ପରିଷଦ ଦିଅ, ରାଜ୍ୟ ସଭା ନିଅ

ଭୁବନେଶ୍ୱର,୧୨।୧୦: ଓଡ଼ିଶାରେ ବିଧାନ ପରିଷଦ ଗଠନ କରିବା ସକାଶେ ଶାସକ ବିଜେଡି ସବୁ ପ୍ରକାର ପ୍ରସ୍ତୁତି ଶେଷ କରିସାରିଛି। ଏ ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିସାରିଥିବା ବେଳେ ଗତବର୍ଷ ସେପ୍ଟେମ୍ବର ୬ ତାରିଖରେ ଏ ନେଇ ଏକ ସଂକଳ୍ପ ବିଧାନସଭାରେ ଗୃହୀତ ହୋଇଥିଲା। ଉକ୍ତ ସଂକଳ୍ପ କେନ୍ଦ୍ର ସରକାରଙ୍କ ନିକଟକୁ ମଧ୍ୟ ପଠାଇ ଦିଆଯାଇ ସାରିଛି। ଏହି ବିଲ୍‌ ପ୍ରଥମେ ଲୋକ ସଭା ଏବଂ ରାଜ୍ୟ ସଭାରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଲେ ରାଜ୍ୟରେ ବିଧାନ ପରିଷଦ ଗଠନ ସମ୍ଭବ ହୋଇପାରିବ। ବିଧାନ ପରିଷଦ ଗଠନ ହେଲେ ଏଥିରେ ବିଧାନସଭା ସଦସ୍ୟଙ୍କ ସଂଖ୍ୟାର ଏକ ତୃତୀୟାଂଶ ସଭ୍ୟ ରହିବେ। ତେଣୁ ଯଦି ବିଧାନ ପରିଷଦ ଗଠନ ହୁଏ ତେବେ ହିସାବ ଅନୁଯାୟୀ ୪୯ଜଣ ସଦସ୍ୟ ଥଇଥାନ ହୋଇପାରିବେ। ଯାହା ବର୍ତ୍ତମାନ ବିଜେଡି ପାଇଁ ଏକ ପ୍ରକାର ନିତାନ୍ତ ଆବଶ୍ୟକ ହୋଇପଡିଛି। ଏହାକୁ ସମ୍ଭବ କରିବା ଲାଗି ଅର୍ଥାତ୍‌ ଲୋକ ସଭା ଏବଂ ରାଜ୍ୟ ସଭାରେ ଏହି ବିଲ୍‌ ପାରିତ କରାଇବା ପାଇଁ ବିଜେଡି ଓ ଭାଜପା ମଧ୍ୟରେ ଭିତିରି ବୁଝାମଣା ଶେଷ ହୋଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତା ବର୍ଷ ଏପ୍ରିଲ ଆରମ୍ଭରୁ ରାଜ୍ୟର ୪ଟି ରାଜ୍ୟ ସଭା ଆସନ ଖାଲି ହେବ। ଏଠାରେ ସୂଚନାଯୋଗ୍ୟ ଯେ, ଖାଲି ହେବାକୁ ଥିବା ଏହି ୪ଟି ରାଜ୍ୟ ସଭା ଆସନରେ କଂଗ୍ରେସର ରଞ୍ଜୀବ ବିଶ୍ୱାଳ, ବିଜେଡିର ନରେନ୍ଦ୍ର କୁମାର ସ୍ବାଇଁ, ସରୋଜିନୀ ହେମ୍ବ୍ରମ ଏବଂ ନିକଟରେ ଇସ୍ତଫା ଦେଇଥିବା ଅନୁଭବ ମହାନ୍ତି ଅଛନ୍ତି। ଏହି ସମସ୍ତ ଆସନ ବିଧାନସଭାର ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ଯିବା ଏକ ପ୍ରକାର ନିଶ୍ଚିତ। ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନର ୪ଟି ଆସନ ମଧ୍ୟରୁ ଭାଜପା ୫୦ ପ୍ରତିଶତ ଅର୍ଥାତ୍‌ ୨ଟି ଆସନ ମାଗୁଛି। ଭାଜପାର ସମସ୍ୟା ହେଉଛି ରାଜ୍ୟ ସଭାରେ ସେମାନେ ସଂଖ୍ୟାଲଘୁ ଭାବେ ଅନ୍ୟ କ୍ଷୁଦ୍ର ଦଳ ଠାରୁ ସମର୍ଥନ ମାଗିବାକୁ ବାଧ୍ୟ ହେଉଛନ୍ତି। ସେଥିଲାଗି ରାଜ୍ୟ ସଭାରେ ୨ଟି ଆସନ ବୃଦ୍ଧି ମଧ୍ୟ ଭାଜପା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାଜପାର ଏହି ଲୋଭ ଦେଖି ବିଜେଡି ମଧ୍ୟ ନିଜର ରାଜନୈତିକ ଗୋଟି ଚାଳନା ଆରମ୍ଭ କରିଛି। ୨ଟି ଆସନ ଦେବା ପାଇଁ ପ୍ରସ୍ତୁତ ହୋଇଥିବା ବିଜେଡି ଏକ ପାଲଟା ପ୍ରସ୍ତାବ ଉପସ୍ଥାପନ କରିଛି। ବିଜେଡିର ଦାବି ହେଉଛି ପାର୍ଲାମେଣ୍ଟରେ ବିଧାନ ପରିଷଦ ବିଲ୍‌ ଗୃହୀତ କରାଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଦିଆଇବାର ଦାୟିତ୍ୱ ଭାଜପା ନେଉ। ଆସନ୍ତା ନଭେମ୍ବର ଅଧା ବେଳକୁ ବସିବାକୁ ଥିବା ଶୀତକାଳୀନ ଅଧିବେଶନରେ ଏହା ପ୍ରଥମେ କରାଇବା ପାଇଁ ବିଜେଡି ଜିଦ୍‌ ଧରି ବସିଛି। ବିଜେଡି ରାଜ୍ୟରେ ୫ମ ଥର ସରକାର ଗଢିବା ପରେ ଟିକେଟରୁ ବଞ୍ଚିତ ହୋଇଥିବା ବହୁ ଅସନ୍ତୁଷ୍ଟ ନେତାଙ୍କୁ ବିଭିନ୍ନ ନିଗମ ଏବଂ ବିଭାଗୀୟ ଉପଦେଷ୍ଟା ପଦରେ ଥଇଥାନ କରିସାରିଛି। ତଥାପି ଏଥର ନିର୍ବାଚନରେ ହାରିଯାଇଥିବା ବହୁ ଟାଣୁଆ ନେତାଙ୍କ ସହିତ ଆଉ କିଛି ଟିକେଟରୁ ବଞ୍ଚିତ ଅସନ୍ତୁଷ୍ଟ ଥଇଥାନ ହୋଇପାରି ନାହାନ୍ତି। ଯେଉଁମାନଙ୍କୁ ଥଇଥାନ କରାଇବା ପାଇଁ ବିଜେଡି ପାଖରେ ଏକ ପ୍ରକାର ଭଲ ସୁଯୋଗ ଆସି ପହଞ୍ଚିଛି। ତେବେ ଥଇଥାନ ହୋଇପାରି ନ ଥିବା ନେତାଙ୍କ ମଧ୍ୟରେ ପୁଷ୍ପେନ୍ଦ୍ର ସିଂ ଦେଓ, ମହେଶ୍ୱର ମହାନ୍ତି, ସଞ୍ଜୟ କୁମାର ଦାସବର୍ମା, ରବି ନନ୍ଦ, ରବୀନ୍ଦ୍ର ଜେନା, କଳିକେଶ ନାରାୟଣ ସିଂଦେଓ, ଦେବାଶିଷ ସାମନ୍ତରାୟ, ନଳିନୀ ପ୍ରଧାନ, ଜୀବନ ପ୍ରଦୀପ ଦାସ, ଲାଲ ବିହାରୀ ହିମିରିକା, ଟିକେଟରୁ ବଞ୍ଚିତ ଥିବା ପ୍ରଭାସ ସିଂ, ଝିନ୍ନ ହିକକା, ସାନନ୍ଦ ମାରାଣ୍ଡି, କିଶୋର ତରାଇ ଏବଂ ସିପ୍ରା ମଲ୍ଲିକ ପ୍ରମୁଖ ରହିଛନ୍ତି। ଏହିସବୁ ନେତାଙ୍କୁ ଥଇଥାନ କରିବା ସକାଶେ ବିଜେଡି ଚିନ୍ତା କରୁଥିବା ବେଳେ ଭାଜପାର ପ୍ରସ୍ତାବ ଶାସକ ଦଳକୁ ଅଧିକ ସୁହାଇଛି। ଓଡ଼ିଶାରୁ ମୋଟ ୧୦ଟି ରାଜ୍ୟ ସଭା ଆସନ ରହିଛି। ସେଥିରୁ ୯ଟି ଆସନରେ ସଦସ୍ୟ ଥିବାବେଳେ ଗୋଟିଏ ଆସନ ଖାଲି ରହିଛି। ଅନୁଭବ ମହାନ୍ତି କେନ୍ଦ୍ରାପଡା ଲୋକ ସଭା ଆସନରୁ ଲଢି ବିଜୟୀ ହେବା ପରେ ସେ ରାଜ୍ୟ ସଭାରୁ ଇସ୍ତଫା ଦେଇସାରିଛନ୍ତି। ଯେହେତୁ ତାଙ୍କ କାର୍ଯ୍ୟକାଳ ବର୍ଷକରୁ କମ୍‌ ସମୟ ଥିଲା ସେଥିଲାଗି ଏହି ଆସନରେ ନିର୍ବାଚନ କରାଯାଇନାହିଁ। ୨୦୨୦ ଏପ୍ରିଲ ୨ରେ ଓଡ଼ିଶାରୁ ୪ଟି ରାଜ୍ୟ ସଭା ଆସନ ଖାଲି ହେବ। ତେଣୁ ଏହି ୪ଟି ପଦ ପାଇଁ ନିର୍ବାଚନ ହେବ। ରାଜ୍ୟ ସଭା ଭୋଟ ଫର୍ମୁଲା ଅନୁଯାୟୀ, ଓଡ଼ିଶାରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ସମୟରେ ଗୋଟିଏ ପ୍ରାର୍ଥୀ ଲାଗି ୩୦ଟି ଲେଖାଏ ଭୋଟର ଆବଶ୍ୟକତା ରହିଛି। ଅର୍ଥାତ୍‌ ଖାଲି ହେବାକୁ ଥିବା ୪ଟି ଆସନ ମଧ୍ୟରୁ ୩ଟିରେ ବିଜେଡି ସୁବିଧାରେ ବିଜୟୀ ହୋଇଯିବ। ଆଉ ଗୋଟିଏ ଆସନ ଲାଗି ଭାଜପା ପାଖରେ ୨୩ ସଂଖ୍ୟା ଥିଲେ ମଧ୍ୟ ଏହି ଆସନଟି ବିଜେଡି ହାତେଇବା ଲାଗି ବହୁ ବାଟ ରହିଛି। ଏଭଳି ଘଟଣା କିଛି ନୂଆ ନୁହେଁ। ଗତଥର ୩ଟି ରାଜ୍ୟ ସଭା ଆସନ ହାତେଇବାର ସକ୍ଷମତା ଥାଇ ସୁଦ୍ଧା ଗୋଟିଏ ଆସନ ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ଛାଡିଥିଲା। ଆସନ୍ତା ୨୧ରେ ହରିୟାଣା ଏବଂ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ୨୭ ତାରିଖ ସୁଦ୍ଧା ଏହି ଦୁଇ ରାଜ୍ୟ ସହିତ ଅନ୍ୟ କେତେଗୁଡିଏ ରାଜ୍ୟର ଖାଲିଥିବା ଆସନ ପାଇଁ ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ସେହି ଦୃଷ୍ଟିରୁ ଦେଖିଲେ ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ଅଧାରୁ ଆରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏହି ସମୟରେ ଓଡ଼ିଶାର ବିଧାନ ପରିଷଦ ବିଲ୍‌ ପାରିତ କରାଇବାକୁ ବିଜେଡି ଜିଦ୍‌ ଧରି ବସିଛି। ସଂସଦର ଶୀତକାଳୀନ ଅଧିବେଶନ ପରେ ବଜେଟ୍‌ ଅଧିବେଶନ ଅନୁଷ୍ଠିତ ହେବ। ଏହା ଭାଜପା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ରହିବ। ଏହିସବୁ ଅଧିବେଶନରେ ଆଞ୍ଚଳିକ ଦଳଗୁଡିକର ସମର୍ଥନ ବାରମ୍ବାର ଲୋଡିବା ଅପେକ୍ଷା ବିଜେଡିର ବିଧାନ ପରିଷଦ ବିଲ୍‌ ପାରିତ ନେଇ ଆସିଥିବା ପ୍ରସ୍ତାବକୁ ସମର୍ଥନ କରି ଦୁଇଟି ରାଜ୍ୟ ସଭା ଆସନ ହାତେଇବାକୁ ଭାଜପା ଅଧିକ ପସନ୍ଦ କରୁଥିବା ଜଣାପଡିଛି।
ସୁନୀତ୍‌ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

୮ କୋଟିରୁ ଅଧିକ ସମ୍ପତ୍ତି, ବାର୍ଷିକ ଆୟ ୧୭ ଲକ୍ଷ! ବିହାର ନୂଆ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଜାଣିଲେ ଚମକି ପଡିବେ?

ପାଟନା,୧୪।୪: ବିହାର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ତାରାପୁର ନିର୍ୱାଚନମଣ୍ଡଳୀର ବିଧାୟକ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)ର ଜଣେ ପ୍ରମୁଖ ନେତା ସମ୍ରାଟ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri