ପଲିଥିନ୍‌ ନ ମିଳିବାରୁ ରାଜପଥ ଅବରୋଧ କଲେ ଲୋକେ : ଗମନାଗମନ ବାଧାପ୍ରାପ୍ତ

ଲୋଇସିଂହା,୨୬।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ପକ୍ଷରୁ ଗରିବ, ଅସହାୟମାନଙ୍କୁ ମାଗଣା ପଲିଥିନ୍‌ ନ ମିଳିବାରୁ ସେମାନେ ବରଗଡ଼-ବଲାଙ୍ଗୀର ୨୬ ନମ୍ବର ରାଜପଥ ସୋମବାର ଅବରୋଧ କରିଛନ୍ତି। ପଲିଥିନ୍‌ ବଣ୍ଟନ ପାଇଁ ତହସିଲ ପକ୍ଷରୁ ସୋମବାରକୁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ଆରଆଇ ଅଫିସ ବନ୍ଦ ଥିବା ଓ ତହସିଲଦାର ଅଫିସ ଆସି କୌଣସି କାମରେ ଅନ୍ୟତ୍ର ଚାଲିଯାଇଥିଲେ। ଫଳରେ ପଲିଥିନ୍‌ ନେବାକୁ ଆସିଥିବା ବ୍ଲକର ବିଭିନ୍ନ ଗ୍ରାମବାସୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶେଷରେ ଉତ୍ତେଜିତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଆନ୍ଦୋଳନ ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିବାବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡାରେ ଜୀବନ ଗଲା

ଯୋଡ଼ା, ୩୦।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କୀତାବେଡାଠାରେ ସାପ କାମୁଡାରେ ଲୋଚନ ପଲେଇ(୫୮)ଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ରବିବାର ପୂର୍ବାହ୍ନରେ ଲୋଚନ...

ଯୁବକଙ୍କ ପ୍ରାଣ ନେଲା ହାତୀ

ବାରିପଦା ଅଫିସ,୨୦ା୬: ରାଜ୍ୟ ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ତଥା ବାଙ୍ଗିରିପୋଷି ବନାଞ୍ଚଳରେ ରବିବାର ରାତିରେ ପୁଣି ଜଣେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି।...

ଚତୁର୍ଥ ଦିବସରେ ମା’ଙ୍କ ଯାତ୍ରା: ପ୍ରବଳ ଜନସମାଗମ

ଦିଗପହଣ୍ଡି,୫ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସାହିସ୍ଥିତ ଅସ୍ଥାୟୀ ମଣ୍ଡପରେ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ଚତୁର୍ଥ ଦିବସରେ ପହଞ୍ଚିଛି। ପୀଠରେ ମୁଖ୍ୟ ପୁରୋହିତ...

କୋଭିଡ୍‌ ହସ୍ପିଟାଲର ୨ ନର୍ସଙ୍କୁ କରୋନା

କଟକ ଅଫିସ,୪ା୭-ଦୁଇ ମାସରୁ ଅଧିକ ସମୟ ହେବ କଟକର ଏକ କୋଭିଡ୍‌ ହସ୍ପିଟାଲରେ କାମ କରୁଥିବା ୨ଜଣ ନର୍ସ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।...

ଇତିହାସ ପୁନରାବୃତ୍ତି ଲକ୍ଷ୍ୟରେ ବିଜେଡି

ଖଇରା, ୧୬।୨(ଡି.ଏନ.ଏ.) – ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ୪ନଂ. ଖଇରା ଜୋନରେ ଚଳିତ ପଞ୍ଚାୟତ ନିର୍ବାଚନରେ ୫ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଳାଇଛନ୍ତି ।...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ରୁଦ୍ର

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆସନ୍ତା ୩୦ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ। ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସରକାରୀ...

ହେତୁବାଦୀ, ପରମ୍ପରାବାଦୀ ପିଟାପିଟି

ବ୍ରହ୍ମପୁର ଅଫିସ,୯ା୧୧: ବ୍ରହ୍ମପୁର ସହର ହନୁମାନ ବଜାର ଛକରେ ହେତୁବାଦୀ ସଂଗଠନ ପକ୍ଷରୁ ମଙ୍ଗଳବାର ଚନ୍ଦ୍ର ଗ୍ରହଣ ଯୋଗୁ ଏକ ସଭା ଓ ସାମୂହିକ ଭୋଜନ...

୩ ଖଣି ଲିଜ୍‌ଧାରୀଙ୍କ ସମ୍ପତ୍ତି ଜବତ ଲାଗି ଜିଲାପାଳଙ୍କ କୋର୍ଟର ନିର୍ଦ୍ଦେଶ

କେନ୍ଦୁଝର,୧୫ା୨(ଡି.ଏନ୍‌.ଏ.): ଜରିମାନା ଖିଲାପୀ ୩୧ଟି ଖଣିର ୨୩ ଲିଜ୍‌ଧାରୀଙ୍କ ନାମରେ ଓପିଡିଆର୍‌ ସାର୍ଟିଫିକେଟ ମାମଲା ଦାଏର ହୋଇ ୬୩୫୦କୋଟି ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିଲା। ଇତିମଧ୍ୟରେ...

Advertisement
Archives

Model This Week