Posted inଜାତୀୟ

ପାକିସ୍ତାନ ଇସାରାରେ ଜମ୍ମୁ-କଶ୍ମୀରରେ ଚାଲିଛି ଆତଙ୍କବାଦୀ କାର୍ଯ୍ୟ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୮: ପାକିସ୍ତାନ ଇସାରାରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟ ବୃଦ୍ଧି ହେଉଛି ବୋଲି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଟୁଇଟ୍‌ କରି ଜଣାଇଛନ୍ତି। ପୂର୍ବରୁ ରାହୁଲ ଅଭିଯୋଗ କରିଥିଲେ ଯେ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ହିଂସାକାଣ୍ଡ ଘଟିଚାଲିଛି। ଏହାକୁ ଅସ୍ତ୍ର କରି ପାକିସ୍ତାନ ଜାତିସଂଘକୁ ଚିଠି ଲେଖି ଜଣାଇଥିଲା ଯେ, ରାହୁଲ ଜମ୍ମୁ-କଶ୍ମୀରରେ ହିଂସାକାଣ୍ଡ ଘଟୁଥିବା କହିଛନ୍ତି। ତେବେ ଏହାକୁ ନେଇ ରାହୁଲ ପାକିସ୍ତାନକୁ କଡ଼ା ଉତ୍ତର ଦେଇଛନ୍ତି। ରାହୁଲ କହିଛନ୍ତି ଜମ୍ମୁ-କଶ୍ମୀର ଭାରତର ଆଭ୍ୟନ୍ତରୀଣ ସମସ୍ୟା। ଏନେଇ ବାହାରର କୌଣସି ପକ୍ଷ ହସ୍ତକ୍ଷେପ କରିବା ଅନାବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସହିତ ମୋର କେତେକ ଅସହମତି ରହିଛି। ତେବେ ଜମ୍ମୁ-କଶ୍ମୀରରେ ଘଟୁଥିବା ହିଂସା ପାଇଁ ସୀମାପାର ପଡ଼ୋଶୀ ହିଁ ଦାୟୀ ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ଲୋକଙ୍କୁ ମଞ୍ଚୁରିଆନ ସୁପ୍‌ରେ ବିଷ ମିଶାଇ ପିଇବାକୁ ଦେଲେ ଚାକର ଦମ୍ପତି

ଜୟପୁର,୯।୧: ରାଜସ୍ଥାନର ଯୋଧପୁର ସହରରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଚାକର ଦମ୍ପତି ଏକ ପରିବାରର ୪ ସଦସ୍ୟଙ୍କୁ ମଞ୍ଚୁରିଆନ ସୁପ୍‌ରେ ବିଷ...

କରୋନା ସଂକ୍ରମଣକୁ ନେଇ ଭବିଷ୍ୟବାଣୀ କଲେ ରାହୁଲ

ନୂଆଦିଲ୍ଲୀ,୧୪।୭: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ...

ଯୁବତୀଙ୍କ ସ୍ବାଧୀନତା ଉପରେ ବିବାଦୀୟ ମନ୍ତବ୍ୟ ଦେଲେ ଡିଜିପି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଇନ୍ଦୋର,୭।୭: ଯୁବତୀଙ୍କ ସ୍ବାଧୀନତା ଉପରେ ମଧ୍ୟପ୍ରଦେଶ ଡିଜିପି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦେଶରେ ବୃଦ୍ଧି...

ଘରେ ମଶା ନହେବା ପାଇଁ ଆପଣାନ୍ତୁ ଏହି ଉପାୟ…

ଘର ପାଖରେ ସନ୍ତସନ୍ତିଆ ହେଲେ ମଶା ହୋଇଥାନ୍ତି। ତେବେ ମଶା ସମସ୍ୟାରୁ ଦୂରେଇ ରହିବା ପାଇଁ ଘର ପାଖରେ ଗେଣ୍ଡୁ ଫୁଲ ଲଗାଇଲେ ଭଲ। ଏହାର...

ଆସାମର ୨ ଜିଲାରେ ବୋମା ବିସ୍ଫୋରଣ

ଗୁଆହାଟୀ,୨୬।୧: ସାଧାରଣତନ୍ତ୍ର ଦିବସରେ ଆସାମର ୨ ଜିଲାରେ ୩ଟି ବୋମା ବିସ୍ଫୋରଣ ହୋଇଛି। ସ୍ଥାନୀୟ ଦିବ୍ରୁଗଡ଼ ଏବଂ ଚରାଇଦେବ ଜିଲାରେ ରବିବାର ସକାଳେ ବୋମା ବିସ୍ଫୋରଣ...

‘ଅମ୍ଫନ’ ମୁକାବିଲା ପାଇଁ ଉଚ୍ଚ ସ୍ତରୀୟ ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ,୧୮।୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ଆଖାପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଇସାରିଛି। ଏହାର ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ...

ବଲିଉଡ୍‌ ଗାୟିକାଙ୍କଠାରୁ କରୋନା ସଂକ୍ରମିତ ହେଲେ ଭାଜପା ନେତା!

ନୂଆଦିଲ୍ଲୀ,୨୦।୩: ରାଜସ୍ଥାନର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ତଥା ବସୁନ୍ଧରା ରାଜେଙ୍କ ପୁଅ ଦୁଷ୍ୟନ୍ତ ସିଂ କରୋନା ଚେକ୍‌ଅପ୍‌ ପାଇଁ ଶୁକ୍ରବାର ଦିଲ୍ଲୀର ରାମ ମନୋହର...

ଏନ୍‌ଏସ୍‌ଡି ଅଧ୍ୟକ୍ଷ ନିଯୁକ୍ତ ହେଲେ ପରେଶ ରାୱଲ

ନୂଆଦିଲ୍ଲୀ,୧୦ ।୯:ବଲିଉଡ୍ ଅଭିନେତା ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଏମ୍‌ପି ପରେଶ ରାୱଲଙ୍କୁ ନ୍ୟାଶନାଲ ସ୍କୁଲ ଅଫ୍ ଡ୍ରାମା(ଏନ୍‌ଏସ୍‌ଡି)ର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି...

Advertisement


Archives

Model This Week