Posted inଖେଳ

ପାକିସ୍ତାନ ଲାଗି କର ବା ମର ସ୍ଥିତି

ଲିଡ୍ସ,୨୯।୬ (ପି.ଟି.)- ଚଳିତ ବିଶ୍ୱକପ୍‌ରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଥିବା ପାକିସ୍ତାନ ଶନିବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ଭେଟିବ। ଆରମ୍ଭରୁ ୩ଟି ପରାଜୟ ଓ ଗୋଟିଏ ବିନା ଫଳଫଳା ସହ ପାକିସ୍ତାନ ଲିଗ୍‌ ପର୍ଯ୍ୟାରୁ ବାଦ୍‌ ପଡିବା ସମ୍ଭାବନା ସୃଷ୍ଟି ହୋଇଥିଲା। ତେବେ ପରେ ପାକିସ୍ତାନ ଜବଦଦସ୍ତ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବା ସହ ଦକ୍ଷିଣ ଆଫ୍ରିକ ଓ ନ୍ୟୁଜିଲାଣ୍ଡ ଭଳି ଦଳକୁ ପରାସ୍ତ କରିବା ସହ ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି। ପୁଣି ଇଂଲଣ୍ଡ ଦୁଇଟି ମ୍ୟାଚ୍‌ରେ ଅପ୍ରତ୍ୟାଶିତ ଭାବେ ପରାସ୍ତ ହେବା ପରେ ୧୯୯୨ ଚାମ୍ପିୟନ ପାକିସ୍ତାନର ସେମି ଆଶାକୁ ଜୀବନ ମିଳିଛି। ପାକିସ୍ତାନ ଏପର୍ଯନ୍ତ ୭ଟି ମ୍ୟାଚ୍‌ ଖେଳି ୩ଟି ଲେଖାଏ ବିଜୟ ଓ ପରାଜୟ ଏବଂ ଗୋଟିଏ ବିନା ଫଳାଫଳା ସହ ୭ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଅନ୍ୟପଟେ ଆଫଗାନିସ୍ତାନ ୭ଟି ମ୍ୟାଚ୍‌ ଖେଳି ସବୁଥିରେ ପରାସ୍ତ ହୋଇ ବିନା ପଏଣ୍ଟ ସହ ତାଲିକାର ଦଶମ ତଥା ଅନ୍ତିମ ସ୍ଥାନରେ ରହି ଟୁର୍ନାମେଣ୍ଟରୁ ବାଦ୍‌ ପଡିଛି। ତେଣୁ ଆଫଗାନିସ୍ତାନ ଅପେକ୍ଷା ପାକିସ୍ତାନ ପାଇଁ ଏହି ମ୍ୟାଚ୍‌ ଅଧିକ ଗୁରୁତ୍ୱବହନ କରୁଛି।
ଗତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନର ବାବର ଆଜମ ଶତକ ହାସଲ କରିଥିଲେ। ସେହିପରି ଶାହିନ ଆଫ୍ରିଦୀ ୫ ଉଇକେଟ ସଫଳତା ହାସଲ କରିଥିଲେ। ଏହି ଦୁଇଟି ବ୍ୟକ୍ତିଗତ ସଫଳତା ପାକିସ୍ତାନର ଆତ୍ମବିଶ୍ୱାସ ବୃଦ୍ଧି କରିଛି। ୧୯୯୨ ବିଶ୍ୱକପ୍‌ ଅଭିଯାନ ସହ ଏଥର ବିଶ୍ୱକପ୍‌ରେ ସାମଞ୍ଜସ୍ୟ ରହିଛି। ୧୯୯୨ରେ ଇମ୍ରାନ ଖାଁଙ୍କ ନେତୃତ୍ୱରେ ପାକିସ୍ତାନ ପ୍ରାରମ୍ଭିକ ବିଫଳତା ସତ୍ତ୍ୱେ ଟାଇଟଲ ଜିତିଥିଲା। ଏଥର ଏହାର ପୁନରାବୃତ୍ତି ହେବ ବୋଲି ପାକ୍‌ ପ୍ରଶଂସକ ଆଶା ରଖିଛନ୍ତି। ଯଦି ପାକିସ୍ତାନ ତା’ର ବାକିଥିବା ଦୁଇଟି ମ୍ୟାଚ୍‌ରେ ଆଫଗାନିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରେ ତା,ହେଲେ ସେମି ଆଶା ବୃଦ୍ଧି ହେବ। ଅଭିଜ୍ଞ ସୋଏବ ମଲିକଙ୍କୁ ବାଦ୍‌ ଦେବା ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି। ମିଡଲ ଅର୍ଡରରେ ହାରିସ ସୋହେଲ ପ୍ୟତ୍ୟାବର୍ତ୍ତନ କରିବା ପରେ ଦଳର ବ୍ୟାଟିଂ ଲାଇନ୍‌ ବେଶ୍‌ ଶକ୍ତିଶାଳୀ ହୋଇଛି। ଦ୍ରୁତ ବୋଲଣ ମହମ୍ମଦ ଆମୀର ମଧ୍ୟ ଭଲ ଫର୍ମରେ ରହିଛନ୍ତି।
ଅପରପକ୍ଷରେ ଆଫଗାନିସ୍ତାନ ସବୁ ମ୍ୟାଚ୍‌ ହାରିଥିଲେ ମଧ୍ୟ ଭାରତ ବିପକ୍ଷରେ ବିଜୟ ସମ୍ଭାବନା ସୃଷ୍ଟି କରିଥିଲା ଓ ଟୁର୍ନାମେଣ୍ଟର ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇବାର ନିକଟତର ହୋଇଥିଲା। ପାକିସ୍ତାନ ଭଳି ଦଳକୁ ହରାଇପାରିଲେ ଆଫଗାନିସ୍ତାନ ପାଇଁ ଏକ ବଡ଼ ଉପଲବ୍ଧି ହେବ। ରସିଦ ଖାଁ ଓ ଗୁଲବଦିନ ନାଇବଙ୍କ ଭଳି ବିଶ୍ୱସ୍ତରୀୟ ଖେଳାଳି ଦଳରେ ଥିବାରୁ ଆଫଗାନିସ୍ତାନ ଏହି ମ୍ୟାଚ୍‌ରେ ବିଜୟୀ ହେବାକୁ ଚେଷ୍ଟା କରିବ।
ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଫଖର ଜମାନ, ଇମାମ ଉଲ ହକ, ବାବର ଆଜମ, ହାରିସ ସୋହେଲ, ହାସନ ଅଲି, ଶଦାବ ଖାଁ, ମହମ୍ମଦ ହାଫିଜ, ମହମ୍ମଦ ହାସନୈନ, ଶାହିନ ଶାହ ଆଫ୍ରିଦୀ, ଓ୍ବହାବ ରିୟାଜ, ମହମ୍ମଦ ଅମୀର, ସୋଏବ ମଲିକ, ଇମାଦ ଓ୍ବାସିମ ଓ ଆସିଫ ଅଲି।
ଆଫଗାନିସ୍ତାନ: ଗୁଲବଦିନ ନାଇବ (ଅଧିନାୟକ), ସୟଦ ଅହମଦ ଶିରଜାଦ, ହାଜରତୁଲ୍ଲା ଜଜାଇ, ଅସଘର ଆଫ୍‌ଗାନ, ରସିଦ ଖାଁ, ମହମ୍ମଦ ନବୀ, ମୁଜିବ ଉର ରହମାନ, ଦଲତ ଜଡ୍ରାନ, ନାଜିବୁଲ୍ଲା ଜଡ୍ରାନ, ହମିଦ ହାସନ, ହାସମତୁଲ୍ଲା ଶାହିଦୀ, ସମିଉଲ୍ଲା ଶିନଓ୍ବାରୀ, ରହମଦ ଶାହ, ନୁର ଅଲି ଜଡ୍ରାନ, ଇକ୍ରାମ ଅଲିଖିଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?