Posted inଜାତୀୟ

ପାକିସ୍ତାନକୁ ଘାରିଛି ଯୁଦ୍ଧ ନିଶା: କୃଷ୍ଣାଘାଟି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ; ଜଣେ ଭାରତୀୟ ଯବାନ ଶହୀଦ୍‌

ଶ୍ରୀନଗର,୨୦।୮: ପାକିସ୍ତାନକୁ ଏବେ ଯୁଦ୍ଧ ନିଶା ଘାରିଛି। ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଦୁଇଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି କରୁଛି। ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ଜମ୍ମୁ-କଶ୍ମୀର ପୁଞ୍ଚ୍‌ ଜିଲାର କୃଷ୍ଣାଘାଟି ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ଫରଓ୍ବାର୍ଡ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଛି।

ଏଥିରେ ଜଣେ ଭାରତୀୟ ଯବାନ ଶହୀଦ୍‌ ହୋଇଥିବା କୁହାଯାଉଛି।  ନାଏକ ରବିରଞ୍ଜନ କୁମାର ସିଂ ସୀମାପାର ଗୁଳିରେ ଶହୀଦ ହୋଇଛନ୍ତି। ବିହାରସ୍ଥିତ ରୋହତାସ୍‌ ଅନ୍ତର୍ଗତ ଗୋପ୍‌ ବିଘା ଗ୍ରାମର ନିବାସୀ ୩୬ ବର୍ଷୀୟ ରବିରଞ୍ଜନଙ୍କ ସ୍ତ୍ରୀ ରୀତା ଦେବୀ ଅଛନ୍ତି। ଏହି ଘଟଣାରେ ୪ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାର ଜବାବରେ ଭାରତୀୟ ସେନାଙ୍କ ପକ୍ଷରୁ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟକୁ ଲକ୍ଷ୍ୟ କରି ଗୁଳିଗୋଳା ମାଡ଼ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ଏକ୍ସଗର୍ଲଫ୍ରେଣ୍ଡଙ୍କ ବୟାନ ରେକର୍ଡ କଲା ପାଟନା ପୋଲିସ

ମୁମ୍ବାଇ,୨୯।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ମାସ ବିତିଯାଇଛି। ହେଲେ ଏଯାଏଁ ତାଙ୍କ ମୃତ୍ୟୁ ପଛର ରହସ୍ୟ ଉପରୁ ପର୍ଦ୍ଦା ଉଠାଇ ପାରିନ...

ଅହମଦାବାଦରେ ହେବ ‘କେମ୍‌ ଛୋ ଟ୍ରମ୍ପ୍‌’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୧୩ା୨(ଆଇଏଏନ୍‌ଏସ୍‌): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଗାମୀ ୨୪ ଓ ୨୫ ତାରିଖରେ ଭାରତ ଗସ୍ତରେ ଆସୁଥିବାବେଳେ ତାଙ୍କୁ ଗୁଜରାଟରେ ରେଡ୍‌ କାର୍ପେଟ ସ୍ବାଗତ ଲାଗି...

‘ଭାଇ ମୋତେ ୨ ଥର ହତ୍ୟା ପାଇଁ ଉଦ୍ୟମ କରିଥିଲେ’

ହାଇଦ୍ରାବାଦ,୭ା୫: ହାଇଦ୍ରାବାଦରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ମାମଲାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଶୟଦ ମୋବିନ ଅହମଦ ଏବଂ ମହମ୍ମଦ ମାସୁଦ...

ଦିଦିଙ୍କ ଆମ୍ବ କୂଟନୀତି, ମୋଦି-ଶାହାଙ୍କ ପାଖକୁ ପଠାଇଲେ ମିଠା ଆମ୍ବ …

କୋଲକାତା,୧।୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସହିତ ଭାଜପା ର ବହୁ ବରିଷ୍ଠ ନେତା ମମତା ବାନାର୍ଜୀଙ୍କ...

ଚତୁର୍ଥ ଲହର ନେଇ ବଢ଼ିଲା ବିପଦ…

ନୂଆଦିଲ୍ଲୀ, ୩୦।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଲୋକମାନେ କରୋନା ଠାରୁ କିଛି ମାତ୍ରାରେ ଆରାମ ଅନୁଭବ କରୁଥିବାବେଳେ ପୁଣି ମହାମାରୀ...

ରାଜ୍ୟ ସଭା ପାଇଁ ନାମାଙ୍କନପତ୍ର ଦାଖଲ କଲେ ମୋଦି: ସମର୍ଥନ ଜଣାଇଲେ ନୀତିଶ

ପାଟନା, ୨।୧୨: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁଶୀଲ ମୋଦି ବୁଧବାର ପାଟନାରେ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ...

ମେଘାଳୟ ହିଂସା ମୃତ୍ୟୁସଂଖ୍ୟା ୩

ଶିଲଂ,୨ା୩(ପି.ଟି.): ମେଘାଳୟର ପୂର୍ବ ଖାସି ପାର୍ବତ୍ୟାଞ୍ଚଳ ଜିଲାରେ ଆଦିବାସୀ-ଅଣଆଦିବାସୀ ସଂଘର୍ଷଜନିତ ମୃତ୍ୟୁସଂଖ୍ୟା ରବିବାର ୩ରେ ପହଞ୍ଚତ୍ଛି। ଶନିବାର ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ରବିବାର ସକାଳେ ୩...

କେନ୍ଦ୍ରର ପ୍ରଥମ ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱର

ନୂଆଦିଲ୍ଲୀ,୬।୫: କେନ୍ଦ୍ର ସରକାରଙ୍କ ପ୍ରଥମ ‘ସ୍ମାର୍ଟସିଟି’ ତାଲିକାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକାଶ...

Advertisement
Archives

Model This Week