ପରିଚାଳନା କ୍ଷେତ୍ରରେ ଦୃଷ୍ଟି ଦେଉନାହାନ୍ତି ଅଧ୍ୟକ୍ଷ, ଉପାଧ୍ୟକ୍ଷ: ଆର୍‌ଏମ୍‌ସି ଦାୟିତ୍ୱ ତୁଲାଉଛନ୍ତି କିରାଣି

ରାହାମା,୬।୧ (ଡି.ଏନ୍‌.ଏ.): ରାହାମା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ପରିଚାଳନାଗତ ତ୍ରୁଟି ଯୋଗୁ ନାନା ଅସୁବିଧା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଆର୍‌ଏମ୍‌ସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବଜାର ପରିଚାଳନା କ୍ଷେତ୍ରରେ ଗୁରୁତ୍ୱ ଦେଉ ନ ଥିବାବେଳେ ଜଣେ କିରାଣି ସମସ୍ତ ଦାୟିତ୍ୱ ତୁଲାଉଛନ୍ତି। ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର୍‌ ଆର୍‌ଏମ୍‌ସିର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ବେଳେ ଶ୍ରମିକନେତା ଇଂ. ସୁଧାକର ମନ୍ତ୍ରୀଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି। ହେଲେ ଅଧ୍ୟକ୍ଷ ଧୀର୍‌ କମିଟିର ପରିଚାଳନା କ୍ଷେତ୍ରରେ ସେତେଟା ଦୃଷ୍ଟି ଦେଇପାରୁନାହାନ୍ତି। ଅନ୍ୟପଟେ ଉପାଧ୍ୟକ୍ଷ ମନ୍ତ୍ରୀ ସ୍ବାସ୍ଥ୍ୟଗତ କାରଣରୁ ଏଠାକୁ କୌଣସି ଦିନ ଆସୁ ନଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେଣୁ ଆର୍‌ଏମ୍‌ସି କାର୍ଯ୍ୟାଳୟ ଏବେ ଜଣେ କିରାଣି ଓ ଜଣେ ଚପରାସୀଙ୍କ ଦ୍ୱାରା ପରିଚାଳିତ ହେଉଛି। କିରାଣି ଜଣକ ଘରଭଡ଼ା ଆଦାୟଠାରୁ ଆରମ୍ଭ କରି ସଭାସମିତି ପରିଚାଳନା ଦାୟିତ୍ୱ ଓ ଅଫିସ କାଗଜପତ୍ର କାମ କରୁଛନ୍ତି। ଜଣେ ବ୍ୟକ୍ତିଙ୍କ ଉପରେ ସମସ୍ତ ଦାୟିତ୍ୱ ଦିଆଯାଇଥିବାରୁ ଅଧିକାଂଶ ଦିନ କାର୍ଯ୍ୟାଳୟ ବନ୍ଦ ରହୁଥିବା ସାଧାରଣରେ ଆଲୋଚନା ହେଉଛି॥
ଅପରପକ୍ଷେ ପରିଚାଳନା ପରିଷଦର ୧୬ ସଦସ୍ୟଙ୍କ ମଧ୍ୟରୁ ବିଭୂତି ରଞ୍ଜନ ପଣ୍ଡା, କୃଷ୍ଣ ଚନ୍ଦ୍ର ଦାସ ଓ ଚିତ୍ତରଞ୍ଜନ ମିଶ୍ରଙ୍କର ଇତିମଧ୍ୟରେ ଦେହାନ୍ତ ହୋଇଯାଇଥିଲେ ବି ସେମାନଙ୍କ ନାମ ସଦସ୍ୟ ଫଳକରୁ ହଟାଯାଇନାହିଁ। ଫଳରେ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ସଭା, ସମିତି ସମୟରେ ସେମାନଙ୍କ ଗସ୍ତ ଖର୍ଚ୍ଚ ବାବଦରେ ଆସୁଥିବା ଟଙ୍କାକୁ ହଡ଼ପ କରାଯାଉଥିବା ଅଭିଯୋଗ ହୋଇଛି। ଏତଦ୍‌ବ୍ୟତୀତ ପ୍ରତି ୨ ବର୍ଷରେ ଥରେ ସଦସ୍ୟ ଚୟନ ପାଇଁ ମନୋନୟନ ପ୍ରକ୍ରିୟା କରାଯିବାକୁ ନିୟମ ଥିଲେ ବି ଆରମ୍ଭରୁ ଯେଉଁମାନେ ସଦସ୍ୟ ଥିଲେ, ସେମାନଙ୍କୁ କେଉଁ ନିୟମ ବଳରେ ଏଯାବତ୍‌ ସଦସ୍ୟ ରଖାଯାଇଛି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଜଣେ କର୍ମଚାରୀ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ବୋଲି ନିୟମ ରହିଛି। କିନ୍ତୁ ରାହାମା ନିୟନ୍ତ୍ରିତ ବଜାର କମିଟି ଆରମ୍ଭରୁ ଅବସ୍ଥାପିତ ଥିବା ଜଣେ କିରାଣି ଓ ଚପରାସୀଙ୍କୁ ଅନ୍ୟତ୍ର ବଦଳି କରାଯାଇନାହିଁି, ଯାହା ବିଭାଗୀୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସମ୍ପର୍କରେ ଆର୍‌ଏମ୍‌ସି ସମ୍ପାଦକ ଶାଶ୍ୱତ ଦାସଙ୍କୁ ପଚାରିବାରେ ଲୋକାଲ୍‌ ଆରଏମ୍‌ସିରେ ପୋଷ୍ଟିଂ ହୋଇଥିବା କର୍ମଚାରୀଙ୍କର ଅନ୍ୟତ୍ର ବଦଳିନାହିଁ। ୨ ବର୍ଷରେ ଥରେ ମନୋନୟନ କମିଟି ବସିବା କଥା, କିନ୍ତୁ ବସିନାହିଁ। ଏ ନେଇ ଜିଲାପାଳ ଓ ଅଧ୍ୟକ୍ଷଙ୍କୁ ଜଣାଇଛି ବୋଲି ସମ୍ପାଦକ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡୁବୁରୀ ଛକରେ ସ୍ଥାପନ ହେବ ଟ୍ରାଫିକ ଲାଇଟ୍‌ ସିଗନାଲ

ଯାଜପୁର ଟାଉନ,୧।୨(ଡି.ଏନ.ଏ): ସଡ଼କ ସୁରକ୍ଷା ସମ୍ପର୍କିତ ପ୍ରଥମ ପାର୍ଲାମେଣ୍ଟାରୀ କମିଟି ବୈଠକ ଜିଲାପରିଷଦ ସଭାଗୃହଠାରେ ଏମ୍‌ପି ଶର୍ମିଷ୍ଠା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦେଶରେ ସଡ଼କ...

ବିଳମ୍ବିତ ହେଉଛି ବିକାଶ

ବଇଣ୍ଡା,୧୯ା୭:  ବିକାଶର ମାର୍ଗ ବା ରାଜପଥ ପ୍ରଶସ୍ତ ହେବ। ସେଥିପାଇଁ ୩ ବର୍ଷ ତଳୁ କ୍ଷେତ୍ର ପ୍ରସ୍ତୁତ କରାଗଲା। ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା...

୧୭ ସ୍ଥାନରେ ଚଢ଼ାଉ, ୬୨ କେଜି ବିସ୍ଫୋରକ ଜବତ

ଖୋର୍ଦ୍ଧା ଅଫିସ, ୭।୩ : ସୋମବାର ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ଜିଲା ଜିଲାପାଳଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଖୋର୍ଦ୍ଧା ପୋଲିସ ପକ୍ଷରୁ...

ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୮ା୯(ହର୍ଷବର୍ଦ୍ଧନ ବେହେରା): ସମାଜରେ ସବୁଠାରୁ ଅବହେଳିତ ଯାଯାବର ମାଙ୍କଡିଆ ସମ୍ପ୍ରଦାୟ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ବସତି କଲୋନୀ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ଉପରେ ଲୋକାୟୁକ୍ତ...

ଗଛରେ ପିଟିହେଲା ଚାଉଳ ବୋଝେଇ ପିକ୍‌ଅପ

ଶେରଗଡ଼,୨୮ା୧(ଡି.ଏନ୍‌.ଏ.)- ଶେରଗଡ ବ୍ଲକ ଭୁଷୁଣ୍ଡା ଗ୍ରାମ ଛକ ଆସିକା ଶେରଗଡ଼ ମୁଖ୍ୟ ରାସ୍ତାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ଏକ ଚାଉଳ ବୋଝେଇ ପିକ୍‌ଅପର ଟାୟାର...

ସ୍କୁଲ ଗାଡି ବ୍ୟାଟେରି ଫାଟି ଛାତ୍ରୀ ଗୁରୁତର

ହାଟଡିହୀ, ୧୬ା ୭ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ କାନପୁର ସରସ୍ବତୀ ଶିଶୁ ମନ୍ଦିରର ଜଣେ ଛାତ୍ରୀ ସ୍କୁଲ ଗାଡ଼ିରେ ଯାଉଥିବା ବେଳେ...

ଚିଲିକାରେ ସୃଷ୍ଟି ହୋଇପାରେ ୩ୟ ମୁହାଣ

କୃଷ୍ଣପ୍ରସାଦ, ୧୫ା୪ (ଡି.ଏନ.ଏ.): ମହାମାରୀ କରୋନା ଭୟ ଲାଗି ରହିଥିବାବେଳେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାଜହଂସଠାରେ ବଙ୍ଗୋପସାଗର କୂଳ ଲଘିଂବାରେ ଲାଗିଛି। ସମୁଦ୍ର ଓ...

ଟଙ୍କା ନ ନେବାରୁ ଭୋଟରଙ୍କୁ ଧମକ: ରାଶନ୍‌ କାର୍ଡ଼, ଭତ୍ତା କାର୍ଡ଼ କାଟିଦେବୁ

ଯାଜପୁର ଅଫିସ,୧୦ା୨: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଟଙ୍କା ବାଣ୍ଟିବା ଘଟଣାକୁ ଭୋଟର ନାପସନ୍ଦ କରିଛନ୍ତି। ଏନେଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଛି। ଯାଜପୁର ଜିଲା...

Advertisement
Archives

Model This Week