Posted inଜାତୀୟ

ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ନୂଆ ମୋଟରଯାନ ନିୟମ: ମମତା

କୋଲକାତା,୧୧।୯: ସମଗ୍ର ଦେଶରେ ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ନିୟମ ଲାଗୁ ହୋଇଛି। ନୂତନ ନିୟମ ଅନୁସାରେ ଟ୍ରାଫିକ ନିୟମ ଉଲଂଘନ ଓ ଜରୁରୀ କାଗଜପତ୍ର ପାଇଁ ଲୋକଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ୁଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟରେ ନୂଆ ମୋଟର ଯାନ ନିୟମ ଲାଗୁ କରିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, ଯେ କେନ୍ଦ୍ର ସରକାରଙ୍କ ଏହି ନିୟମ ଲୋକଙ୍କ ଉପରେ ବୋଝ ହୋଇପଡ଼ିଛି। ଏହି ନିୟମକୁ ଆମେ ସଂସଦରେ ମଧ୍ୟ ବିରୋଧ କରିଥିଲୁ। ଏହା ଲାଗୁ ହେବା ପରେ ଲୋକଙ୍କ ଉପରେ ଟଙ୍କାର ବୋଝ ବଢ଼ିଯିବ। ତେଣୁ ଏହାକୁ ପଶ୍ଚିମବଙ୍ଗରେ ଲାଗୁ କରାଇବାକୁ ଦିଆଯିବ ନାହିଁ ବୋଲି ମମତା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଟ୍ରାଫିକ ନିୟମ ପାଳନ କରି ଗାଡ଼ି ଚଳାଇବା ସହ ନିଜର ଜୀବନ ବଞ୍ଚାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍ତି। ଏଥିରେ କିଛି ମାତ୍ରାରେ ଦୁର୍ଘଟଣା ଉପରେ ରୋକୋ ଲଗାଯାଇପାରିବ। ତେବେ ଏହାରି ଭିତରେ ଗୁଜରାଟ ସରକାର ନୂଆ ନିୟମରେ ପରିବର୍ତ୍ତନ ଆଣିଛନ୍ତି। ନିଜ ରାଜ୍ୟରେ ଜରିମାନା ହ୍ରାସ କରିଥିବା ବେଳେ ଆଉ କେତେକ ରାଜ୍ୟ ଏହା ଉପରେ ବିଚାର କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ଦେଖାକରିବାକୁ ଆସିଥିଲେ, ହଠାତ୍‌ ମା’ ଆସିଯିବାରୁ…

ଭୁବନେଶ୍ୱର,୧୩।୭: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଜଳବାୟୁ ଟାୱାର ତଳୁ ଛାତ୍ରଙ୍କ ମୃତଦେହ ମିଳିବା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ବେଳେ ୧୦ମ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ରଥଯାତ୍ରା ପାଇଁ ପ୍ରଶାସନ ସଜାଗ, ଏହି ସବୁ ଦିଗରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ ତହସିଲଦାର

ପୁରୁଷୋତ୍ତମପୁର,୧୩।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପ୍ରଶାସନ ପକ୍ଷରୁ ରଥଯାତ୍ରାର ସୁପରିଚାଳନାକୁ ନେଇ ଏକ ପ୍ରସ୍ତୁତି ବୈଠକ ସୋମବାର ତହସିଲଦାର ବିନୋଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ…

ଆପାର୍ଟମେଣ୍ଟ ତଳୁ ମିଳିଲା ମୃତଦେହ

ଭୁବନେଶ୍ୱର,୧୩।୭: ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ଜଣାପଡି ନାହିଁ।…

ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ପରିବର୍ତ୍ତନ! ମାତ୍ର ୬୭୩ ଟଙ୍କାରେ ମିଳିବ ଗ୍ୟାସ, ଜାଣନ୍ତୁ କେମିତି କରିବେ ବୁକିଂ

ନୂଆଦିଲ୍ଲୀ, ୧୩।୭: ଯଦି ଆପଣ ଛାତ୍ରୀଛାତ୍ର, ଭଡ଼ା ଘରେ ରହୁଛନ୍ତି କିମ୍ବା ଆପଣଙ୍କର କୌଣସି ଛୋଟ କ୍ୟାଫେ ବା ଷ୍ଟଲ ରହିଛି, ତେବେ ଆପଣଙ୍କ ପାଇଁ ଏକ…

ଛେଳି ଚରାଇବାକୁ ଯାଇଥିଲେ ଫଗନୁ: ପଛପଟୁ ଆକ୍ରମଣ କଲା ଭାଲୁ: ଆଉ ତା’ପରେ ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଝରିଗାଁ, ୧୩।୭(କିଶୋର ଚନ୍ଦ୍ର ମଣ୍ଡଳ): ଜଙ୍ଗଲ ନଷ୍ଟ, ହିଂସ୍ରଜନ୍ତୁ ଏବେ ଗାଁ ମୁହାଁ। ଖାଦ୍ୟ ଅନ୍ବେଷଣରେ ଥିବା ମାଇ ଭାଲୁ ଏବେ ରକ୍ତମୁଖା l ଏହା ଦେଖିବାକୁ…

ଲୋକଙ୍କ ସମସ୍ୟା ପଚାରି ବୁଝିଲେ ଏମ୍‌ପି: ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ସୋମବାର ପରିଦର୍ଶନ କରିଥିଲେ। ଏହି ବ୍ଲକର ବୋରିଆ ଓ ଉତ୍କେଳା, ଆଦି ଗ୍ରାମ…

କଳାହାଣ୍ଡିରେ ପୁଣି କୁମ୍ଭୀର ଆତଙ୍କ ଭାଲୁ ବୁଟୁରା ନାଳରେ କୁମ୍ଭୀର

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାତୀନଦୀର ପିଲାସ ଗାଁ ଘାଟ ନିକଟରେ ଗତ କିଛି ଦିନ ତଳେ ଏକ କୁମ୍ଭୀର ଦେଖିବାକୁ ମିଳିଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri