ପଶ୍ଚିମବଙ୍ଗ, ବାଂଲାଦେଶ ମୁହାଁ ‘ବୁଲ୍‌ବୁଲ୍‌’:ଓଡ଼ିଶାକୁ ମାଡ଼ ନ କରିପାରେ

ଭୁବନେଶ୍ୱର,୬-୧୧(ବ୍ୟୁରୋ):ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ(ଡିପ୍ରେଶନ)ରେ ପରିଣତ ହୋଇଛି। ଧୀରେ ଧୀରେ ଏହା ଶକ୍ତିଶାଳୀ ହେଉଛି। ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଏହା ପଶ୍ଚିମ ଦିଗକୁ ଗତି କରୁଛି। ସାମୁଦ୍ରିକ ଝଡ଼ ଆଣ୍ଡାମାନର ମାୟାବନ୍ଦରଠାରୁ ୨୭୦ କିଲୋମିଟର, ପାରାଦୀପଠାରୁ ୮୯୦ କିଲୋମିଟର ପଶ୍ଚିମବଙ୍ଗଠାରୁ ୯୮୦ କିଲୋମିଟର ଏବଂ ବାଲାଂଦେଶ ଖେପୁରାଠାରୁ ୯୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ସାମୁଦ୍ରିକ ଝଡ଼ (ବାତ୍ୟା ‘ବୁଲ୍‌ବୁଲ୍‌’)ରେ ପରିଣତ ହେବ। ବାତ୍ୟା ପ୍ରଥମେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗ ଏବଂ ଏହା ପରେ ଉତ୍ତର- ଉତ୍ତର ପଶ୍ଚିମ ଦିଗ ଦେଇ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡ଼କୁ ମୁହାଁଇବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। କିନ୍ତୁ ବୁଲ୍‌ବୁଲ୍‌ ଓଡ଼ିଶାକୁ ମାଡ଼ ନ କରିପାରେ। ତେବେ ବାତ୍ୟା ଯୋଗୁ ଉପକୂଳ ଓଡ଼ିଶାରେ ଘଣ୍ଟାକୁ ୫୦ରୁ ୬୦ ଓ ବେଳେବେଳେ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏଥିଯୋଗୁ ୯ ଓ ୧୦ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ମାତ୍ର ବାତ୍ୟା ଉପକୂଳ ଅତିକ୍ରମ କରିବା ବେଳେ ଘଣ୍ଟାକୁ ୧୨୦ରୁ ୧୩୦ କିଲୋମିଟର ଏବଂ ବେଳେବେଳେ ୧୪୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ କେତେ ରହିବ ବୁଧବାର ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନେ ୮ ତାରିଖ ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟ ପକ୍ଷରେ ପାଣିପାଗ ସଂସ୍ଥା ‘ସ୍କାଏମେଟ୍‌’ ଭିନ୍ନ ପୂର୍ବାନୁମାନ କରିଛି। ବାତ୍ୟା ଓଡିଶାର ଚାନ୍ଦବାଲି ଓ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ ବୋଲି ଉକ୍ତ ସଂସ୍ଥା କହିଛି।
ବାତ୍ୟାର ପ୍ରଭାବରେ ଆସନ୍ତା ୯ ଓ ୧୦ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଆଦି ଜିଲାରେ ପ୍ରବଳ ବର୍ଷା ହେବ। ସେହିପରି ଗଞ୍ଜାମ, ଗଜପତି, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର ଆଦି ଜିଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟକୁ ବାତ୍ୟା ଆଶଙ୍କା ନ ଥିଲେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ବାତ୍ୟାକୁ ନେଇ କୌଣସି ପ୍ରକାର ଆତଙ୍କିତ ନ ହେବାକୁ ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ କୁମାର ଜେନା ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ବାତ୍ୟାକୁ ନେଇ ଆତଙ୍କିତ ହେଲେ ଏହାର ଫାଇଦା ଅସାଧୁ ବ୍ୟବସାୟୀମାନେ ନେବେ। ଉପକୂଳ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡ଼ିବା ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟାକୁ ଦେଖି ଆଗୁଆ ପଦକ୍ଷେପ ନେବାକୁ ଏସଆରସିଙ୍କ ପକ୍ଷରୁ ୧୫ ଜିଲାର ଜିଲାପାଳଙ୍କୁ ଏକ ନିର୍ଦ୍ଦେଶ ଦିଆଯାଇଛି। ସେହି ଜିଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଞ୍ଜାମ, ପୁରୀ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,ବୌଦ୍ଧ, ନୂଆପଡ଼ା ଏବଂ ମାଲକାନଗିରି।
ଆସନ୍ତା ୮ରୁ ୧୦ ତାରିଖ ମଧ୍ୟରେ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏଥିଯୋଗୁ ଧାନଠାରୁ ଆରମ୍ଭ କରି ପନିପରିବା ଓ ଅନ୍ୟାନ୍ୟ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ଏ ନେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ କୃଷକମାନଙ୍କୁ ସେମାନଙ୍କ ଫସଲ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଜାରି କରାଯାଇଛି। ବର୍ଷା ହେବା ପୂର୍ବରୁ ପାଚି ଯାଇଥିବା ମଧ୍ୟମ କିସମ ଧାନକୁ ତୁରନ୍ତ କାଟି ସୁରକ୍ଷିତ ସ୍ଥାନକୁ ନେଇଯିବାକୁ କୁହାଯାଇଛି। ଅମଳ ହୋଇଥିବା ଧାନକୁ ବେଙ୍ଗଳା କରି ପଲିଥିନରେ ଘୋଡ଼ାଇ ରଖିବା ସହିତ ବର୍ଷାଦିନିଆ ମକାକୁ ଅମଳ କରି ନେବାକୁ ପରାମର୍ଶ ଦିଆଯାଇଛି। ସେହିପରି ଅନ୍ୟାନ୍ୟ ଫସଲ ପାଇଁ ମଧ୍ୟ ଓୟୁଏଟି ପକ୍ଷରୁ ଚାଷୀମାନଙ୍କୁ ସତର୍କ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଦେଶର ୧୫ତମ ରାଷ୍ଟ୍ରପତି ହେଲେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ମୁର୍ମୁଙ୍କ ବିଜୟ ପରେ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ପରିପ୍ରେକ୍ଷୀରେ...

ପର୍ବପର୍ବାଣି ପାଳନ ଉପରେ କଟକଣା

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ବ୍ୟାପୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ପର୍ବପର୍ବାଣି ପାଳନ ଉପରେ କଟକଣା ଲଗାଇଛନ୍ତି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)...

ଅଭିଯୁକ୍ତଙ୍କ ଉପରୁ ଉଠିଲା ଗୁପ୍ତଚରି, ବିଦେଶୀ ଲିଙ୍କ୍‌ ଦଫା

ବାଲେଶ୍ୱର ଅଫିସ,୮ା୭: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ର ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କ ବିରୋଧରେ ଗୁପ୍ତଚରି...

ବିପୁଳ କ୍ଷତି ସହିଲେଣି ପରିବା ଚାଷୀ, ବ୍ୟବସାୟୀ

ଭୁବନେଶ୍ୱର,୪ା୫(ବ୍ୟୁରୋ): ଲକ୍‌ଡାଉନ୍‌ରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ କୃଷି କାର୍ଯ୍ୟ ଓ କୃଷିଜାତ ଦ୍ରବ୍ୟ ବିକ୍ରିବଟାକୁ ଅନୁମତି ଦିଆଯାଇଛି। ଏଭଳି ସଙ୍କଟ ସମୟରେ ଚାଷୀମାନେ ପରିବା...

ବିଜେପୁର ଉପନିର୍ବାଚନ LIVE UPDATE: ଦ୍ୱାଦଶ ରାଉଣ୍ଡ ସୁଦ୍ଧା ବିଜେଡି ୫୯,୬୬୬ ଭୋଟରେ ଆଗୁଆ

ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଗୁରୁବାର ସକାଳୁ ଜାରି ରହିଛି। ଦ୍ୱାଦଶ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ...

ଆଜି ନକଲି ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ବୁଧବାର ପଲିଗ୍ରାଫ ଟେଷ୍ଟ ହେବ । ପୋଲିସ ବିଭିନ୍ନ ଦିଗକୁ ନେଇ ସ୍ବତନ୍ତ୍ର ପ୍ରଶ୍ନ ତିଆରି କରିଛି ।...

ଆଉଜଣେ ରସିକିଆ ସ୍ବାମୀ: ନିଜକୁ ସଫ୍ଟୱେର ଇଞ୍ଜିନିୟର କହି ଏକାଧିକ ଯୁବତୀଙ୍କୁ ବିବାହ

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ନିଜକୁ ଡାକ୍ତର ପରିଚୟ ଦେଇ ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ଯୁବତୀ ଓ ମହିଳାଙ୍କୁ ବିବାହ କରି ଗିରଫ ହୋଇଥିଲେ ରମେଶ ସ୍ବାଇଁ। ସେ...

CORONAVIRUS UPDATE: ସୁସ୍ଥ ହେଲେ ଆଉ ୨୭; ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧୪୩କୁ ବୃଦ୍ଧି

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ଆଉ ୨୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବାଲେଶ୍ୱରର ୯, ଭୁବନେଶ୍ୱରର ୮, ଭଦ୍ରକର ୪, ଗଞ୍ଜାମ ଓ ସୁନ୍ଦରଗଡ଼ର...

Advertisement
Archives

Model This Week