ପଶ୍ଚିମବଙ୍ଗ ମୁହାଁ ଅମ୍ଫନ୍‌

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ବାତ୍ୟା ଅମ୍ଫନ୍‌ ପାରାଦୀପଠାରୁ ଧିରେ ଧିରେ ଦୂରେଇ ଯାଇ ପଶ୍ଚିମବଙ୍ଗର ଦୀଘା ମୁହାଁ ହୋଇଛି । ବର୍ତ୍ତମାନ ପାରାଦୀପଠାରୁ ୧୫୦ କିଲୋମିଟର ଦୂରରେ ରହିଛି । ଅମ୍ଫନ୍‌ ପ୍ରଭାବରେ ବାଲେଶ୍ଵର, ଭଦ୍ରକ ଜିଲ୍ଲାରେ ଏବେ ପବନର ବେଗ ବଢ଼ିବାରେ ଲାଗିଛି। ଧାମରାରେ ମଧ୍ୟ ସମୁଦ୍ର ଅଶାନ୍ତ ଥିବା ଦେଖାଯାଇଛି। ବାଲେଶ୍ଵରରେ ପବନର ବେଗ ୧୦୦ରୁ ୧୨୫ କିଲୋମିଟର ବେଗରେ ରହିବ। ପାରାଦୀପରେ ପବନର ବେଗ ସର୍ବାଧିକ ଘଣ୍ଟା ପ୍ରତି ୧୦୬ କିଲୋମିଟର ରେକର୍ଡ କରାଯାଇଛି। ବର୍ତ୍ତମାନ ପବନର ବେଗ ଘଣ୍ଟା ପ୍ରତି ୮୯ କିଲୋମିଟର ହୋଇଛି। ସନ୍ଧ୍ୟା ୬ଟାରେ ବାତ୍ୟା ଅମ୍ଫନ୍‌ ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ। ଲ୍ୟାଣ୍ଡଫଲ୍‌ବେଳେ ପବନର ବେଗ  ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ରହିବ। ଏହାସହ ଅନେକ କ୍ଷୟକ୍ଷତିର ମଧ୍ୟ ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ପ୍ରହଲାଦ ଜୋଶୀଙ୍କୁ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ,୨୫।୭: ବଡ଼ ଘୋଷଣା। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ନୂଆ ଶିକ୍ଷାମନ୍ତ୍ରୀ ଘୋଷଣା କରାଯାଇଛି। କ୍ୟାବିନେଟ ମନ୍ତ୍ରୀ ପ୍ରହଲାଦ ଜୋଶୀଙ୍କୁ ତାଙ୍କର ବର୍ତ୍ତମାନର ବିଭାଗ ସହିତ ଶିକ୍ଷା…

ବାହୁଡ଼ା ଯାତ୍ରାରେ ଅନନ୍ତଙ୍କ ଘରେ ଅଲୌକିକ ଦୃଶ୍ୟ: ପାଣି ଗରାରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ

କୃଷ୍ଣପ୍ରସାଦ,୨୫ା୭(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସହାବାଜପୁର ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ବାହୁଡ଼ା ଯାତ୍ରା ଦିନ ସେହି…

କଳାହାଣ୍ଡିରେ ବିଜେଡିକୁ ବଡ଼ ଝଟ୍‌କା: ପଦ୍ମ ଧରିଲେ ଜିଲା ପରିଷଦ ଅଧ୍ୟକ୍ଷଙ୍କ ସହ ଶତାଧିକ ନେତା

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜୁ ଜନତା ଦଳ (ବିଜେଡି)। ଜିଲାରେ କ୍ଷମତାରୁ ଅପସାରିତ ହୋଇଥିବା ବିଜେଡିକୁ ଏକ ବଡ଼ଧରଣର ରାଜନୈତିକ ଝଟ୍‌କା ଲାଗିଛି।…

ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ

ପୁରୀ,୨୫ା୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ, ତିନିରଥରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଆରମ୍ଭ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ…

ଯୌତୁକ ପାଇଁ ସ୍ତ୍ରୀ ଙ୍କୁ ହତ୍ୟା ଉଦ୍ୟମ, ମୁହଁରେ ତକିଆ ଚାପିଥିବା ଅଭିଯୋଗ : ସ୍ବାମୀ ଗଲେ ଜେଲ                                        

ଦିଗପହଣ୍ଡି,୨୫|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଖଜୁରୀପଲ୍ଲୀ ଗ୍ରାମର ପୁଷ୍ପା ସେଠୀ(୨୭) ଙ୍କୁ ଅଧିକା ଯୌତୁକ ପାଇଁ ଶାରୀରିକ ଓ ମାନସିକ…

ଗୋଟେ ପଟେ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ, ଅନ୍ୟପଟେ ଭାଇରାଲ ହେଉଛି ମୋଦିଙ୍କ ପୋଷ୍ଟ

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଏହା ସହିତ, ‘କକ୍ରୋଚ ଜନତା ପାର୍ଟି’ – ଯାହା ଏକ ମାସରୁ ଅଧିକ…

ଧାନ ବିଲରେ ପଶିଲା କାର :୩୨୬ ନମ୍ବର ଜାତୀୟ ରାଜପଥରେ…

ମୋହନା,୨୫।୭(ମନ୍ମଥ ମିଶ୍ର): ଦୁଇ ଦିନର ଛୁଟି କାଟି ରାୟଗଡ଼ା ଜିଲାର ପଦ୍ମପୁରରୁ ଏକ କାର୍‌ (ଓଡି–୦୭–ଏଏଫ୍–୭୯୯୬) ଯୋଗେ ବ୍ରହ୍ମପୁର ଫେରୁଥିବା ବେଳେ ଗଜପତି ଜିଲା ଅଡବା ଥାନା…

ଆନ୍ଦୋଳନ ପ୍ରତ୍ୟାହାର କଲା CJP, ଧର୍ମେନ୍ଦ୍ରଙ୍କ ଇସ୍ତାଫା ପରେ ସିଜେପିର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୫।୭: ‘କକ୍ରୋଚ ଜନତା ପାର୍ଟି’ (CJP) ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦ ଶେଷ ହୋଇଥିବା ଘୋଷଣା କରିଛି। ଦଳର ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri