ ମୃତ୍ୟୁ ଦଣ୍ଡାଦେଶ ସହ ୫୦ ଲକ୍ଷ ଟଙ୍କା ଜରିମାନାଦେଶ ଦେଇଛନ୍ତି। ପ୍ରକାଶଥାଉ କି, ହାଫିଜ୍‌ଙ୍କ ଓକିଲ ରଶିଦ୍‌ ରେହମାନଙ୍କୁ ୨୦୧୪ରେ ଗୁଳିକରି ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପ୍ରତିଷେଧକ ଟୀକା: ୪୦୦ ଗବେଷକ ଦିନରାତି କରୁଛନ୍ତି ଗବେଷଣା, ୮୦୦ କୋଟି ଡଲାର ଅନୁଦାନ ଦେଇଛନ୍ତି ୪୦ ଦେଶ

ଜେନେଭା,୧୩।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣ ରୋକିବା ଏବଂ ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ୪୦୦ ଗବେଷକ ଦିନରାତି ଗବେଷଣା କରୁଛନ୍ତି।...

ନିଜ ଦେଶରେ ହେଉଥିବା ବର୍ଣ୍ଣବୈଷମ୍ୟ ପ୍ରଦର୍ଶନକୁ ଭୁଲିଲା ଆମେରିକା: ଭାରତର ଧାର୍ମିକ ସ୍ବାଧୀନତା ନେଇ ଚିନ୍ତା ପ୍ରକାଶ କଲା

ଓ୍ବାଶିଂଟନ, ୧୧।୬: ଆମେରିକାର ପରାମର୍ଶ ଦେବା ପଣିଆ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜ ଦେଶରେ ବର୍ଣ୍ଣବୈଷମ୍ୟ ପ୍ରଦର୍ଶନ ଜାରି ରହିଥିବାବେଳେ ଆମେରିକା ଏହି...

କ୍ୟାନ୍‌ସର ପୀଡ଼ିତାଙ୍କ ବିଶ୍ୱ ରେକର୍ଡ

ଲଣ୍ଡନ: ଜୀବନରେ ଅସମ୍ଭବ ବୋଲି କିଛି ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ। କାରଣ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ...

ବାହାମାସରେ ତାଣ୍ଡବ ରଚିଲା ପରେ ଫ୍ଲୋରିଡା ମୁହାଁ ହେଉଛି ‘ଡୋରିଆନ୍‌’

ଓ୍ବାଶିଂଟନ,୩।୯: ସାମୁଦ୍ରିକ ଝଡ଼ ଡୋରିଆନ ବାହାମାସରେ ଲ୍ୟାଣ୍ଡଫଲ କରିବା ପରେ ସେଠାରେ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହେବା ସହ...

ମହାମାରୀ ଭୟ, ୧୫୦ ଦେଶକୁ ଜାତିସଂଘ ନ ଆସିବାକୁ ପରାମର୍ଶ ଦେଲା ଆମେରିକା…

ଜେନେଭା,୧୯।୮: କରୋନା ଭାଇରସର ଦ୍ରୁତ ବେଗରେ ସଂକ୍ରମଣ କରୁଥିବାରୁ ଜାତିସଂଘର ବାର୍ଷିକ ଉଚ୍ଚ ସ୍ତରୀୟ କାର୍ଯ୍ୟକ୍ରମ ଯୋଗ ନ ଦେବାକୁ ଆମେରିକା ପୃଥିବୀର ବିଭିନ୍ନ ଦେଶକୁ...

ଏଠାରେ ହୁଏ ହୀରା ବର୍ଷା !

ଓ୍ବାଶିଂଟନ,୭।୧୧: ଆକାଶରୁ ହୀରା ବର୍ଷା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ଆମ ସୌରମଣ୍ଡଳର ନେପ୍‌ଚୁନ୍‌ ଗ୍ରହରେ ଏଭଳି ଘଟଣା ଘଟିଥାଏ।...

ମହାତ୍ମାଙ୍କ ଘଣ୍ଟା ୧୧ ଲକ୍ଷ ୮୨ ହଜାରରେ ନିଲାମ

ବ୍ରିଷ୍ଟଲ,୨୨।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଘଣ୍ଟା ୧୧ ଲକ୍ଷ ୮୨ ହଜାର ଟଙ୍କା(୧୨ ହଜାର ପାଉଣ୍ଡ)ରେ ନିଲାମ ହୋଇଛି। ଏହି ଘଣ୍ଟାକୁ ମହାତ୍ମା ପକେଟରେ...

ବ୍ରିଟେନରେ ହେବ ଭୟଙ୍କର ପରୀକ୍ଷଣ: ମାନବ ଶରୀରରେ ଛାଡି ଦିଆଯିବ କରୋନା ଭାଇରସ!

ଲଣ୍ଡନ,୨୬ ।୯: ବ୍ରିଟେନରେ ହେବାକୁ ଯାଉଛି ଏକ ଭୟଙ୍କର ପରୀକ୍ଷଣ । ଜାଣିଶୁଣି ମାନବ ଶରୀରରେ କରୋନା ଭାଇରସକୁ ଛାଡି ଦିଆଯାଇ ଏହି ପରୀକ୍ଷା କରାଯିବ...

Advertisement


Archives

Model This Week