ପବନ ହଂସକୁ ବିକ୍ରି ଲାଗି ପୁଣି ଉଦ୍ୟମ

ନୂଆଦିଲ୍ଲୀ,୨୧-୫: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ପବନ ହଂସକୁ ବିକ୍ରି କରିଦେବା ଲାଗି ପୁନର୍ବାର ପ୍ରୟାସ ଆରମ୍ଭ କରିଛନ୍ତି। ଚଳିତ ମାସ ଶେଷରେ ନୂଆକରି ବିଡିଂ ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏଥିଲାଗି ନୂଆ ସରକାର ଦସ୍ତାବିଜ ଜାରି କରାଯିବ। ଏହି ହେଲିକପ୍ଟର କମ୍ପାନୀ ଉପରେ ୫୦୦ କୋଟି ଟଙ୍କାର ଆକଷ୍ମିକ ଋଣ ଥିବାରୁ କ୍ଷତିପୂରଣ ପ୍ରଦାନକୁ ଏଥର ବିଡିଂ ପ୍ରକ୍ରିୟାରେ ସାମିଲ କରାଯିବ। ଏଥିପୂର୍ବରୁ ପବନ ହଂସକୁ ବିକ୍ରି କରିଦେବା ଲାଗି ସରକାରଙ୍କ ଉଦ୍ୟମ ଫସର ଫାଟି ଥିଲା। ନିବେଶକଙ୍କ ସହିତ ଆଲୋଚନା ପରେ ବିଡିଂ ପ୍ରକ୍ରିୟାରେ ସଂଶୋଧନ କରିବା ଲାଗି ସରକାର ବିଚାର କରୁଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, ଚଳିତ ମାସ ଶେଷରେ ସଦ୍ୟତମ ପ୍ରାରମ୍ଭିକ ସୂଚନା ଜ୍ଞାପନ(ପିଆଇଏମ୍‌) ଜାରି କରାଯିବ। ପବନ ହଂସରେ ସରକାରଙ୍କ ୫୧% ଏବଂ ଓଏନ୍‌ଜିସି ନିକଟରେ ଅବଶିଷ୍ଟ ୪୯ ପ୍ରତିଶତ ଅଂଶଧନ ରହିଛି। ସମ୍ପୂର୍ଣ୍ଣ ଅଂଶଧନ ବିକ୍ରି ଲାଗି ନିଷ୍ପତ୍ତି ହୋଇଛି। କମ୍ପାନୀ ନିକଟରେ ୪୬ ହେଲିକପ୍ଟ ରହିଛି। କମ୍ପାନୀର ସମ୍ପୂର୍ଣ୍ଣ ଅଂଶଧନ ବିକ୍ରି କରିଦେଲେ ସରକାର ପ୍ରାୟ ୧ ହଜାର କୋଟି ଟଙ୍କା ପାଇବେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲଞ୍ଚ୍‌ ହେବ ଏହି ୫ କାର୍‌

ଏସିଆର ସବୁଠୁ ବଡ଼ ଅଟୋମୋବାଇଲ ଶୋ’ ଅଟୋ ଏକ୍ସପୋ ୨୦୨୩ରେ ପୁଣି ଥରେ ଫେରୁଛି। ଏହା ୧୩ରୁ ୧୮ଜାନୁୟାରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ମାରୁତି, ଟାଟା,...

ଅତିରିକ୍ତ ଋଣ ଉଠାଇବେ ୫ ରାଜ୍ୟ

ନୂଆଦିଲ୍ଲୀ: ଖୋଲା ବଜାରରୁ ୫ ରାଜ୍ୟ ଅତିରିକ୍ତ ଋଣ ଉଠାଇବେ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, କର୍ନାଟକ, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ତେଲଙ୍ଗାନା ରହିଛନ୍ତି। ୧୬,୭୨୮...

ବିତ୍ତୀୟ ନିଅଣ୍ଟ ହାସଲ ଏବେ ବଡ଼ ଚ୍ୟାଲେଞ୍ଜ

ମୁମ୍ବାଇ,୨୮।୪: ଚଳିତ ଆର୍ଥତ୍କ ବର୍ଷରେ ଧାର୍ଯ୍ୟ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ କରିବା ବଡ଼ ଚ୍ୟାଲେଞ୍ଜ ହେବ। ମନେଟାଇଜେଶନ ନେଇ କେନ୍ଦ୍ରୀୟ ବ୍ୟାଙ୍କ ବର୍ତ୍ତମାନ କୌଣସି...

ରିଲାଏନ୍ସ ଜିଓର ପ୍ରଥମ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୧।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସଂସ୍ଥା ରିଲାଏନ୍ସ ଜିଓର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରିଲାଏନ୍ସ ଜିଓ ପକ୍ଷରୁ ୨୦୨୩-୨୪...

ରାଚେଲ୍‌ଙ୍କୁ ଦ୍ୱାଦଶ କିସ୍‌ ହ୍ୟୁମାନିଟାରିଆନ ସମ୍ମାନ

ଭୁବନେଶ୍ୱର ,୧।୧୦: କେନିଆର ବିଶିଷ୍ଟ ସାମାଜକ କର୍ମୀ ତଥା ଫାର୍ଷ୍ଟ ଲେଡି ରାଚେଲ୍‌ ରୁଟୋଙ୍କୁ ଦ୍ୱାଦଶ କିସ୍‌ ହ୍ୟୁମାନିଟାରିଆନ ସମ୍ମାନ-୨୦୨୨ ପ୍ରଦାନ କରାଯାଇଛି। ଶନିବାର ରାଜ୍ୟପାଳ...

ଆର୍‌ବିଆଇ ପକ୍ଷରୁ ‘ସତର୍କ ତାଲିକା’ ଜାରି

ନୂଆଦିଲ୍ଲୀ,୯।୯:ଭାରତରେ ଅନଧିକୃତ ଆର୍ଥକ ସଂସ୍ଥାର ଓ୍ବେବ୍‌ସାଇଟ ଏବଂ ଆପ୍‌ ଜରିଆରେ ବିନିମୟ ମୁଦ୍ରା (ଫୋରେକ୍ସ) କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଏକ...

ଭିଡ଼ ବଢ଼ାଉଛି କାରବାର

କଟକ,୧୭।୧୧: ଦେଶର ଲୋକପ୍ରିୟ ପପୁଲାର କିଚେନ ଆଣ୍ଡ ହୋମ୍‌ ପ୍ରଡକ୍ଟସ କମ୍ପାନୀ ଟିଟିକେ ପ୍ରେଷ୍ଟିଜ୍‌ର ସ୍ବୀକୃତିପ୍ରାପ୍ତ ଡିଲର ବାଲାଜୀ ଡିଷ୍ଟ୍ରିବ୍ୟୁଟର୍ସ ଜରିଆରେ ଚଳିତ ବର୍ଷ କଟକ...

‘ଉତ୍ତମ ପୋଷଣ ଅର୍ଥନୈତିକ ସମୃଦ୍ଧି ଆଣିଥାଏ’

ଭୁବନେଶ୍ୱର,୨୮।୯: ଉତ୍ତମ ସ୍ବାସ୍ଥ୍ୟ ପାଇଁ ଉତ୍ତମ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରିକି ଉତ୍ତମ ପୋଷଣଯୁକ୍ତ ଖାଦ୍ୟ ହେଉଛି ଇନ୍ଧନ, ଯାହା ସ୍ବାସ୍ଥ୍ୟର ଅଭିବୃଦ୍ଧି...

Advertisement
Archives

Model This Week