ପରଲୋକରେ ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦା

ମୁମ୍ବାଇ,୧୪।୧: ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦାଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଭାଇ ଋଷି କପୁର, ରଣଧୀର କପୁର ଏବଂ ରାଜୀବ କପୁର ଖବର ପାଇ ତାଙ୍କ ଘରେ ପହଞ୍ଚିଛନ୍ତି। ୧୯୪୮ ଅକ୍ଟୋବର ୩୦ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୨୦୧୩ରେ ତାଙ୍କଠାରେ କର୍କଟ ରୋଗ ଚିହ୍ନଟ ହୋଇଥିଲା। ଏହାପରେ ଚିକିତ୍ସା ଜାରି ରହିଥିଲା। ଋତୁଙ୍କ ମୃତ୍ୟୁ ସମ୍ପର୍କରେ ଋଷି କପୁରଙ୍କ ଝିଅ ରିଦ୍ଧିମା କପୁର ଇନଷ୍ଟାଗ୍ରାମ୍‌ରେ ଫଟୋ ଶେୟାର କରହିଛନ୍ତି। ସୂଚନାଯୋଗ୍ୟ, ୧୯୬୯ରେ ସେ ରାଜନ ନନ୍ଦାଙ୍କୁ ବିବାହ କରିଥିଲେ। ୨୦୧୮ରେ ରାଜନଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପୁଅ ନିଖିଲ ନନ୍ଦା ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନଙ୍କୁ ବିବାହ କରିଛନ୍ତି। ଋତୁ ଗୋଟିଏ ଦିନରେ ୧୭ ହଜାର ପେନସନ୍‌ ପଲିସି ବିକ୍ରି କରି ଗିନିଜ୍‌ ବୁକ୍‌ରେ ଏକ ବିରଳ ରେକର୍ଡ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଭବନରେ ଗୋଇନ୍ଦାଗିରି କରୁଛନ୍ତି ରାଜ୍ୟ ସରକାର

କୋଲକାତା, ୧୬।୮: ରାଜଭବନ ଉପରେ ତୀକ୍ଷଣ୍‌ ନଜର ରଖାଯାଉଛି। ରାଜ୍ୟ ସରକାର ରାଜଭବନରେ ଗୋଇନ୍ଦାଗିରି କରୁଛନ୍ତି। ଏଭଳି ଗୁରୁତର ଅଭିଯୋଗ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ୍‌ ଧନଖଣ୍ଡ...

ଆଶାରେ ଶିବ୍‌

ସଦାଶିବ ନାୟକ ଓରଫ ଶିବ୍‌। ନିଜର ବଡ଼ ପରଦା କ୍ୟାରିୟରକୁ ନେଇ ସେ ବେଶ୍‌ ସଚେତନ। ଆସନ୍ତା ମାସରେ ରିଲିଜ ହେବାକୁ ଯାଉଥିବା ଓଡ଼ିଆ ସିନେମା...

ଡିଟିଏଚ୍ ଉପରେ ମାଙ୍କଡ଼: କ୍ୟାପଶନ ବିଜେତାଙ୍କ ନାଁ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୩ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ...

୧୪ ଦିନିଆ ବିଚାର ବିଭାଗୀୟ ରିମାଣ୍ଡରେ ଶରଜିଲ୍‌

ନୂଆଦିଲ୍ଲୀ,୧୮।୨: ଉତ୍ତେଜନା ମୂଳକ ଭାଷଣ ଦେଉଥିବା ଅଭିଯୋଗରେ ଗିରଫ ହୋଇଥିବା ଶରଜିଲ୍‌ ଇମାମ୍‌ଙ୍କୁ ୧୪ ଦିନିଆର ବିଚାର ବିଭାଗୀୟ ରିମାଣ୍ଡରେ ରଖିବାକୁ ଦିଲ୍ଲୀ କୋର୍ଟ ମଙ୍ଗଳବାର...

ବାୟୁସେନାର ୮୮ ତମ ସ୍ଥାପନା ଦିବସ: ଗାଜିଆବାଦରେ ଗର୍ଜିବ ରାଫାଲ

ନୂଆଦିଲ୍ଲୀ,୮ ।୧୦: ଭାରତୀୟ ବାୟୁସେନା ଗୁରୁବାର ପାଳନ କରିବ ତା’ର ୮୮ ତମ ସ୍ଥାପନା ଦିବସ । ୧୯୩୨ ମସିହା ଠିକ୍ ଆଜିର ଦିନରେ ଭାରତୀୟ...

କରୋନା ଚିକିତ୍ସା ପାଇଁ ଆସିଲା ଔଷଧ: ଦାମ ମାତ୍ର ୧୦୩ ଟଙ୍କା

ନୂଆଦିଲ୍ଲୀ,୨୦।୬: ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ କମ୍ପାନୀ କରୋନାରେ ସାମାନ୍ୟ ଭାବେ ପୀଡ଼ିତ ରୋଗୀଙ୍କ ଚିକିତ୍ସା ପାଇଁ ଏକ ଆଣ୍ଟିଭାଇରାଲ ଔଷଧ ଆଣିଛନ୍ତି। ଫାଭିପିରାଭିର(Favipiravir) ଆଣ୍ଟିଭାଇରାଲ ଔଷଧକୁ ଫାଭିଫ୍ଲୁ...

ଅଭିନେତ୍ରୀ ରେଖାଙ୍କ ହେବ କରୋନା ଟେଷ୍ଟ

ମହାମାରୀ କରୋନା ଏବେ ବଲିଉଡ୍‌ ମୁହାଁ ହୋଇଛି। ବିଗ ବି ଅମିତାଭ ବଚ୍ଚନ ଓ ପୁତ୍ର ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହେବାର ଗୋଟିଏ...

ଖେଚୁଡି ପ୍ରସ୍ତୁତିଠାରୁ ଆରମ୍ଭ କରି ରୁଟି ବେଲି ପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୫।୫: ଲୋକସଭା ନିର୍ବାଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଉଛନ୍ତି। ନିକଟରେ ସେ ଦେଇଥିବା ଏକ ସାକ୍ଷାତକାର ଏବେ...


Coronavirus Update

Archives

Model This Week

Why Dharitri