Posted inଖେଳ

ପାକିସ୍ତାନକୁ ବଡ ଝଟକା: ଶ୍ରୀଲଙ୍କାର ୧୦ ପ୍ରମୁଖ ଖେଳାଳି ପାକିସ୍ତାନ ଯିବାକୁ ମନା କଲେ

କଲମ୍ବୋ,୧୦।୯: ଶ୍ରୀଲଙ୍କା କ୍ରିକେଟ ଦଳର ପାକିସ୍ତାନ ଗସ୍ତ ଫିକା ପଡିଯାଇଛି। ଶ୍ରୀଲଙ୍କାର ୧୦ ପ୍ରମୁଖ ଖେଳାଳି ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଯିବାକୁ ମନା କରି ଦେଇଛନ୍ତି। ଶ୍ରୀଲଙ୍କାର ଏହି ଗସ୍ତ ବାତିଲ୍‌ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଫଳରେ ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟର ପ୍ରତ୍ୟାବର୍ତ୍ତନକୁ ପୁଣି ବଡ ଝଟକା ଲାଗିଛି। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପାକିସ୍ତାନ ଗସ୍ତ କରି ସେଠାରେ ସିରିଜ ଖେଳିବା ପାଇଁ ସ୍ଥିର କରିଥିଲା। କିନ୍ତୁ ଶ୍ରୀଲଙ୍କାର ୧୦ ପ୍ରମୁଖ ଖେଳାଳି ସେଠାକୁ ଯିବାକୁ ମନା କରି ଦେଇଛନ୍ତି। ଏହି ଖେଳାଳିମାନଙ୍କ ମଧ୍ୟରେ ଟି-୨୦ ଅଧିନାୟକ ଲସିଥ ମାଲିଙ୍ଗା ଏବଂ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କ ଭଳି ବରିଷ୍ଟ ଖେଳାଳି ପାକିସ୍ତାନ ଯିବେ ନାହିଁ ବୋଲି ବୋର୍ଡକୁ ଜଣାଇଦେଇଛନ୍ତି॥ ସୂଚନାଯୋଗ୍ୟ, ୨୦୦୯ରେ ପାକିସ୍ତାନ ଗସ୍ତରେ ଥିବା ଶ୍ରୀଲଙ୍କା କ୍ରିକେଟ ଦଳର ବସ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ। ସୌଭାଗ୍ୟବଶତଃ ଖେଳାଳିମାନେ ଏଥିରୁ ବର୍ତ୍ତି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଏହି ଭାରତୀୟ କ୍ରିକେଟର୍‌; କପିଲ ଦେବଙ୍କ ପରେ ଏଭଳି କରିବାରେ ଦ୍ୱିତୀୟ ଭାରତୀୟ ଦ୍ରୁତ ବୋଲର୍‌

ନୂଆଦିଲ୍ଲୀ,୨୪।୨: ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ବୋଲର୍‌ ଈଶାନ୍ତ ଶର୍ମା। ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ସେ ପଦାର୍ପଣ କରିବା ପରେ ବଡ଼...

ଆଜିଠାରୁ ଟ୍ରେନିଂ ଆରମ୍ଭ କରିବେ ଶ୍ରୀଲଙ୍କା କ୍ରିକେଟର

କଲମ୍ବୋ,୩୧।୫ (ପି.ଟି.): କୋଭିଡ୍‌-୧୯ ମହାମାରୀ ଜାରି ରହିଥିବା ବେଳେ ୧୩ ଶ୍ରୀଲଙ୍କା କ୍ରିକେଟରଙ୍କୁ ନେଇ ଏକ ଗ୍ରୁପ୍‌ ସୋମବାରଠାରୁ ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏମାନଙ୍କ...

ଟି-୨୦ ଜିତିବା ଖୁସିରେ କୋହଲିଙ୍କୁ ଏମିତି କହିଲେ ଅନୁଷ୍କା

ସିଡନୀ,୭।୧୨: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଶିଖର ଧୱନ ଓ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଇନିଂସ ବଳରେ ଟିମ ଇଣ୍ଡିଆ ଏଠାରେ ଖେଳାଯାଇଥିବା...

ଭାରତୀୟ କ୍ରିକେଟର୍‌ଙ୍କ ଅଭିଯୋଗ: ପଶୁଙ୍କ ଭଳି ଆମ ସହ ବ୍ୟବହାର ନ କରାଯାଉ

ସିଡନୀ,୪।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଲାଯାଉଥିବା ବର୍ଡର-ଗାର୍ଭସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ଜାନୁଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ଟେଷ୍ଟ ମ୍ୟାଚ୍‌ ପୂର୍ବରୁ...

କାହିଁକି ଲର୍ଡସରେ ଶର୍ଟ ଖୋଲିଦେଇଥିଲେ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ତଥା ବିସିସିଆଇ ଅଧ୍ୟକ୍ଷ ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ମସିହା ଜୁଲାଇ ୮ରେ...

ଗର୍ଭବତୀ ମହିଳାଙ୍କ ପ୍ରେମରେ ପଡିଥିଲେ ଏହି କ୍ରିକେଟର

ଭାରତୀୟ କ୍ରିକେଟ ଖେଳାଳି ମୁରଲୀ ବିଜୟ ଆଜି ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ଅନ୍ୟତମ ଭାରତୀୟ କ୍ରିକେଟର୍‌ ଦୀନେଶ କାର୍ତ୍ତିକଙ୍କ ସହ ତାଙ୍କର ବିବାଦ କାହାକୁ...

ଅର୍ଦ୍ଧଶତକ ହାସଲ ପରେ ସ୍ତ୍ରୀଙ୍କ ଉପହାରକୁ ଦେଖାଇଲେ ଏହି କ୍ରିକେଟର

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତୃତୀୟ ମ୍ୟାଚ୍‌ରେ ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ ୧୦ ରନରେ ଡେଭିଡ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ...

ବେୟାରଷ୍ଟୋଙ୍କୁ ଆଇସିସିର ଭର୍ତ୍ସନା

ଦୁବାଇ, ୧୨ା୧୧ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସୋମବାର ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କୁ ଭର୍ତ୍ସନା କରିଛି। ଅକ୍‌ଲାଣ୍ଡର ଇଡେନପାର୍କଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ...

Advertisement


Archives

Model This Week