Posted inଜାତୀୟ

ପାଓ୍ବାରଙ୍କ ସସ୍‌ପେନ୍ସ: ସଞ୍ଜୟ କହିଲେ ବୁଝିବାକୁ ଲାଗିବ ଆଉ କିଛି ଜନ୍ମ

ମୁମ୍ବାଇ,୧୯।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗି ରହିଛି ଅସାମଞ୍ଜସ୍ୟ। ନୂଆ ସମିକରଣ ଅନୁଯାୟୀ ଶିବସେନା ଏନ୍‌ସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ଚାହୁଁଛି। ହେଲେ ଏହାକୁ ନେଇ କଂଗ୍ରେସ କି ଏନ୍‌ସିପି ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟସୂଚନା ଦେଉନାହାଁନ୍ତି। ଏହା ଫଳରେ ଏବେ ଶିବସେନା ନେତା କ୍ରୋଧ ପ୍ରକାଶ କରିଛନ୍ତି। ସୋମବାର ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଦିଲ୍ଲୀ ଯାଇ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆଙ୍କୁ ଭେଟିଥିଲେ। ଆଲୋଚନା ହେଉଥିଲା କି ଏହାପରେ ହୁଏତ ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନ୍‌ସିପି ମେଣ୍ଟ ସରକାର ଗଢିବାକୁ ନେଇ ସୋନିଆ ସହମତି ପ୍ରକାଶ କରିଥିବେ। ହେଲେ ସୋନିଆଙ୍କ ସହ ସାକ୍ଷାତ୍‌ ପରେ ପାଓ୍ବାର ସସ୍‌ପେନ୍ସକୁ ବଢାଇ ଦେଇଛନ୍ତି। ସେ କହିଛନ୍ତି ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସୋନିଆଙ୍କ ସହ କିଛି ଆଲୋଚନା କରି ନାହାଁନ୍ତି। ଏମିତି କଥା ଶୁଣିବା ପରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ରରେ ଶିବସେନା ସରକାର ଗଢିବ ଓ ମୁଖ୍ୟମନ୍ତ୍ରୀ ଆସନରେ ବସିବ। ଆଉ ଏହାକୁ ବୁଝିବାକୁ ପାଓ୍ବାରଙ୍କୁ ଆଉ କିଛି ଜନ୍ମ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଞ୍ଚ କୋଟିରୁ ଅଧିକ ଜିଏସଟି ଚୋରି ଅଭିଯୋଗ ହେଲେ ତାକୁ ଅଭ୍ୟାସଗତ ଚୋର ବୋଲି ବିବେଚନା କରାଯିବ, ନିଆଯିବ କଡା କର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩ ।୯: ଟିକସ ଫାଙ୍କିବା, ଇନପୁଟ ଟ୍ୟାକ୍ସ କ୍ରେଡିଟ(ଆଇଟିସି) କିମ୍ବା ରିଫଣ୍ଡ ରାଶି ୫ କୋଟିରୁ ଅଧିକ ହୋଇଥିବା ସେ କ୍ଷେତ୍ରରେ ଜିଏସଟି ଅଧିକାରୀମାନେ ଆଇନଗତ...

ଶପଥ ନେଲେ ଯୋଗୀ-ଅଖିଳେଶ

ଲକ୍ଷ୍ନୌ,୨୮।୩: ସୋମବାର ଉତ୍ତରପ୍ରଦେଶ ବିଧାନସଭାରେ ଗୃହର ନେତା ଭାବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶପଥ ନେଇଛନ୍ତି। ସେହିପରି ବିରୋଧୀ ଦଳର ନେତା ଭାବେ ଅଖିଳେଶ ଯାଦବ...

ଯୋଗୀଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କଲେ ଅଖିଳେଶ

ଲକ୍ଷ୍ନୌ,୮।୨: ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ୨୪ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏଥିରେ ଗୋରଖପୁର (ସହରାଞ୍ଚଳ) ବିଧାନସଭା ନିର୍ବାଚନମଣ୍ଡଳୀରୁ ପୂର୍ବତନ ଭାଜପା ଉପସଭାପତି...

ଦିଲ୍ଲୀରେ ସ୍ଥାନେ ସ୍ଥାନେ ଲଗାଯାଇଛି ଆତଙ୍କବାଦୀଙ୍କ ପୋଷ୍ଟର

ନୂଆଦିଲ୍ଲୀ,୨୫।୧: ରାଜଧାନୀର କନଟ ଅଞ୍ଚଳରେ ହନୁମାନ ମନ୍ଦିର ପାଖରେ ୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ପୋଷ୍ଟର ମଙ୍ଗଳବାର ଲଗାଯାଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ଲଗାଯାଇଥିବା ୪ଟି ପୋଷ୍ଟରରେ...

୫ ରାଜ୍ୟରେ ସକ୍ରିୟ ହେବାରେ ଲାଗିଛି ବାଂଲାଦେଶୀ ଆତଙ୍କବାଦୀ ସଂଗଠନ ଜେଏମ୍‌ବି

ନୂଆଦିଲ୍ଲୀ,୧୪।୧୦: ଦେଶର ୫ଟି ରାଜ୍ୟରେ ଜମାତ୍‌ ଉଲ୍‌ ମୁଜାହିଦ୍ଦିନ୍‌ ବାଂଲାଦେଶ(ଜେଏମ୍‌ବି) ଆତଙ୍କବାଦୀ ସଂଗଠନ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଷ୍ଟ୍ରୀୟ ଯାଞ୍ଚ୍‌ ଏଜେନ୍ସି(ଏନ୍‌ଆଇଏ) ପକ୍ଷରୁ କୁହାଯାଇଛି।...

ଦାଦାଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୪।୧: ଭାରତୀୟ ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦଘାତରେ ଆକ୍ରାନ୍ତ ହୋଇ କୋଲକତାର ବୁଡଲ୍ୟାଣ୍ଡ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗାଙ୍ଗୁଲିଙ୍କ ସଫଳ...

ମୃତ ଭାଜପା କର୍ମକର୍ତ୍ତାଙ୍କ ପରିବାରଙ୍କୁ ଭେଟିଲେ ଶାହା: ସିବିଆଇ ତଦନ୍ତ ଦାବି

କୋଲକାତା,୬।୫: କୋଲକାତା କାଶୀପୁର ଅଞ୍ଚଳରେ ଶୁକ୍ରବାର ସକାଳେ ଭାଜପାର ଜଣେ କର୍ମକର୍ତ୍ତାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯିବା ପରେ ପରିବାରଲୋକଙ୍କ ମଧ୍ୟରେ ଶୋକର ଛାୟା...

ଲକଡାଉନ୍ ଭୟ, ଘରମୁହାଁ ପ୍ରବାସୀ

ନୂଆଦିଲ୍ଲୀ,୮ ।୧: ଦେଶରେ ବଢି ଚାଲିଛି କରୋନା ସଂକ୍ରମଣ । ବିଶେଷଜ୍ଞଙ୍କ ମତ ଜାନୁୟାରୀ ଶେଷ ସୁଦ୍ଧା ଏହା ଶୀର୍ଷ ଛୁଇଁବ । ଏପଟେ ବେଳକୁ...

Advertisement
Archives

Model This Week