ପରିପୂର୍ଣ୍ଣା ନୃତ୍ୟ ଉତ୍ସବ ‘ନାୟିକା- ୨୦୧୯’: ଆଲୋକା କାନୁନ୍‌ଗୋଙ୍କୁ ‘ପରିପୂର୍ଣ୍ଣା’ ସମ୍ମାନ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେଶନ ପକ୍ଷରୁ ତୃତୀୟ ପରିପୂର୍ଣ୍ଣା ନୃତ୍ୟ ଉତ୍ସବ ‘ନାୟିକା-୨୦୧୯’ ମଙ୍ଗଳବାର ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥିଭାବେ ଯୋଗଦେଇଥିବା ବେଳେ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡର ସଦସ୍ୟା ନମ୍ରତା ଚଢ଼ା, ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଜୟନ୍ତୀ ରଥ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ଗୁରୁ ଆଲୋକା କାନୁନ୍‌ଗୋଙ୍କୁ ‘ପରିପୂର୍ଣ୍ଣା’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପୁରସ୍କାର ସ୍ବରୂପ ଅର୍ଥରାଶି, ମାନପତ୍ର, ଉପଢୌକନ ଏବଂ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭିକ ସଭାପରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ରୂପଶ୍ରୀ ମହାପାତ୍ର, ଗୁରୁ ମଞ୍ଜୁଶ୍ରୀ ପଣ୍ଡା, ଗୁରୁ ସୋନାଲି ମହାପାତ୍ର ପ୍ରମୁଖ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ। ବିରଞ୍ଚତ୍ ଦାସଙ୍କ ନୃତ୍ୟ ରଚନାରେ ପୁରାତନ କବି ଗୋପାଳକୃଷ୍ଣଙ୍କ ଓଡ଼ିଆ ଗୀତ ‘ହେଟି ମା’ କିଏ ଟି’ରେ ନୃତ୍ୟଶିଳ୍ପୀ ମୂର୍ଚ୍ଛନା ଦାସ ନୃତ୍ୟାଭିନୟ ପରିବେଷଣ କରିଥିଲେ। ଯାହାକି କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ରହିଥିଲା। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଫାଉଣ୍ଡେଶନ୍‌ର ସଭାପତି ସନ୍ତୋଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବସ୍‌ ଉପରେ ଲକ୍‌ଡାଉନ ମାଡ଼: ଆଶଙ୍କାରେ ଦିନ ବିତାଉଛନ୍ତି ମାଲିକ

ଭୁବନେଶ୍ୱର,୨୦ା୪(ବ୍ୟୁରୋ): କରୋନା(କୋଭିଡ୍‌-୧୯) ସଂକ୍ରମଣ ରୋକିବାକୁ ଲକ୍‌ଡାଉନ ଘୋଷଣା ଘରୋଇ ବସ୍‌ ମାଲିକଙ୍କ ଉପରେ ଭାରି ପଡ଼ିଛି। ମାର୍ଚ୍ଚ ୨୪ରୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।...

ଜଳ ସମସ୍ୟା ଦୂର ଲାଗି ଟୋଲ୍‌ ଫ୍ରି ନମ୍ବର

ଭୁବନେଶ୍ୱର, ୧୬ା୪(ବ୍ୟୁରୋ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମ ଏବଂ ସହରାଞ୍ଚଳରେ ଲୋକେ ଯେଭଳି ସୁରୁଖୁରୁରେ ପାନୀୟଜଳ ପାଇବେ ସେନେଇ ବୁଧବାର ଏକ ଉଚ୍ଚସ୍ତରୀୟ...

ଅନ୍‌ଲକ୍‌ ଅଙ୍କକଷା

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ ଏବେ ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ ଜାରି ରହିଛି। ପ୍ରାୟ ଦେଢ଼ ମାସ ହେବ ଜୀବନ ଓ ଜୀବିକାକୁ ନେଇ ଲୋକେ ବିଭିନ୍ନ...

ଆଜି ରାଜ୍ୟରେ ୮ ମୁଣ୍ଡ ନେଲା କରୋନା: ଜାଣନ୍ତୁ ମୃତକ କେଉଁ ଜିଲାର

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୮ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୦ରେ ପହଞ୍ଚିଥିବା ରାଜ୍ୟ...

ସପ୍ତମ ବେତନ କମିଶନ ଦରମାରେ ପାତରଅନ୍ତର

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ବହୁ ବିଳମ୍ବରେ ରାଜ୍ୟ ସରକାର ୬୬୨ ଏବଂ ୪୮୮ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଟଳିପଡ଼ିଲେ ମାଓବାଦୀ ମୁନି

ମାଲକାନଗିରି,୨୦ା୧(ଡି.ଏନ୍‌.ଏ.): ମାଲକାନଗିରି ସୀମାରେ ପୋଲିସ ଏନ୍‌କାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀ ମହୁପଦର ଏଲ୍‌ଓଏସ କମାଣ୍ଡର ମୁନି ବୋଲି ଜଣାପଡ଼ିଛି ।...

ଅସନ୍ତୋଷ ଜାହିର କଲେ ବିରୋଧୀଦଳ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ରାଜଧାନୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଜୋର୍‌ଦାର ପ୍ରକ୍ରିୟା ଜାରି ରହିଥିବାବେଳେ...

ଧଳସାମନ୍ତ ଭ୍ରାତାଙ୍କ ଘରୁ ଜାଲ୍‌ ନୋଟ୍‌ ଜବତ ମାମଲା ତତ୍କାଳୀନ ଏଏସ୍‌ଆଇଙ୍କୁ ଜେରା

କଟକ ଅଫିସ,୫|୯: ଧଳ ସାମନ୍ତ ଭ୍ରାତାଙ୍କ ପୋଖରୀପୁଟ୍‌ସ୍ଥିତ ଆନନ୍ଦବିହାର ବାସଭବନ ଓ ମର୍କତନଗର ଘରୁ ଜବତ ଜାଲ୍‌ ନୋଟ୍‌ ସମ୍ପର୍କିତ ମାମଲାକୁ ନେଇ ବୁଧବାର ଚାଉଳିଆଗଞ୍ଜ...

Advertisement
Archives

Model This Week