Posted inରାଜ୍ୟ

ପରିବାର ନିୟୋଜନ ଅସ୍ତ୍ରୋପଚାରରେ ତ୍ରୁଟି: ମୂତ୍ରନଳୀ କାଟିଦେଲେ ଡାକ୍ତର

ନୟାଗଡ଼ ଅଫିସ,୧୭।୭-ନୟାଗଡ଼ ଜିଲା ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ସମୟରେ ଡାକ୍ତର ମୂତ୍ରନଳୀ କାଟି ଦେଇଛନ୍ତି। ଏହା ଡାକ୍ତର ନିଜେ ମହିଳାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଛନ୍ତି। ତେବେ ଡାକ୍ତରଙ୍କ ଖାମଖିଆଲ ମନୋଭାବ ଯୋଗୁ ଏହିଭଳି ତ୍ରୁଟି ହେଲା ବୋଲି ମହିଳାଙ୍କ ସ୍ବାମୀ ଦଶପଲ୍ଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ହୋଇଥିବା ଅଭିଯୋଗ ଅନୁସାରେ, ଦଶପଲ୍ଲା ବ୍ଲକ ଖଣ୍ଡପଡ଼ା ଗ୍ରାମର ରାମଚନ୍ଦ୍ର ବରାଡ଼ଙ୍କ ସ୍ତ୍ରୀ କାଳିଆ ବରାଡ଼ ସୋମବାର ପୂର୍ବାହ୍ନ ୧୦ଟାରେ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଦଶପଲ୍ଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ମଧ୍ୟାହ୍ନ ୧୨ଟାରେ ଡାକ୍ତର କାଳିଆଙ୍କ ଅସ୍ତ୍ରୋପଚାର କରାଇଥିଲେ। ମହିଳାଙ୍କ ଶିରା ଖୋଜି ନ ପାଇବାରୁ ଭୁଲବଶତଃ ମୂତ୍ରନଳୀ କାଟି ଦେଇଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ମୂତ୍ରନଳୀ କଟିଯିବା ଫଳରେ କାଳିଆଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ବର୍ତ୍ତମାନ ସେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମହିଳାଙ୍କ ସ୍ବାମୀ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ( ସିଡିଏମ୍‌ଓ) ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ପରିବାର ନିୟୋଜନ ସମୟରେ ଅନେକ କ୍ଷେତ୍ରରେ ଏହିଭଳି ଘଟିଥାଏ। ଏହି ଘଟଣା ପରେ ସମ୍ପୃକ୍ତ ଡାକ୍ତର ମୂତ୍ରନଳୀର ଚିକିତ୍ସା କରିଛନ୍ତି। ବର୍ତ୍ତମାନ ମହିଳାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଆଣ୍ଟିବାୟୋଟିକ୍‌ ଦିଆଯାଉଛି। ୭ ଦିନ ଭିତରେ ସେ ସୁସ୍ଥ ହୋଇଯିବେ ବୋଲି ସିଡିଏମ୍‌ଓ ପ୍ରକାଶ କରିଥିଲେ। ଏ ନେଇ ଦଶପଲ୍ଲ୍ଲା ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟଙ୍କୁ ପଚାରିବାରୁ ଥାନାରେ ଏହିଭଳି ଅଭିଯୋଗ ହୋଇଥିବା ବେଳେ ଏହାର ତଦନ୍ତ କରାଯାଉଥିବା ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୧୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଜିଲାରେ ପରିବାର ନିୟୋଜନ ଅସ୍ତ୍ରୋପଚାର ଲାଗି ୧୮୪୦ଜଣଙ୍କୁ ଚିହ୍ନଟ କରାଯାଇଛି।
ଘଟଣା ପ୍ରତିବାଦରେ ମହିଳାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଦଶପଲ୍ଲା ଥାନା ଆଗରେ ରାସ୍ତାରୋକୋ କରାଯାଇଛି। ଖବର ଲେଖା ହେବା ଯାଏ ରାତି ୧୧ଟା ସୁଦ୍ଧା ରାସ୍ତାରୋକୋ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରିବ ଅଲାରନାଥଙ୍କ ଅଣସର ଦର୍ଶନ: ବର୍ଷାରେ ଭିଜି ଦର୍ଶନ କଲେ ଭକ୍ତ

ବ୍ରହ୍ମଗିରି, ୨।୭(ଡି.ଏନ୍‌.ଏ.): ସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ମହାସ୍ନାନପରେ ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଥିଲେ ଶ୍ରୀଜୀଉମାନେ। ରବିବାର ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଦଇତାପତିଙ୍କ ଦ୍ୱାରା...

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ଭୁବନେଶ୍ୱର,୨୭ ା୧୧(ବ୍ୟୁରୋ)-ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ। ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ କଲେଜ ଖୋଲିବ। ଏ ନେଇ ଶୁକ୍ରବାର ରାଜ୍ୟ...

ବିରଞ୍ଚିଙ୍କୁ ମିଳିଲା ଜାମିନ

କଟକ ଅଫିସ,୨୧।୯: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତି ମାମଲାରେ ଗିରଫ ବିରଞ୍ଚି ନାରାୟଣ ସାହୁଙ୍କୁ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ବିରଞ୍ଚି...

ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ-ପ୍ରିୟଙ୍କା

ଭୁବନେଶ୍ୱର,୧୩।୧(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଫେବୃୟାରୀରେ ଓଡ଼ିଶା ଆସିବେ । ଉଭୟ ଦଳର ‘ହାଥ୍‌ ସେ ହାଥ୍‌...

୯ରେ ବତ୍ୟା ସମ୍ଭାବନା: ଲଘୁଚାପ ପରେ ଗତିପଥ ହେବ ସ୍ପଷ୍ଟ

ଭୁବନେଶ୍ୱର,୩।୫(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ପରେ ଏହା ୭ତାରିଖରେ ଲଘୁଚାପ ରୂପ ନେଇ ୮ତାରିଖରେ ଅବପାତରେ...

ସୁପ୍ରିମକୋର୍ଟ, ବିସିଆଇଙ୍କ ତାଗିଦ୍‌ ସତ୍ତ୍ୱେ ଓଡ଼ିଶା ହାଇକୋର୍ଟ ବାର୍‌ ସଭାପତି କହିଲେ ଦାବି ପୂରଣ ନ ହେବାଯାଏ ଆନ୍ଦୋଳନ

କଟକ ଅଫିସ,୩୦ା୧୦:ବିଭିନ୍ନ ଦାବି ନେଇ ପ୍ରାୟ ୨ମାସ ହେବ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ...

‘ହିଲାରୀ, ନର୍ଗେ ମନେ ରହିବେ’

ଭୁବନେଶ୍ୱର, ୨୯।୫ (ସ୍ପୋଟର୍‌ସ ବ୍ୟୁରୋ): ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପ୍ରତି ବର୍ଷ ମେ’ ୨୯ତାରିଖରେ ପାଳିତ ହୋଇଥାଏ। ୧୯୫୩ ମସିହାରେ ଏହି ଦିନ ସାର୍‌ ଏଡମଣ୍ଡ୍‌...

ବନ୍ଧୁକରୁ ଗୁଳି ଫୁଟି ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୭ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାଠାରୁ ମାତ୍ର ୨ଶହ ମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟଏବଂ ବ୍ଲକ କାର୍ଯ୍ୟାଳୟ ନିକଟରେ ବନ୍ଧୁକରୁ ଗୁଳି ଫୁଟି ଜଣେ ଯୁବକ...

Advertisement
Archives

Model This Week