Posted inଜାତୀୟ

ପାକିସ୍ତାନକୁ ଯୁଦ୍ଧରେ ହରାଇବାକୁ ୧୦ ଦିନ ବି ଲାଗିବନି: ମୋଦି

ନୂଆଦିଲ୍ଲୀ,୨୮।୧: ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ୩ ଥର ପରାଜିତ ହୋଇଛି। ଏବେ ଯୁଦ୍ଧ ହେଲେ ପାକିସ୍ତାନକୁ ହରାଇବାକୁ ୧୦ ଦିନ ସମୟ ବି ଲାଗିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି। ସ୍ଥାନୀୟ କାରିୟପ୍ପା ପରେଡ଼ ପଡ଼ିଆରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନ୍‌ସିସି)ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି। ଜମ୍ମୁ-କଶ୍ମୀରରେ ଦୀର୍ଘ ୭୦ ବର୍ଷପରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯାଇଛି। ଏହା ସମ୍ପୂର୍ଣ୍ଣଭାବେ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଥିବାବେଳେ ପାକିସ୍ତାନ କିନ୍ତୁ ଏହାକୁ ନେଇ ସୀମାରେ ଉତ୍ତେଜନା ସୃଷ୍ଟି କରୁଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଶେଷ କରିବା ସହିତ ଶାନ୍ତି ପ୍ରତିଷ୍ଠା ଳାଗି ଭାରତ ଉଦ୍ୟମ ଜାରି ରଖିଛି। ତେବେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ଏହାକୁ ନା ପସନ୍ଦ କରୁଛି ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଞ୍ଚ୍‌ରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୨।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ରବିବାର ପୁଞ୍ଚ୍‌ ଜିଲାର ମେଣ୍ଡାର ଏବଂ କ୍ରିଷ୍ଣାଘାଟି ସେକ୍ଟରରେ ପାକିସ୍ତାନ...

ଗରିବଙ୍କୁ ମାଗଣା ଇଡ୍‌ଲି ପରସୁଛନ୍ତି ୭୦ ବର୍ଷୀୟା ବୃଦ୍ଧା

ଚେନ୍ନାଇ,୧୫।୯: ତାମିଲନାଡୁ ରାମେଶ୍ୱରମର ଅଗ୍ନି ତୀର୍ଥମଠାରେ ଜଣେ ୭୦ ବର୍ଷୀୟା ବୃଦ୍ଧା ଗରିବଙ୍କୁ ମାଗଣାରେ ଇଡ୍‌ଲି ଖାଇବାକୁ ଦେଇ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।...

ସରକାରଙ୍କ ନିଷ୍ପତ୍ତି ନିବେଶ ବଢ଼ାଇବ: ଭେଙ୍କାୟା ନାଇଡୁ

ନୂଆଦିଲ୍ଲୀ,୧୨ା୧୧: କେନ୍ଦ୍ର ସରକାର ନିକଟରେ ନେଇଥିବା କେତେକ ପଦକ୍ଷେପ ନିବେଶ ବଢ଼ାଇବ ବୋଲି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ କହିଛନ୍ତି। ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଯୋଗୁ...

ରବିଦାସଙ୍କ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରିୟଙ୍କା

ବାରାଣସୀ,୯।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ବାରାଣସୀ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚି ସେ ସିର ଗୋବର୍ଦ୍ଧନପୁରରେ ଥିବା ସନ୍ଥ ରବିଦାସଙ୍କ ମନ୍ଦିରରେ...

କବାଟ ନବ୍‌-ମୋବାଇଲ୍‌-ଲାପଟପ୍‌ ଦ୍ୱାରା ବି ହୋଇପାରେ କରୋନା ସଂକ୍ରମଣ !

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହାର ସଂକ୍ରମଣ ନେଇ ବିଭିନ୍ନ ସମୟରେ ବହୁ ଗୁଜବ ମଧ୍ୟ ଶୁଣିବାକୁ ମିଳୁଛି। ତେବେ...

ବିଲେଇ ଛୁଆ ହତ୍ୟାକାରୀଙ୍କୁ ଖୋଜି ଆଣିଲେ ମିଳିବ ଏତିକି ଟଙ୍କା ପୁରସ୍କାର

ନୂଆଦିଲ୍ଲୀ,୧୯।୭: ବିଲେଇକୁ ଜୀବନ୍ତ ଜାଳି ଦେଇଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେଲେ ୫୦ ହcଜାର ଟଙ୍କା ପୁରସ୍କାର। ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାସନାଲ (ଏଚଏସଆଇ, ଭାରତ) ପକ୍ଷରୁ...

ଝିଅଙ୍କ ବିବାହ ବୟସ ବୃଦ୍ଧି ଆଇନ ଦ୍ୱାରା ସାମାଜିକ-ଆର୍ଥିକ ବିକାଶ ସମ୍ଭବ

ନୂଆଦିଲ୍ଲୀ, ୨୨।୧୦: ଦେଶରେ ମାତୃ ମୃତ୍ୟୁ ହାର ବଢ଼ିବାରେ ଲାଗିଛି। ତେବେ ଏହାକୁ ରୋକିବାରେ ଝିଅଙ୍କ ବିବାହ ବୟସ ବୃଦ୍ଧି ଆଇନ ସକ୍ଷମ ହେବ। ବିବାହ...

୩ ଭାଜପା ରାଜ୍ୟ ଅଧ୍ୟକ୍ଷଙ୍କ ପରିବର୍ତ୍ତନ

ନୂଆଦିଲ୍ଲୀ, ୨।୬: ଦିଲ୍ଲୀ, ଛତିଶଗଡ଼ ଏବଂ ମଣିପୁର ଆଦି ୩ ରାଜ୍ୟର ଭାଜପା ରାଜ୍ୟ ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀ ଭାଜପା ଅଧ୍ୟକ୍ଷ ପଦରୁ ମନୋଜ...


Coronavirus Update

Archives

Model This Week

Why Dharitri