Posted inଜାତୀୟ

ପାକିସ୍ତାନ ସତ୍‌ଲେଜ ନଦୀରୁ ଆସୁଛି ବିଷାକ୍ତ ପାଣି: ରୋଗରେ ପଡୁଛନ୍ତି ପଞ୍ଜାବ ଲୋକେ

ଚଣ୍ଡିଗଡ଼,୨୪।୮: ଭାରତ ବିରୋଧରେ ପାକିସ୍ତାନ ନୂଆ ନୂଆ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ପାକିସ୍ତାନର ଚମଡା କାରଖାନାରୁ ନିର୍ଗତ ହେଉଥିବା ଗନ୍ଧଯୁକ୍ତ ରାସାୟନିକ ପଦାର୍ଥ ଓ ଆବର୍ଜନା ସବୁ ସତ୍‌ଲେଜ ନଦୀରେ ମିଶି ଜଳ ପ୍ରଦୂଷିତ କରୁଛି। ଫଳରେ ପଞ୍ଜାବ ସୀମାନ୍ତରେ ଥିବା ଗାଁଗୁଡିକ ଏହି ନଦୀ ପାଣି ବ୍ୟବହାର କରି ରୋଗରେ ଆକ୍ରାନ୍ତ ହେବା ସହ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି। ଏଥିସହ ଉକ୍ତ ପାଣିକୁ ଚାଷ ଜମିରେ ଫସଲ ପାଇଁ ବ୍ୟବହାର କରାଯିବାରୁ ସବୁ ଫସଲ ନଷ୍ଟ ହୋଇଯାଉଛି ବୋଲି ଗ୍ରାମବାସୀ କହିଛନ୍ତି। ସୂଚନାଯୋଗ୍ୟ, ଭାରତରୁ ପାକିସ୍ତାନର କିଛି ଦୂର ପର୍ଯ୍ୟନ୍ତ ଏହି ନଦୀର ପାଣି ପ୍ରବାହିତ ହେଉଛି। ଫଳରେ ଏହି ନଦୀର ପାଣି ଭାରତର ପଞ୍ଜାବ ରାଜ୍ୟର କିଛି ସ୍ଥାନରୁ ପ୍ରବାହିତ ହୋଇ ପାକିସ୍ତାନକୁ ଯାଇଥାଏ। ପୁଣି ସେହି ପାଣି ପାକିସ୍ତାନରୁ ଫେରି ପଞ୍ଜାବକୁ ଆସିଥାଏ। ଯେଉଁଥିରେ ପାକିସ୍ତାନର ଚମଡା କାରଖାନାର ପାଣି ସତ୍‌ଲେଜ ନଦୀରେ ଆସି ମିଶିଥାଏ। ଏହାପରେ ପଞ୍ଜାବର ସୀମାବର୍ତ୍ତୀ ଗ୍ରାମବାସୀ ଏହି ପାଣିକୁ ବ୍ୟବହାର କରୁଥିବାରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ଢାଳି ୪ ଜଣଙ୍କୁ ଜାଳିଦେଲେ

ବିକାନେର,୯ା୩: ରାଜସ୍ଥାନର ବିକାନେ ଜିଲା ନୋଖାରେ ରବିବାର ୪ ଜଣ ବ୍ୟକ୍ତିଙ୍କ ଉପରେ ପୋଟ୍ରୋଲ ଢାଳି ଜାଳିଦେବା ଭଳି ଅଭାବନୀୟ କାଣ୍ଡ ସାମ୍ନାକୁ ଆସିଛି। ନିଆଁରେ...

ବିହାରରେ ଅସମ୍ଭାଳ ତାତି: ୨୨ ପର୍ଯ୍ୟନ୍ତ ସ୍କୁଲ ଛୁଟି, ଗୟାରେ ୧୪୪ ଧାରା ଜାରି

ପାଟନା, ୧୭।୬: ବିହାରରେ ଅସମ୍ଭାଳ ତାତି ଲାଗିରହିଛି। ଏପର୍ଯ୍ୟନ୍ତ ଅଂଶୁଘାତରେ ୧୭୩ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୫୦ରୁ ଅଧିକ ଲୋକ ଅଂଶୁଘାତର ଶିକାର ହୋଇ...

ଏସିଡ୍‌ ଆକ୍ରମଣରେ ୨୧ ଗୁରୁତର

ହାଜିପୁର, ୨୯ା୮(ପି.ଟି.): ବିହାରର ବୈଶାଳୀ ଜିଲା ଅନ୍ତର୍ଗତ ଦୌଡ଼ନଗର ଗ୍ରାମରେ ଘରୋଇ କଳିକୁ ନେଇ ଏସିଡ୍‌ ଆକ୍ରମଣ ହୋଇଛି। ଏଥିରେ ୩ ମହିଳାଙ୍କ ସମେତ ୨୧...

ଭାଲେଣ୍ଟାଇନ୍ସ ଡେ’ରେ ଦିଲ୍ଲୀରେ ଲିଭ୍‌ ଇନ ପାର୍ଟନରଙ୍କୁ ହତ୍ୟା, ଢାବା ଫ୍ରିଜ୍‌ରୁ ମିଳିଲା ମୃତଦେହ…

ନୂଆଦିଲ୍ଲୀ,୧୪।୨ : ଦିଲ୍ଲୀରେ ଭାଲେଣ୍ଟାଇନ୍ସ ଡେ’ରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ପୁଣିଥରେ ରାଜଧାନୀରେ ଶ୍ରଦ୍ଧା ହତ୍ୟା ମାମଲା ପରି ଏକ ଘଟଣା ଘଟିଛି।...

ଯୁବତୀଙ୍କୁ ଅପହରଣ ପରେ ଗଣବଳାତ୍କାର: ବହିଷ୍କୃତ ହେଲେ ଭାଜପା କର୍ମକର୍ତ୍ତା

ଭୋପାଳ, ୨୨ା୨- ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ୪ ଜଣ ଦୁର୍ବୃତ୍ତ ଗଣବଳାତ୍କାର କରିଥିବା ଅଭିଯୋଗ ଆସିଛି। ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ମଧ୍ୟପ୍ରଦେଶର ଶାହଦୋଲ ଜିଲାର...

ପିତାଙ୍କୁ ସ୍ୱିଗିରେ କାମ ମିଳିବାରୁ ଖୁସିରେ ଆତ୍ମହରା ହେଲେ କୁନି ଝିଅ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ, ୧୭ ।୧୦: ସାରା ବିଶ୍ୱରେ ପିତା ପୁତ୍ରିର ସମ୍ପର୍କ ସବୁଠାରୁ ନିଆରା । ଏ ଦୁହେଁ ଭାବନାର ଏମିତି ଏକ ବନ୍ଧନରେ ବାନ୍ଧି ହୋଇଥାଆନ୍ତି...

ଶୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୫।୬: ଜମ୍ମୁ-କଶ୍ମୀର ଶୋପିଆନର ହାଜିପୁରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଶୁକ୍ରବାର ହୋଇଥିବା ଏହି ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।...

ପୋଲିଂ ବୁଥରେ ପସିବାରୁ ଅଭିନେତାଙ୍କ କାର ଜବତ

  ଅମୃତସର,୨୦।୨: ପଞ୍ଜାବର ମୋଗା ଜିଲାରେ ପୋଲିଂ ବୁଥରେ ପସିବାକୁ ଉଦ୍ୟମ କରିବାରୁ ତାଙ୍କ କାରକୁ ସିଜ କରି ଦେଇଛି ପଞ୍ଜାବ ପୋଲିସ। ୧୧୭ ବିଧାନସଭା...

Advertisement
Archives

Model This Week