Posted inଜାତୀୟ

ପଶ୍ଚିମବଙ୍ଗରେ ୧୦ ମୃତ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ମମତାଙ୍କୁ ମୋଦିଙ୍କ ପ୍ରତିଶ୍ରୁତି

କୋଲକାତା,୧୧ା୧୧(ପି.ଟି.): ସାମୁଦ୍ରିକ ବାତ୍ୟା ବୁଲ୍‌ବୁଲ୍‌ ପଶ୍ଚିମବଙ୍ଗ ଉପକୂଳ ଜିଲାଗୁଡ଼ିକରେ ବ୍ୟାପକ କ୍ଷତି ଘଟାଇବା ପରେ ବାଂଲାଦେଶରେ ପ୍ରବେଶ କରିଛି। ଏଥିରେ ପଶ୍ଚିମବଙ୍ଗରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ୧୩୫ କିଲୋମିଟର ପର୍ଯ୍ୟନ୍ତ ବେଗରେ ପବନ ବହିଥିଲା। ଫଳରେ ଶହ ଶହ ଗଛ ଭାଙ୍ଗିବା ସହିତ ଅନେକ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡିଥିବାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ରବିବାର କଥା ହୋଇଛନ୍ତି। ବୁଲ୍‌ବୁଲ୍‌ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଲାଗି ସମସ୍ତ କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ସେମାନେ ମମତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପଶ୍ଚିମବଙ୍ଗକୁ ୧୦ଟି ଏବଂ ଓଡ଼ିଶାକୁ ୬ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପଠାଯିବା ସହ ଆଉ ୧୮ଟି ଟିମ୍‌କୁ ଷ୍ଟାଣ୍ଡବାଏ ରଖାଯାଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ପୂର୍ବ ଭାରତରେ ବାତ୍ୟାଜନିତ କ୍ଷୟକ୍ଷତିର ସମୀକ୍ଷା କରାଯାଉଛି ବୋଲି ମୋଦି ଟୁଇଟ୍‌ କରିଛନ୍ତି।
ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ସମେତ ପୂର୍ବ ମିଦନାପୁର ଜଲାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। କେବଳ ଉତ୍ତର ୨୪ ପ୍ରଗଣାରେ ବାତ୍ୟାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଗଛ ପଡ଼ି ଓ ୨ ଜଣଙ୍କର କାନ୍ଥ ଭୁଶୁଡି ମୃତ୍ୟୁ ହୋଇଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବ ମିଦନାପୁରରେ ଗଛ ତଳେ ଚାପିହୋଇ ଜଣେ ପ୍ରାଣ ହରାଇଛନ୍ତି। ଏପରିକି ଶନିବାର ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ପ୍ରବଳ ବର୍ଷାରେ ଗଛଡାଳ ଭାଙ୍ଗି କୋଲକାତା ସହରରେ ଥିବା ଏକ କ୍ଲବ୍‌ର ଜଣେ କର୍ମଚାରୀ ନିହତ ହୋଇଥିଲେ। ପ୍ରବଳ ବର୍ଷା ଯୋଗୁ ଶନିବାର ଦିନ ତମାମ ଲୋକେ ବାହାରକୁ ବାହାରିପାରି ନ ଥିଲେ।
ଶତାଧିକ ଗଛ ପଡ଼ି କୋଲକାତା ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ରାସ୍ତା ଅବରୋଧ ହୋଇଛି। ଏନ୍‌ଡିଆର୍‌ଏଫ୍‌ ସମେତ କୋଲକାତା ମ୍ୟୁନିସିପାଲ କର୍ପୋରେଶନ, ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରୁ ଗଛ କାଟି ଅବରୋଧମୁକ୍ତ କରିବାରେ ଲାଗିଛନ୍ତି। ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ ବୁଲ୍‌ବୁଲ୍‌ ଶନିବାର ରାତି ସାଢ଼େ ୮ରୁ ସାଢ଼େ ୧୧ ମଧ୍ୟରେ ସୁନ୍ଦରବନ ଅତିକ୍ରମ କରିଥିଲା। ଧାନ୍‌ଚି ଜଙ୍ଗଲ ନିକଟରେ ସ୍ଥଳଭାଗ ଛୁଇଁବା ବେଳକୁ ଏହା କିଛିଟା ଦୁର୍ବଳ ହୋଇଯାଇଥିଲା। ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିବା ସହିତ ବେଳେବେଳେ ୧୩୫ କିଲୋମିଟର ବେଗରେ ପ୍ରବାହିତ ହେଉଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri