ପାଇକାରୀ ମୁଦ୍ରାସ୍ଫୀତି ହାର ୧.୦୮%ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୧୭-୯: ଅଗଷ୍ଟରେ ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ପ୍ରାୟ ୨୫ ମାସର ସର୍ବନିମ୍ନ ସ୍ତର ୧.୦୮%ରେ ଅପରିବର୍ତ୍ତିତ ରହିଛି। ଜୁଲାଇ ମୁକାବିଲାରେ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ବର୍ଷକ ପୂର୍ବେ ସମାନ ଅବଧିରେ ଅର୍ଥାତ୍‌ ୨୦୧୮ ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ହାର ୪.୬୨% ରହିଥିଲା। ସରକାରଙ୍କ ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଖୁଚୁରା ମୁଦ୍ରାସ୍ଫୀତି ସାମାନ୍ୟ ବୃଦ୍ଧି ପାଇ ୩.୨୧% ହୋଇଛି। ସୋମବାର ଜାରି ପାଇକାରୀ ମୁଦ୍ରାସ୍ଫୀତି ତଥ୍ୟ ଅନୁଯାୟୀ ଖାଦ୍ୟପଦାର୍ଥ ସୂଚକାଙ୍କ ୧.୪% ବୃଦ୍ଧି ପାଇଛି। ମସଲା, କେତେକ ଡାଲି ଜାତୀୟ ଖାଦ୍ୟସାମଗ୍ରୀ ମୂଲ୍ୟ ୪% ବଢ଼ିଥିବା ବେଳେ ଫଳ ଓ ପନିପରିବା ଏବଂ ପର୍କ ମାଂସ ଦର ୩%, ମାଛ,ଗହମ,ମକା, ବିଫ୍‌ ଆଦି ମୂଲ୍ୟ ୨%,କ୍ଷିର, ରାଜମା, ଧାନ, ମଟନ ଦରରେ ୧% ବୃଦ୍ଧି ଦେଖିବାକୁ ମିଳିଛି। ତେବେ ଅଣ୍ଡା ମୂଲ୍ୟ ୭%, ଚା’ପତ୍ର ମୂଲ୍ୟ ୨% ଏବଂ ଚିକେନ ମୂଲ୍ୟ ୧% ହ୍ରାସ ପାଇଛି। ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ୧.୦୮% ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନକରେ ରୁପା ବଢ଼ିଲା ୨୦୦୦ ଟଙ୍କା, ସୁନା ମୂଲ୍ୟ ୧୦୦ ଟଙ୍କା ହ୍ରାସ

ନୂଆଦିଲ୍ଲୀ,୧୩-୮: ସୁନା ପରେ ଏବେ ରୁପା ମଧ୍ୟ ଏହାର ପୁରୁଣା ରେକର୍ଡ ଭାଙ୍ଗିଛି। ସ୍ଥାନୀୟ ସର୍ରାଫା ବଜାରରେ ମଙ୍ଗଳବାର ରୁପା ମୂଲ୍ୟ ୨୦୦୦ ଟଙ୍କା ବୃଦ୍ଧି...

କରୋନା ଯୋଗୁ ରୋଜଗାର ହରାଇବେ ୧୬୦ କୋଟି: ଆଇଏଲ୍‌ଓ

ଜେନେଭା,୩୦।୪: କରୋନା ସଂକ୍ରମଣର ପ୍ରଭାବ ଯୋଗୁ ପୃଥିବୀର ଅର୍ଥ ବ୍ୟବସ୍ଥା ସଙ୍କଟରେ ପଡ଼ିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି।...

ଡିପ୍ଲୋମା ଛାତ୍ର ଅଧ୍ୟାୟର ଉଦ୍‌ଘାଟନ

ଭୁବନେଶ୍ୱର,୨୨।୧୨: ଚଳିତ ଶିକ୍ଷାବର୍ଷ ପାଇଁ ସ୍ପିଣ୍ଟ୍ରୋନିକ ଟେକ୍ନୋଲୋଜି ଆଣ୍ଡ ଆଡଭାନ୍ସ ରିସର୍ଚ୍ଚ (ଡିପ୍ଲୋମା) ଛାତ୍ର ଅଧ୍ୟାୟର ଉଦ୍‌ଘାଟନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୬୫ଜଣ ଛାତ୍ରୀଛାତ୍ର ଭାରତୀୟ...

କୃଷିଋଣ ଉପରେ ବାର୍ଷିକ ୧.୫% ସୁଧ ରିହାତି

ନୂଆଦିଲ୍ଲୀ,୧୮।୮(ପିଆଇବି): ଦେଶର ସମସ୍ତ ଚାଷୀଙ୍କ ସୁବିଧା ଲାଗି ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷକରି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବଳ୍ପ ଅବଧିର କୃଷି...

ଓଡ଼ିଶା ପାଇଲାଣି ୨୭୮୬ କୋଟି ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣର ୧୨ତମ କିସ୍ତି ଭାବେ କେନ୍ଦ୍ର ସରକାର ସୋମବାର ଆଉ ୬ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ବାବଦକୁ...

ରିଲାଏନ୍ସ ଡିଜିଟାଲରେ ଆପଲ ପ୍ରଡକ୍ଟ ପ୍ରିବୁକିଂ

ନୂଆଦିଲ୍ଲୀ: ରିଲାଏନ୍ସ ଡିଜିଟାଲ ଷ୍ଟୋରରେ ଆପ୍‌ଲର ବିଭିନ୍ନ ପ୍ରଡକ୍ଟ ପ୍ରିବୁକିଂ ସମ୍ପର୍କରେ ଘୋଷଣା କରାଯାଇଛି। ଆପଲର ନୂଆ ଓ୍ବାଚ୍‌ ସିରିଜ ୬, ଆପଲ ଓ୍ବାଚ୍‌ ଏସ୍‌ଇ,...

ବିଓଆଇ ଅଫିସର୍ସ ଆସୋସିଏଶନ ପକ୍ଷରୁ ରିଲିଫ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୯।୫: ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ ଆସୋସିଏଶନ ପକ୍ଷରୁ ବାତ୍ୟା ପ୍ରଭାବିତ ଲୋକଙ୍କ ଲାଗି ରିଲିଫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଷତିଗ୍ରସ୍ତଙ୍କୁ ତାର୍ପୋଲିନ, ମଶାରୀ, ସୋଲାର...

ସ୍ପାମ୍‌ କଲ୍‌ରେ ଭାରତର ସ୍ଥାନ ନବମ

ଭୁବନେଶ୍ୱର,୨୦।୧୨: ଚଳିତ ବର୍ଷ ବିଶ୍ୱବ୍ୟାପୀ ରାଷ୍ଟ୍ରଗୁଡିକ ସ୍ପାମ୍‌ କଲ୍‌ ଦ୍ୱାରା ବେଶ୍‌ ପ୍ରଭାବିତ ହୋଇଥିବା ଜଣାପଡିଛି। ଏହି ବିଷୟରେ ପ୍ରସ୍ତୁତ କରାଯାଇଥିବା ଏକ ତାଲିକାରେ ୨୦ଟି ପ୍ରମୁଖ...

Advertisement
Archives

Model This Week