ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାମରେ କ୍ୟାପିଟାଲ ଥାନାରେ ହତ୍ୟା ଅଭିଯୋଗ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମରେ ରବିବାର ଅପରାହ୍ନରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଗତ ଅକ୍ଟୋବର ୮ରେ ମୁର୍ଶିଦାବାଦରେ ଜଣେ ସାମାଜିକ କର୍ମୀ, ତାଙ୍କ ଗର୍ଭବତୀ ସ୍ତ୍ରୀ ଓ ୮ ବର୍ଷର ଶିଶୁଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଦାୟୀ କରି କେତେଜଣ ସଚେତନ ନାଗରିକ ଏହି ଅଭିଯୋଗ ଆଣିଛନ୍ତି। ତୁରନ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ସୂଚନା ମୁତାବକ, ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ସାମାଜିକ କର୍ମୀ ବନ୍ଧୁପ୍ରକାଶ ପାଲ (୩୫), ତାଙ୍କ ଗର୍ଭବତୀ ସ୍ତ୍ରୀ ଓ ୮ ବର୍ଷର ପୁଅ ବନ୍ଧୁ ଆଙ୍ଗନ ପାଲଙ୍କୁ ହତ୍ୟା କରାଯାଇଥିଲା। ସାମାଜିକ କର୍ମୀ ପାଲ୍‌ ଜଣେ ହିନ୍ଦୁ ସମର୍ଥକ ଥିଲେ। ସେ ଟିଏମ୍‌ସି ବିରୋଧରେ ସାମାଜିକ ଗଣମାଧ୍ୟମରେ କଟୁ ମନ୍ତବ୍ୟ ଦେବା ସହ ଅନ୍ୟ ଗୋଟିଏ ରାଜନୈତିକ ଦଳକୁ ସମର୍ଥନ କରୁଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ମମତାଙ୍କ ଇସାରାରେ ତାଙ୍କର କର୍ମୀମାନେ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିଥିଲେ ବୋଲି ଅଭିଯୋଗ କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମନୋରଞ୍ଜନ ଏବଂ ମନୋଜ କୁମାରଙ୍କ ସମେତ ଅନ୍ୟ ସମର୍ଥକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରପୁରୀ ହେବନାହିଁ ବିଷ୍ଣୁପୁରୀ

ଓଡ଼ାପଡ଼ା, ୩୧ା୧୦ କରୋନା ଆତଙ୍କ ଯୋଗୁ ସତେ ଯେମିତି କେଉଁଠି ଅଟକିଯାଇଛି ପୃଥିବୀ। ପ୍ରଭାବିତ ହୋଇଛନ୍ତି ମଣିଷ। ଅସ୍ତବ୍ୟସ୍ତ ହୋଇଛି ଜୀବନଯାତ୍ରା। ସବୁଠୁ ବେଶି ପ୍ରତିକୂଳ...

କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିଲେ ଅପରାଜିତା, ବିଏମ୍‌ସିକୁ କଲେ ଟାର୍ଗେଟ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ଭୁବନେଶ୍ୱର ଝାରପଡ଼ା ହାଟ ଭଙ୍ଗା ଘଟଣା ପରେ ମଙ୍ଗଳବାର କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ନୂଆ ମହାନଗର ନିଗମ ସକାରାତ୍ମକ ମନୋବୃତ୍ତି...

ଚିଲିକା ବିଧାୟକଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୋମବାର ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ମାନ୍ୟବର କୋର୍ଟ...

ଆକର୍ଷିତ କରିପାରିଲାନି ବଡ଼ ବଡ଼ ଇଭେଣ୍ଟ: ବିଦେଶୀ ପର୍ଯ୍ୟଟକ ଆଗମନ ହାର କମିଲା

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଭାରତ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ଏକ ବିଶେଷ ସ୍ଥାନ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ବିସ୍ତୀର୍ଣ୍ଣ ବେଳାଭୂମି ଦେଶ ତଥା ବିଦେଶୀ ପର୍ଯ୍ୟଟକଙ୍କୁ...

ଥାନା ଅଧିକାରୀଙ୍କ ଅନୁଭୂତି: ଅଭିଯୁକ୍ତଙ୍କୁ ଧରାଇଲା ସରପଞ୍ଚଙ୍କ ଫୋନ କଲ୍‌

କେବଳ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ନୁହେଁ, ଅପରାଧ ରୋକିବା ଏବଂ ଠିକ୍‌ ଢଙ୍ଗରେ ତଦନ୍ତ ଚଳାଇ ଅପରାଧୀଙ୍କୁ ଧରିବା ପୋଲିସର ପ୍ରମୁଖ ଦାୟିତ୍ୱ। ଏହି ଗୁରୁ...

ନାଲ୍‌କୋ ସ୍କୁଲରେ ପାତରଅନ୍ତର ଅଭିଯୋଗ: କ୍ଷତିଗ୍ରସ୍ତଙ୍କ ପିଲାଙ୍କୁ ଅଣଦେଖା

ବଅଁରପାଳ, ୨୬।୪ (ଡି.ଏନ୍‌.ଏ.)- ଅନୁଗୋଳ ଜିଲାର ବଅଁରପାଳଠାରେ ଥିବା ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ପାଇଁ ବହୁ ଲୋକ ଚାଷ ଜମି ଓ ଭିଟା ମାଟି...

ବିଶୋଧିତ ହେଲା ଏରେଇଁ ଅଞ୍ଚଳ

ଭଦ୍ରକ ଅଫିସ, ୭ା୪- ସୋମବାର ସକାଳୁ ତୃତୀୟ ଦିନରେ ଭଦ୍ରକ ଉପକଣ୍ଠ ଏରେଇଁ ଅଞ୍ଚଳକୁ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧିତ କରାଯାଇଛି। ଜିଲା ଅଗ୍ନିଶମ ଅଧିକାରୀ...

ଆରମ୍ଭ ହେଲା ‘ଧରିତ୍ରୀ’ର ୟୁଥ୍‌ କନ୍‌କ୍ଲେଭ୍‌

ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ‘ଧରିତ୍ରୀ’ର ୪୮ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଏକ ନିଆରା ପ୍ରଚେଷ୍ଟା ଆରମ୍ଭ ହୋଇଛି। ଜଳବାୟୁ ପରିବର୍ତ୍ତନକୁ ନେଇ ବୁଧବାର ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ‘ଧରିତ୍ରୀ’...

Advertisement
Archives

Model This Week