Posted inଫୁରସତ

ପବନରୁ ପ୍ରସ୍ତୁତ ହେଉଛି ପାଣି, ବୋତଲର ଦାମ୍‌ ରହିଛି…

ଆଜିକାଲି ଦୁନିଆରେ କୌଣସି କଥା ଅସମ୍ଭବ ନୁହେଁ। ବୈଜ୍ଞାନିକମାନେ ସବୁ ଅସମ୍ଭବକୁ ସମ୍ଭବ କରିଦେଉଛନ୍ତି। ତେଲେଙ୍ଗାନାର ସିକନ୍ଦରାବାଦ୍‌ ରେଲଓ୍ବେ ଷ୍ଟେଶନକୁ ଦେଖୁନାହାନ୍ତି, ଏଠାରେ କେମିତି ପବନରୁ ପାଣି ପ୍ରସ୍ତୁତ ହୋଇ ବିକ୍ରି ହେଉଛି। ଗୋଟିଏ ବୋତଲର ପାଣି କିଣିଲେ ଦେବାକୁ ପଡ଼ିଥାଏ ମାତ୍ର ୮ ଟଙ୍କା। ଯଦି ଆପଣ ବୋତଲ ନେଇ ଯିବେ ତେବେ ୫ ଟଙ୍କାରେ ପାଣି ମିଳିିବ। ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ପାଣିକୁ ସ୍ବାସ୍ଥ୍ୟ ଉପଯୋଗୀ ଘୋଷଣା ମଧ୍ୟ କରାଯାଇଛି। ଗୁରୁବାର ସିକନ୍ଦରାବାଦ୍‌ ରେଲ୍‌ଓ୍ବେ ଷ୍ଟେଶନରେ ଏକ ମେଶିନ୍‌ ଲଗାଯାଇଛି। ଯେଉଁଥିରେ ଅଟୋମେଟିକ୍‌ ଓ୍ବାଟର ଜେନେରେଟର ଲାଗିଛି। ଯାହା ପ୍ରତିଦିନ ୧୦୦୦ ଲିଟର ପାଣି ପ୍ରସ୍ତୁତ କରୁଛି। ଏହାକୁ ଏକ ଷ୍ଟିଲ୍‌ ଟ୍ୟାଙ୍କରରେ ସଂରକ୍ଷିତ ରଖାଯାଉଛି। ଏହି ଟ୍ୟାଙ୍କର ପାଣିକୁ କେବେ ଖରାପ ହେବାକୁ ଦିଏ ନାହିଁ। ପବନରୁ ପାଣି ବାହାରିବା ପାଇଁ ମେଘଦୂତ ଉପାୟକୁ ମୈତ୍ରୀ ଆକ୍ୱାଟେକ୍‌ ‘ମେକ୍‌ ଇନ୍‌ ଇଣ୍ଡିଆ’ ସୁନ୍ଦର ଭାବରେ ବିକଶିତ କରିଛି। ରେଲ୍‌ଓ୍ବେ ଅଧିକାରୀଙ୍କ ମତରେ ଏହି ମେଶିନ୍‌ ପରିବେଶ ପାଇଁ ବେଶ୍‌ ଅନୁକୂଳ। ପ୍ରତି ଋତୁରେ ଏହା କାମ କରିପାରିବ। କୌଣସି ସ୍ରୋତ ଉପରେ ନିର୍ଭର ନ କରି ଏହାର ଅବିରତ ଜଳ ପ୍ରଦାନ କରିପାରିବାର କ୍ଷମତା ରହିଛି।
କେମିତି ପବନରୁ ପାଣି ପ୍ରସ୍ତୁତ ହୁଏ ଜାଣନ୍ତୁ:
ଏକ ପ୍ରଣାଳୀ ମାଧ୍ୟମରେ ପବନ ମେଶିନ୍‌ ଭିତରେ ପଶିଥାଏ। ଏଥିରୁ ସମସ୍ତ ଦୂଷିତ ପଦାର୍ଥକୁ ଛାଣି ଦିଆଯାଏ। ଏହା ପରେ ଯେତିକି ପବନ ବାକି ରହିଯାଏ ଏକ କୁଲିଂ ଚାମ୍ବର(ଶୀତଳ କକ୍ଷ)ରେ ପବନ ଥଣ୍ଡା ହୋଇଥାଏ। ଏହି ଥଣ୍ଡା ପବନ ପାଣିରେ ରୁପାନ୍ତରିତ ହୋଇଥାଏ ଏବଂ ବୁନ୍ଦା ବୁନ୍ଦା ହୋଇ ଟ୍ୟାଙ୍କରରେ ଜମା ହୋଇଥାଏ। ଏହି ପାଣିକୁ ପୁବର୍ବାର ଫିଲ୍‌ଟରିଂ କରାଯାଏ। ପାଣିକୁ ଅଲଟ୍ରା ଭାଓଲେଟ୍‌ କିରଣରେ ରଖିଦିଆଯାଏ। ଯେଉଁଥିରେ ପାଣିରେ ଥିବା ପ୍ରଦୂଷକ ତତ୍ତ୍ୱ ନଷ୍ଟ ହୋଇ ବିଶୁଦ୍ଧ ପାଣି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଜିଲା ପ୍ରଶାସନର ଗୁରୁତ୍ୱ, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ କରିବା ନେଇ ବିଡିଓଙ୍କୁ…

ଦାରିଙ୍ଗବାଡ଼ି,୩୦ା୫(ଅରୁଣ ସାହୁ): ମଧ୍ୟପ୍ରାଚୀ ଯୁଦ୍ଧ ପାଇଁ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଖାଯାଇଛି। ଏହି ସଙ୍କଟ ଆଗକୁ…

SIRର ଲକ୍ଷ୍ୟ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ: ପ୍ରତି ଘରକୁ ୩ ଥର ଯିବେ ବିଏଲଓ

ଭଞ୍ଜନଗର,୩୦।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସଆଇଆର ଉପରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏନେଇ ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଶନିବାର ଏକ…

ରାଜପଥରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ:ମାଡ଼ିବସିଲା ପୋଲିସ

ଧର୍ମଶାଳା,୩୦।୫(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ସାରୋଇ ନିକଟରେ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରୁଥିବାବେଳେ ଲୋକଙ୍କ ସହଯୋଗରେ ଲୁଟେରାକୁ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

କକ୍ରୋଚ ଜନତା ପାର୍ଟିକୁ ନେଇ ଆସିଲା RSSର ପ୍ରଥମ ପ୍ରତିକ୍ରିୟା: ‘ଜେନ Z’ ଆଶାବାଦୀ..

ନାଗପୁର,୩୦।୫: ‘କକ୍ରୋଚ ଜନତା ପାର୍ଟି’ ସମ୍ପର୍କରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତୀୟ ଗଣତନ୍ତ୍ର ସମସ୍ତ ସ୍ବର ଏବଂ ଭାବନାକୁ ଗ୍ରହଣ…

ଖୋଲିବ ହର୍ମୁଜ ପ୍ରଣାଳୀର ତାଲା! ଦ୍ରୁତ ଗତିରେ ଚାଲିବ ଭାରତୀୟ ଜାହାଜ, ଖୁସିରେ ସର୍ବନିମ୍ନ ସ୍ତରକୁ ଖସିଲା…

ନୂଆଦିଲ୍ଲୀ,୩୦।୫: ଖୁସି ଖବର! ଇନ୍ଧନ ସଙ୍କଟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିଚୁକ୍ତିର ସମ୍ଭାବନା ଦ୍ରୁତ ଗତିରେ ବୃଦ୍ଧି ପାଉଛି…

ଲୋପ ପାଇବାରେ ଲାଗିଛି ତାଳଗଛ: ବଢ଼ି ଚାଲିଛି ପ୍ରାକୃତିକ ବିପର୍ଯ୍ୟୟ

ପଦ୍ମପୁର,୩୦ା୫(ପ୍ରଦୀପ୍ତ ଦାଶ):କାହିଁ କେଉଁ କାଳରୁ ପ୍ରାକୃତିକ ବିପର୍ଯ୍ୟୟ ରୋକିବାରେ ତାଳଗଛର ଗୁରୁତ୍ୱ ଭୂମିକା ବହନ କରିଆସୁଛି। ବାତ୍ୟା ସମୟରେ ତାଳଗଛ ଭୟଙ୍କର ପବନ ଓ ବଜ୍ରପାତକୁ ବହୁ…

ଟାଣ ଖରାରେ ପିକଅପ ଭ୍ୟାନରେ ବୁହା ହେଉଛନ୍ତି ଲୋକେ: ଶୋଇଛି ପରିବହନ ବିଭାଗ

ଦାରିଙ୍ଗବାଡି,୩୦।୫(ଅରୁଣ ସାହୁ): ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୦ଟାଠାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଜରୁରୀ କାମଧନ୍ଦା ନ ଥିଲେ ଲୋକ ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri