Posted inଜାତୀୟ

ପାକିସ୍ତାନର ମୋର୍ଟାର ଶେଲିଂ ମାଡ଼ରୁ ସୁରକ୍ଷା: ନିୟନ୍ତ୍ରଣ ରେଖାଠାରେ ନିର୍ମିତ ହେଉଛି ୩ ହଜାରରୁ ଅଧିକ ବଙ୍କର

ଶ୍ରୀନଗର,୪।୧୧: ଜମ୍ମୁ-କଶ୍ମୀରଠାରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବଙ୍କର ନିର୍ମାଣ ଜାରି ରହିଛି। ରାଜୌରୀ ଜିଲାରେ ଭାରତ ସରକାରଙ୍କ ପକ୍ଷରୁ ୩ ହଜାର ଶହେ ୩୧ ବଙ୍କର ନିର୍ମାଣ କରାଯିବା ଲାଗି ଯୋଜନା କରାଯାଇଛି। ଇତିମଧ୍ୟରେ ଏଠାରେ ୧୨ ଶହ ବଙ୍କର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଏକ ହଜାର ବଙ୍କର ନିର୍ମାଣ ଜାରି ରହିଛି। ଏହାର ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଶେଷ ହେବ ବୋଲି ରାଜୌରୀ ଡିଡିସି ମହମ୍ମଦ ଏଜାଜ୍‌ ଅସଦ୍‌ ସୂଚନା ଦେଇଛନ୍ତି। ନିର୍ମାଣ କାର୍ଯ୍ୟରେ ୧୨ଶହରୁ ଅଧିକ ଶ୍ରମିକଙ୍କୁ ନିଯୁକ୍ତ କରାଯାଇଛି। ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଏଠାରେ ମୋର୍ଟାର ଶେଲିଂ ମାଡ଼ କରୁଥିବାରୁ ଭାରତ ସରକାରଙ୍କ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ତାପସି

ମୁମ୍ବାଇ,୬ ।୩: ବଲିଉଡ୍ ନାୟିକା ତାପସି ପନ୍ନୁଙ୍କ ଘରେ ଆୟକର ବିଭାଗର ଚଢାଉ ସହ ତାଙ୍କୁ ଲଗାତାର ଭାବେ ପଚରା ଉଚରା କରାଯାଉଛି । ଅଭିଯୋଗ...

କଂଗ୍ରେସ ନେତା ହନୁମନ୍ଥ ରାଓ କରୋନା ସଂକ୍ରମିତ

ହାଇଦ୍ରାବାଦ,୨୧।୬: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଭି ଅନୁମନ୍ଥା ରାଓ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଟେଲିଫୋନ ଯୋଗେ...

ଗୋଟିଏ ଜୁଇରେ ଦମ୍ପତିଙ୍କ ଅନ୍ତିମ ସଂସ୍କାର…

ଇନ୍ଦୋର,୧୯।୫: ଗୋଟିଏ ଦିନରେ ଗୋଟେ ଘଣ୍ଟା ବ୍ୟବଧାନରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିବା ଏବଂ ଅନ୍ତିମ ସଂସ୍କାର ଗୋଟିଏ ଜୁଇରେ ହେବା ଘଟଣା ସାଧାରଣତଃ ଫିଲ୍ମରେ ଦେଖିବାକୁ...

ବିବାହରେ ଯୋଗ ଦେବା ଅପରାଧ ତ ନୁହେଁ: ସୁରଜେୱାଲା

ନୂଆଦିଲ୍ଲୀ,୩ ।୫: ନିଜର ଜଣ ବନ୍ଧୁଙ୍କ ବିବାହରେ ଯୋଗ ଦେବାକୁ ନେପାଳ ଯାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏବେ ଏହାର ଏକ ଭିଡିଓ...

ବସିର୍‌ହାଟ ହିଂସା: ଭାଜପା ପାଳନ କଲା କଳା ଦିବସ

କୋଲକତା, ୧୦।୬: ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲା ବସିରହାଟ୍‌ର ସନ୍ଦେଶଖାଲିସ୍ଥିତ ନଜତ୍‌ ଅଞ୍ଚଳରେ ଦଳୀୟ ପତାକାକୁ କେନ୍ଦ୍ର କରି ଭାଜପା କର୍ମୀଙ୍କୁ ଗୁଳି କରି...

ସ୍କୁଲ ପିଲାଙ୍କୁ ହୋମିଓପ୍ୟାଥି ଇମ୍ୟୁନିଟି ବୁଷ୍ଟର ଦେବା ପ୍ରସ୍ତାବ, ବିରୋଧ କରି ହାଇକୋର୍ଟର ଦ୍ୱାରସ୍ଥ ହେଲେ ଡାକ୍ତର…

ଥିରୁଭାନନ୍ତପୁରମ୍‌,୨୧।୧୦: ସ୍କୁଲ ପିଲାଙ୍କୁ କରୋନା ମହାମାରୀ ଲଢ଼େଇରେ ହୋମିଓପ୍ୟାଥି ଇମ୍ୟୁନିଟି ବୁଷ୍ଟର ଦିଆଯିବା ପ୍ରସ୍ତାବକୁ ବିରୋଓ କରି କେରଳର ଜଣେ ଡାକ୍ତର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।...

୫ ଜୁଲାଇରେ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ, ୨୭।୬: ଜୁଲାଇ ୫ରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏହି ଉପଛାୟା ଚନ୍ଦ୍ରଗ୍ରହଣ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ ଏବଂ ଆଫ୍ରିକାର କେତେକ ଅଞ୍ଚଳରେ...

ଭିଜିଟର୍ସ ବୁକ୍‌ରେ ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଜରାଟର ଅହମଦାବାଦ ବିମାନ ବନ୍ଦରରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ ଜଣାଇଥିଲେ। ଏହାପରେ...

Advertisement
Archives

Model This Week