ପାକିସ୍ତାନୀ ଡ୍ରାଇଭରଙ୍କ ମଣିଷ ପଣିଆ: ଫେରାଇଲେ ଭାରତୀୟ ଯୁବତୀଙ୍କ ପର୍ସ

ଦୁବାଇ,୧୪।୧: କୁହାଯାଏ ମଣିଷ ପଣିଆ ହିଁ ସବୁଠାରୁ ବଡ଼ ଗୁଣ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଦୁବାଇର ଜଣେ ପାକିସ୍ତାନୀ ଡ୍ରାଇଭର। କାର୍‌ରେ ବୁଲିଥିବା ରୈଶେଲ ରୋଜ୍‌ ନାମକ ଭାରତୀୟ ଯୁବତୀ ତାଙ୍କ ପର୍ସ ଭୁଲ୍‌ ବଶତଃ ଛାଡ଼ି ଦେଇଥିଲେ। ରୈଶଲଙ୍କ ପରେ ଅନ୍ୟ କିଛି ଯାତ୍ରୀ କାର୍‌ରେ ଯାତ୍ରା କରିଥିଲେ। କାର୍‌ରେ ପର୍ସ ପଡ଼ିଥିବା ଦେଖି ଡ୍ରାଇଭର ମୋଦାସର୍‌ ଖାଦିମ୍‌ ଏହା କାହାର ବୋଲି ପଚାରିଥିଲେ। ତେବେ ଯାତ୍ରୀମାନେ ଏହା ସେମାନଙ୍କର ନୁହେଁ ବୋଲି ଉତ୍ତର ଦେଇଥିଲେ। ପର୍ସ ଖୋଲି ଖାଦିମ୍‌ ରୈଶଲଙ୍କ ଫଟୋ ଦେଖିଥିଲେ। ପର୍ସରେ ଏକ ହଜାର ଦିରହମ୍‌ ଥିଲା। ତେବେ ରୈଶଲ ସେତେବେଳକୁ ଦୁବାଇ ଛାଡ଼ି ମାଞ୍ଚେଷ୍ଟର ପଳାଇ ଯାଇଥିଲେ। ଖାଦିମ୍‌ ଦୁବାଇର ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ିଥିଲେ। ଶେଷରେ ରୈଶଲଙ୍କୁ ତାଙ୍କ ପର୍ସ ଫେରାଇ ଦିଆଯାଇଥିଲା। ଏବେ ଖାଦିମ୍‌ଙ୍କ କାହାଣୀ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ଆମର ଦାୟିତ୍ୱ

ପରିବେଶ ସଂରକ୍ଷଣ ଦୃଷ୍ଟିକୋଣରୁ ‘ବିଶ୍ୱ ଧରିତ୍ରୀ ଦିବସ’ର ମହତ୍ତ୍ୱ ବେଶ୍‌ ଅଧିକ। ଗତ କିଛି ବର୍ଷ ଧରି ଏହି ଦିବସ ପାଳନ କରିବା ଲାଗି ଅଧିକାଂଶ...

ରାତି ୧୦ରୁ ସକାଳ ୮ ଭିଡ଼ିଓ ଗେମ୍‌ ଖେଳିବା ମନା

ବେଜିଂ,୨୦।୧୧: ଚାଇନାରେ ପିଲାଙ୍କ ମଧ୍ୟରେ ଭିଡ଼ିଓ ଗେମ୍‌ ଖେଳିବା ନିଶା ଭଳି ବ୍ୟାପିବାରେ ଲାଗିଛି। ଏହାଦ୍ୱାରା ପିଲାଙ୍କ ମାନସିକ ଏବଂ ଶାରୀରିକ ବିକାଶରେ ବାଧା ସୃଷ୍ଟି...

ବନ୍ଧୁକ ଆମକୁ ମାରିଦେବ ଲଗାମ ଲଗାଅ

ଓ୍ବାଶିଂଟନ୍‌, ୧୩ା୬: ‘ବନ୍ଧୁକ ଆମକୁ ମାରିଦେବ। ତୁରନ୍ତ ଏହା ଉପରେ ଲଗାମ ଲଗାଇ ଆମ ଜୀବନ ବଞ୍ଚାଅ’ ନାରା ଦେଇ ଆମେରିକାବାସୀ ବନ୍ଧୁକ ନିୟନ୍ତ୍ରଣ ଆଇନ...

ଥରିଲା ତାଇଓ୍ବାନ

ତାଇପେ,୧୮।୪: ଉତ୍ତର ପଶ୍ଚିମ ତାଇଓ୍ବାନରେ ଏକ ବଡ ଭୂକମ୍ପ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୬.୪। ଏହାର କେନ୍ଦ୍ରସ୍ଥଳ ହାଓଲିନ...

ନିଶ ଥିବା ଚଢ଼େଇ

ପୁରୁଷଙ୍କୁ ନିଜ ନିଶ ଭାରି ପ୍ରିୟ। ଏହାକୁ ନେଇ ସେମାନେ ଗର୍ବ କରନ୍ତି। ଯାହାର ଯେତେ ଗହଳ ଓ ଲମ୍ବା ନିଶ ସେ ସେତେ ଗର୍ବ...

କରୋନା ନୁହେଁ ଶେଷ ମହାମାରୀ, ବିଶ୍ୱବାସୀଙ୍କୁ ପ୍ରସ୍ତୁତ ରହିବାକୁ ପଡିବ: ଡବ୍ଲୁଏଚ୍‌ଓ

ଜେନେଭା,୨୭ ।୧୨: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ୍ ଅଧନୋମ ଘେବ୍ରେସିୟସ ବିଶ୍ୱବାସୀଙ୍କୁ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କରୋନା ବିଶ୍ୱ ପାଇଁ...

ଶ୍ରଦ୍ଧାଳୁଙ୍କଠାରୁ ୧୪୦୦ ଟଙ୍କା ସେବା ଶୁଳ୍କ ଆଦାୟ ପାଇଁ ଅଡି ବସିଲା ପାକିସ୍ତାନ

ଇସଲାମାବାଦ,୨୦।୧୦: ଶିଖଧର୍ମକ୍ଷେତ୍ର କର୍ତ୍ତାରପୁର ସାହିବକୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କଠାରୁ ପାକିସ୍ତାନ ୧୪୦୦ଟଙ୍କା ସେବା ଶୁଳ୍କ ଆଦାୟ କରିବ ବୋଲି ଜଣାପଡିଛି। ଭକ୍ତଙ୍କ ହିତରେ...

ଯେଉଁଠି ମୃତକଙ୍କର ହୁଏ ବିବାହ

ବିବାହ ଏକ ଶୁଭ କାର୍ଯ୍ୟ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ରହିଛି ଅନେକ ପରମ୍ପରା। କେଉଁଠି ଘୋଡା ଚଢି ତ ପୁଣି କେଉଁଠି ପାଲିଙ୍କି...

Advertisement
Archives

Model This Week