Posted inଜାତୀୟ

ପରାଜୟ ପରେ କାନ୍ଦିଲେ ପଙ୍କଜା

ମୁମ୍ବାଇ,୨୫-୧୦:ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଭାଜପା ପ୍ରାର୍ଥୀ ପଙ୍କଜା ମୁଣ୍ଡେ ବିଧାନସଭା ନିର୍ବାଚନରେ ହାରିଯିବା ପରେ କାନ୍ଦି ପକାଇଥିଲେ। ପାର୍ଲି ଆସନରୁ ନିର୍ବାଚନ ଲଢ଼ୁଥିବା ପଙ୍କଜାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ନିର୍ବାଚନ ପ୍ରଚାର କରିଥିଲେ। ତେବେ ଜନାଦେଶକୁ ସମ୍ମାନ ଦେଉଥିବା ସେ କହିବା ସହ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ କାମ କରିଚାଲିବେ ବୋଲି ଖବରଦାତାମାନଙ୍କୁ କହିଛନ୍ତି। ନିର୍ବାଚନରେ ହାରିଯିବେ ବୋଲି ସେ କେବେ କଳ୍ପନା କରି ନ ଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମହାରାଷ୍ଟ୍ର ସରକାରରେ ଗ୍ରାମାଞ୍ଚଳ ବିକାଶ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ। ତାଙ୍କ ପରିବାର ସହ ସମ୍ପର୍କ ଛିନ୍ନ କରିଥିବା ସମ୍ପର୍କୀୟ ଭାଇ ତଥା ଏନ୍‌ସିପି ପ୍ରାର୍ଥୀ ଧନଞ୍ଜୟ ମୁଣ୍ଡେ ପାର୍ଲି ଆସନରୁ ବିଜୟୀ ହୋଇଛନ୍ତି। ଧନଞ୍ଜୟ ବିଧାନ ପରିଷଦରେ ବିରୋଧୀ ଦଳ ନେତା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦର୍ଶନ କରିବା ଆତଙ୍କବାଦ ନୁହେଁ: ଦିଲ୍ଲୀ ହାଇକୋର୍ଟ…

ନୂଆଦିଲ୍ଲୀ,୧୫।୬: ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଦର୍ଶନ କରିବାକୁ ଆତଙ୍କବାଦ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଏହା ସହିତ ଦିଲ୍ଲୀ...

ଦୀପାବଳିରେ ଝଲସିଲା ଅଯୋଧ୍ୟା

ଲକ୍ଷ୍ନୌ,୧୪।୧୧: ଦୀପାବଳିରେ ମନ୍ଦିରମାଳିନୀ ସହର ଅଯୋଧ୍ୟା ଝଲସିଛି। ସରାୟୁ ନଦୀର ୨୮ ଘାଟରେ ୫.୮୪ ଲକ୍ଷ ଦୀପ ଜଳାଯାଇ ଗିନିଜ୍‌ ରେକର୍ଡ କରିବା ଲାଗି ପ୍ରଶାସନ...

ଅଘୋଷିତ ବିଦ୍ୟୁତ୍‌ କାଟକୁ ନେଇ ଆକ୍ସନ ମୋଡ଼ରେ କମଲନାଥ ସରକାର: ୪୧୫ ଇଞ୍ଜିନିୟର ଓ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଭୋପାଳ,୨୨।୪: ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ଆକ୍ସନ ମୁଡ୍‌ରେ ଆସିଯାଇଛନ୍ତି ମଧ୍ୟପ୍ରଦେଶର ରାଜ୍ୟସରକାର। ଏନେଇ ୪୧୫ ଇଞ୍ଜିନିୟର ଓ କର୍ମଚାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ କମଲନାଥ ବଡ଼...

ସିବିଆଇ ମୁଖ୍ୟଙ୍କୁ ଥାନାକୁ ଡକାଇଲା ପୋଲିସ

ମୁମ୍ବାଇ,୯।୧୦: ରାଜନୈତିକ ଝଡ଼ ସୃଷ୍ଟି କରିଥିବା ଫୋନ ଟାପିଂ ଓ ଡାଟା ଲିକ୍‌ ସମ୍ପର୍କିତ ମାମଲାର ଶୁଣାଣି ବମ୍ବେ ହାଇକୋର୍ଟରେ ଚାଲିଛି। ଏ ସଂକ୍ରାନ୍ତରେ ପଚରାଉଚୁରା...

ଏମିତି ଗାଁ ଯେଉଁଠାରେ ଆଜି ବି ମୋବାଇଲ ନେଟଓ୍ବର୍କ ନାହିଁ

ଜୟପୁର,୨୯।୮: ଦେଶରେ ଡିଜିଟାଲ ଇଣ୍ଡିଆ, ଆତ୍ୟାଧୁନିକ ଜ୍ଞାନ କୌଶଳ, ନୂଆ ନୂଆ ଟେକ୍ନୋଲୋଜି ଓ ଆତ୍ମନିର୍ଭରଶୀଳ କଥା ନେଇ ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଆଜି...

ମହାରାଷ୍ଟ୍ର ଜାଲନାରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ: ୫ ପୋଲିସ ଆହତ

ଜାଲନା,୧୩ ।୫: ମହାରାଷ୍ଟ୍ରର ଜାଲନା ଜିଲାର ଏକ ଗାଁରେ ଶୁକ୍ରବାର ସକାଳୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଉଭୟ ପଟରୁ ପଥର ଓ...

ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଲେ ଲାଲଜି ଟଣ୍ଡନ

ଭୋପାଳ,୨୯।୭: ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଲାଲଜି ଟଣ୍ଡନ ସୋମବାର ଶପଥ ଗ୍ରହଣ କରିଛନ୍ତି। ମଧ୍ୟପ୍ରଦେଶର ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରବି ଶଙ୍କର ଝା ରାଜଭବନରେ...

୫ ବର୍ଷରେ ଦେଶରେ ୧୫ ଏମ୍ସ୍‌-୬ ଆଇଆଇଟି ସ୍ଥାପିତ ହୋଇଛି: ମୋଦି

ନୂଆଦିଲ୍ଲୀ, ୧୯।୧୦: ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ବହୁ ବିକାଶ କାର୍ଯ୍ୟ କରିଛନ୍ତି। ୨୦୧୪ଠାରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୧୫ଟି...

Advertisement
Archives

Model This Week