Posted inଜାତୀୟ

ପଶ୍ଚିମବଙ୍ଗରେ ୧୦ ମୃତ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ମମତାଙ୍କୁ ମୋଦିଙ୍କ ପ୍ରତିଶ୍ରୁତି

କୋଲକାତା,୧୧ା୧୧(ପି.ଟି.): ସାମୁଦ୍ରିକ ବାତ୍ୟା ବୁଲ୍‌ବୁଲ୍‌ ପଶ୍ଚିମବଙ୍ଗ ଉପକୂଳ ଜିଲାଗୁଡ଼ିକରେ ବ୍ୟାପକ କ୍ଷତି ଘଟାଇବା ପରେ ବାଂଲାଦେଶରେ ପ୍ରବେଶ କରିଛି। ଏଥିରେ ପଶ୍ଚିମବଙ୍ଗରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ୧୩୫ କିଲୋମିଟର ପର୍ଯ୍ୟନ୍ତ ବେଗରେ ପବନ ବହିଥିଲା। ଫଳରେ ଶହ ଶହ ଗଛ ଭାଙ୍ଗିବା ସହିତ ଅନେକ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡିଥିବାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ରବିବାର କଥା ହୋଇଛନ୍ତି। ବୁଲ୍‌ବୁଲ୍‌ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଲାଗି ସମସ୍ତ କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ସେମାନେ ମମତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପଶ୍ଚିମବଙ୍ଗକୁ ୧୦ଟି ଏବଂ ଓଡ଼ିଶାକୁ ୬ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପଠାଯିବା ସହ ଆଉ ୧୮ଟି ଟିମ୍‌କୁ ଷ୍ଟାଣ୍ଡବାଏ ରଖାଯାଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ପୂର୍ବ ଭାରତରେ ବାତ୍ୟାଜନିତ କ୍ଷୟକ୍ଷତିର ସମୀକ୍ଷା କରାଯାଉଛି ବୋଲି ମୋଦି ଟୁଇଟ୍‌ କରିଛନ୍ତି।
ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ସମେତ ପୂର୍ବ ମିଦନାପୁର ଜଲାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। କେବଳ ଉତ୍ତର ୨୪ ପ୍ରଗଣାରେ ବାତ୍ୟାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଗଛ ପଡ଼ି ଓ ୨ ଜଣଙ୍କର କାନ୍ଥ ଭୁଶୁଡି ମୃତ୍ୟୁ ହୋଇଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବ ମିଦନାପୁରରେ ଗଛ ତଳେ ଚାପିହୋଇ ଜଣେ ପ୍ରାଣ ହରାଇଛନ୍ତି। ଏପରିକି ଶନିବାର ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ପ୍ରବଳ ବର୍ଷାରେ ଗଛଡାଳ ଭାଙ୍ଗି କୋଲକାତା ସହରରେ ଥିବା ଏକ କ୍ଲବ୍‌ର ଜଣେ କର୍ମଚାରୀ ନିହତ ହୋଇଥିଲେ। ପ୍ରବଳ ବର୍ଷା ଯୋଗୁ ଶନିବାର ଦିନ ତମାମ ଲୋକେ ବାହାରକୁ ବାହାରିପାରି ନ ଥିଲେ।
ଶତାଧିକ ଗଛ ପଡ଼ି କୋଲକାତା ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ରାସ୍ତା ଅବରୋଧ ହୋଇଛି। ଏନ୍‌ଡିଆର୍‌ଏଫ୍‌ ସମେତ କୋଲକାତା ମ୍ୟୁନିସିପାଲ କର୍ପୋରେଶନ, ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରୁ ଗଛ କାଟି ଅବରୋଧମୁକ୍ତ କରିବାରେ ଲାଗିଛନ୍ତି। ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ ବୁଲ୍‌ବୁଲ୍‌ ଶନିବାର ରାତି ସାଢ଼େ ୮ରୁ ସାଢ଼େ ୧୧ ମଧ୍ୟରେ ସୁନ୍ଦରବନ ଅତିକ୍ରମ କରିଥିଲା। ଧାନ୍‌ଚି ଜଙ୍ଗଲ ନିକଟରେ ସ୍ଥଳଭାଗ ଛୁଇଁବା ବେଳକୁ ଏହା କିଛିଟା ଦୁର୍ବଳ ହୋଇଯାଇଥିଲା। ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିବା ସହିତ ବେଳେବେଳେ ୧୩୫ କିଲୋମିଟର ବେଗରେ ପ୍ରବାହିତ ହେଉଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର-ଜମି କିଣିବା ପୂର୍ବରୁ କରାଇ ନିଅନ୍ତୁ ଆଧାର ସହ ପାନ ଲିଙ୍କ: ନ ହେଲେ କଟିବ ଅଧିକ ଟିଡିଏସ…

ନୂଆଦିଲ୍ଲୀ,୭।୧୨ : ଭାରତୀୟ ନାଗରିକଙ୍କ ପାଇଁ ଆଧାର ଏବଂ ପାନ କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଗତ କିଛି ବର୍ଷ ଧରି ଏହି ଦୁଇକୁ ଲିଙ୍କ...

ତେଲଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କ ଆକାଉଣ୍ଟରେ ନାହିଁ ଗୋଟିଏ ବି ଟଙ୍କା!

ହାଇଦ୍ରାବାଦ,୭।୧୨: ରେଭନ୍ଥ ରେଡ୍ଡୀ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜ ତାଙ୍କୁ...

ଗିରିରାଜ ସିଂଙ୍କ ବିବାଦୀୟ ବୟାନ, ଫିଲ୍ମ ଫେଷ୍ଟିଭାଲରେ ମମତା ଠୁମକା ଲଗାଇବା ଉଚିତ ନୁହେଁ

ନୂଆଦିଲ୍ଲୀ,୭।୧୨: ଭାରତୀୟ ଜନତା ପାର୍ଟି ଏମପି ଗିରିରାଜ ସିଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। କୋଲକାତା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ...

ଚା’ ସିଙ୍ଗଡାରେ ଶେଷ ହେଉଛି ଇଣ୍ଡିଆ ମେଣ୍ଟ ବୈଠକ: ଜେଡିୟୁ ନେତାଙ୍କ ମନ୍ତବ୍ୟ…

ପାଟନା,୭।୧୨ : ବିହାରର ଶାସକ ଦଳ ଜନତା ଦଳ (ୟୁନାଇଟେଡ) (ଜେଡିୟୁ) ଏମପି ସୁନୀଲ କୁମାର ପିଣ୍ଟୁ ବର୍ତ୍ତମାନ ଏକ ବିବାଦ ସୃଷ୍ଟି କରି କହିଛନ୍ତି...

ରାହୁଲଙ୍କ ଅଫିସକୁ ଏଏମ୍‌-ପିଏମ୍‌ ଭିତରେ ତଫାତ ଜଣାନାହିଁ, ଦିନେ ପିଏମ୍‌ଓ କିଭଳି ଚଳାଇବେ; କଂଗ୍ରେସ ନେତାଙ୍କ ଉପରେ ରାଗିଯାଇ…

ନୂଆଦିଲ୍ଲୀ,୭।୧୨: ଥମିବାର ନାଁ ନେଉନାହିଁ କଂଗ୍ରେସର ଅଡ଼ୁଆ। ପ୍ରଥମେ ଅଧୀର ରଞ୍ଜନ ଚୌଧୁରୀ ସଂସଦରେ ଦଳକୁ କଟାକ୍ଷ କରିବା ପରେ ଏବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ...

ରେଭନ୍ଥ ମୁଖ୍ୟମନ୍ତ୍ରୀ-ମଲ୍ଲୁ ଭଟ୍ଟି ଉପମୁଖ୍ୟମନ୍ତ୍ରୀ…

ହାଇଦ୍ରାବାଦ,୭।୧୨ : ରେଭନ୍ଥ ରେଡ୍ଡୀ ଗୁରୁବାର ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବହୁ ଜନସମାଗମରେ...

ସାହାରା ରିଫଣ୍ଡ ଲାଗି ଆସିଛି କି ଏଭଳି ମେସେଜ? ନୂଆ ପୋର୍ଟାଲରେ ଏଭଳି କରନ୍ତୁ ପୁନଃ ଆବେଦନ…

ନୂଆଦିଲ୍ଲୀ,୭।୧୨:ସାହାରା ଇଣ୍ଡିଆରେ ରଖିଥିବା ଟଙ୍କା ଫେରିପାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗଷ୍ଟ ୪ରେ ‘ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲ’ ଲଞ୍ଚ କରାଯାଇଥିଲା। ଯଦି କାହା ଟଙ୍କା...

ଦୟାକରି ମୋତେ ମୋଦି ଜୀ ଡାକନ୍ତୁ ନାହିଁ: କାହିଁକି ଭାଜପା ଏମ୍‌ପିମାନଙ୍କୁ ଏପରି ନିବେଦନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛି। ମୋଦି ପହଞ୍ଚିବା ପରେ ଭାଜପା ଏମ୍‌ପିମାନେ ‘ମୋଦି ଜୀ ସ୍ବାଗତ ହୈ’ ସ୍ଲୋଗାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri