ପରିସଂଖ୍ୟାନ ବିଭାଗରେ ହେବ ପୁନର୍ଗଠନ;ଏନ୍‌ଏସ୍‌ଏସ୍‌ଓ ସହ ମିଶିଯିବ ସିଏସ୍‌ଓ

ନୂଆଦିଲ୍ଲୀ,୨୬-୫: ପରିସଂଖ୍ୟାନ ବିଭାଗର ପୁନର୍ଗଠନ ଲାଗି କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ବୟନ ମନ୍ତ୍ରଣାଳୟ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ)କୁ ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ(ଏନ୍‌ଏସ୍‌ଏସ୍‌ଓ)ରେ ମିଶ୍ରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଗତ ୨୩ରେ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଦେଶର ପରିସଂଖ୍ୟାନ ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ମନ୍ତ୍ରଣାଳୟର କାର୍ଯ୍ୟକୁ ଏକିକୃତ କରିବା ତଥା ତାଳମେଳ ବସାଇବା ଉଦ୍ଦେଶ୍ୟରେ ଉକ୍ତ ମିଶ୍ରଣକୁ ଅନୁମତି ଦିଆଯାଉଛି। ପରିସଂଖ୍ୟାନ ଶାଖା, ମନ୍ତ୍ରଣାଳୟର ଏକ ଅଭିନ୍ନ ଅଙ୍ଗ ହେବ। ଏନ୍‌ଏସ୍‌ଏସ୍‌ଓର ଅଧ୍ୟକ୍ଷତା ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ବନୟନ ସଚିବ କରିବେ। ଏହାର ବିଭିନ୍ନ ବିଭାଗର ମହାନିର୍ଦ୍ଦେଶକମାନେ ସଚିବଙ୍କ ନିକଟରେ ଜବାବଦେହି ରହିବେ। ସୂଚନାଥାଉ କି, ସିଏସ୍‌ଓ ବୃହତ ଆର୍ଥିକ ପରିସଂଖ୍ୟାନ ଯେପରି କି ଜିଡିପି ଅଭିବୃଦ୍ଧି, ଔଦ୍ୟୋଗିକ ଉତ୍ପାଦନ ଏବଂ ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ କରୁଥିବା ବେଳେ ଏନ୍‌ଏସ୍‌ଏସ୍‌ଓ ସ୍ବାସ୍ଥ୍ୟ, ଶିକ୍ଷା, ଘରୋଇ ବ୍ୟୟ ଏବଂ ସାମାଜିକ ତଥା ଆର୍ଥିକ ସୂଚକାଙ୍କ ସହ ଜଡ଼ିତ ରିପୋର୍ଟ ଉପସ୍ଥାପନ ଏବଂ ସର୍ବେକ୍ଷଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ମେକ୍‌-ଇନ୍‌-ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଉଦ୍‌ଘାଟନ କରିଛନ୍ତି। ଜନତା ମଇଦାନରେ ଅନୁଷ୍ଠିତ ହେଉଥିବା ଏହି କନ୍‌କ୍ଲେଭକୁ ଏକ ସ୍ବତନ୍ତ୍ର...

ନିୟମ ଉଲ୍ଲଂଘନ କରି ଜରିମାନା ଦେବେ ଅମ୍ବାନୀ

ମୁମ୍ବାଇ,୧୧।୪: ଗତ ଦୁଇ ଦଶନ୍ଧିର ଏକ ପୁରୁଣା ମାମଲାରେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଅମ୍ବାନୀ ଭ୍ରାତାଙ୍କ ସମେତ ଅନ୍ୟମାନଙ୍କ ଉପରେ ୨୫...

ଅକ୍ଟୋବରରେ ଯାନ ବିକ୍ରି ୫% ବଢ଼ିଲା

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ବର୍ଗ ଯାନ ବିକ୍ରିରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହେଉଛି। ଅକ୍ଟୋବର ମାସରେ ନୂଆ ଯାନ ବିକ୍ରି ବଢ଼ିବା ଯୋଗୁ ସେପ୍ଟେମ୍ବର...

ଜିଓ ମାର୍ଟର ଫେଷ୍ଟିଭ ରେଡି ସେଲ୍‌

ନୂଆଦିଲ୍ଲୀ: ଜିଓ ମାର୍ଟ ପକ୍ଷରୁ ପାର୍ବଣ ଉପଲକ୍ଷେ ‘ଫେଷ୍ଟିଭ ରେଡି ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସେଲ୍‌ ଦ୍ୱାରା ପାର୍ବଣ ପାଇଁ ଲୋକମାନେ ଆବଶ୍ୟକ...

୫ଜି ପ୍ରଭାବ: ଆମେରିକାକୁ ବହୁ ବିମାନ ବାତିଲ

ନ୍ୟୁୟର୍କ,୨୦ା୧: ଆମେରିକାରେ ଟେଲିକମ୍‌ କମ୍ପାନୀ ଏଟିଆଣ୍ଡଟି ଏବଂ ଭେରିଜନ୍‌ ପକ୍ଷରୁ ବୁଧବାର ନୂଆ ୫ଜି ସେବା ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ବିମାନ ଚଳାଚଳ କ୍ଷେତ୍ରରେ...

ସବ୍‌ସିଡିରେ ମିଳିବ ଅତିରିକ୍ତ ୨ କେଜି ଖାଦ୍ୟଶସ୍ୟ

ମୁମ୍ବାଇ,୨୬। ୩: ତାଲାବନ୍ଦ ସମୟରେ ଲୋକଙ୍କୁ ଯେଭଳି ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଉପଲବ୍ଧ ହୁଏ ସେ ପ୍ରସଙ୍ଗକୁ କେନ୍ଦ୍ର ସରକାର ଧ୍ୟାନରେ ରଖିଛନ୍ତି। ରାଶନ ଦୋକାନଗୁଡିକରେ...

ବିବାହ କରିବାକୁ ଯାଉଛନ୍ତି ଗୌତମ ଆଦାନୀଙ୍କ ପୁଅ ଜିତ୍‌ ଆଦାନୀ: ସରିଲା ନିର୍ବନ୍ଧ

ନୂଆଦିଲ୍ଲୀ,୧୪।୩: ଶିଳ୍ପପତି ଗୌତମ ଆଦାନୀଙ୍କ ପୁଅ ଜିତ୍‌ ଆଦାନୀଙ୍କ ନିର୍ବନ୍ଧ ଶେଷ ହୋଇଛି। ସେ ହୀରା ବ୍ୟବସାୟୀ ଜୈମିନ ଶାହାଙ୍କ ଝିଅ ଡିଭା ଜୈମିନ ଶାହାଙ୍କୁ...

ମହଙ୍ଗା ହେବ ରିଟେଲ ଚାଉଳ ଦର

ନୂଆଦିଲ୍ଲୀ,୨୫।୮: ଗହମ ପରେ ଏବେ ଚାଉଳ ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କାରଣ ଗତ ବର୍ଷର ସମାନ ଅବଧି...

Advertisement
Archives

Model This Week