Posted inଖେଳ

ପଦ୍ମ ବିଭୂଷଣ ପାଇଁ ମେରିକମ୍‌ଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୨।୯- ଛ’ଥର ବିଶ୍ୱ ବିଜୟିନୀ କିମ୍ବଦନ୍ତୀ ବକ୍ସର ଏମ୍‌.ସି. ମେରିକମ୍‌ଙ୍କ ନାମକୁ ଦେଶର ୨ୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ପାଇଁ ଗୁରୁବାର କେନ୍ଦ୍ର କ୍ରୀଡ଼ା ବିଭାଗ ପକ୍ଷରୁ ସୁପାରିସ କରାଯାଇଛି। ପ୍ରଥମଥର ଲାଗି କ୍ରୀଡ଼ା ବିଭାଗ ପକ୍ଷରୁ ଜଣେ ମହିଳା ଆଥ୍‌ଲେଟ୍‌ଙ୍କ ନାମକୁ ଏହି ସମ୍ମାନଜନକ ପୁରସ୍କାର ଲାଗି ସୁପାରିସ କରିବା ପ୍ରଥମ ଘଟଣା। ଭାରତରତ୍ନ ପରେ ପଦ୍ମ ବିଭୂଷଣ ଦେଶର ୨ୟ ସର୍ବୋଚ୍ଚ ନାଗରିକ ସମ୍ମାନ। ସେହିଭଳି ତାରକା ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁଙ୍କ ନାମକୁ ପଦ୍ମ ଭୂଷଣ ପାଇଁ ସୁପାରିସ କରାଯାଇଛି। ଅପରପକ୍ଷରେ ପଦ୍ମଶ୍ରୀ ତାଲିକାରେ ୭ଜଣ ମହିଳା କ୍ରୀଡ଼ାବିତ୍‌ଙ୍କ ସମେତ ତୀରନ୍ଦାଜ ତରୁଣଦୀପ ରାଇ ଓ ହକି ଅଲିମ୍ପିଆନ ଏମ୍‌.ପି. ଗଣେଶ ସ୍ଥାନ ପାଇଛନ୍ତି। ପ୍ରଥମେ ପଦ୍ମଶ୍ରୀ ସୁପାରିସ ତାଲିକାରେ ୭ ମହିଳା କ୍ରୀଡ଼ାବିତ୍‌ଙ୍କ ନାମ ରହିଥିବାବେଳେ ବିଳମ୍ବରେ ତରୁଣଦୀପ୍‌ ଓ ଗଣେଶଙ୍କ ନାମକୁ ଏଥିରେ ଯୋଡ଼ା ଯାଇଥିଲା।
୩୬ ବର୍ଷୀୟା ମେରିକମ୍‌ ଏକମାତ୍ର ମହିଳା ବକ୍ସର ଭାବେ ରେକର୍ଡ ୬ଥର ଲାଗି ଆମେଚର ବକ୍ସିଂ ଚାମ୍ପିୟନ ହେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏଥିସହ ଏକମାତ୍ର ମହିଳା ବକ୍ସର ଭାବେ ବିଶ୍ୱ ଚାମ୍ପିୟନଶିପ୍‌ର ୭ଟି ଯାକ ସଂସ୍କରଣରେ ପଦକ ଜିତିବାର ରେକର୍ଡ ତାଙ୍କ ନାମରେ ରହିଛି। ପଦ୍ମ ଇତିହାସରେ ୪ର୍ଥ କ୍ରୀଡ଼ାବିତ୍‌ ଭାବେ ମେରିକମ୍‌ ପଦ୍ମ ବିଭୂଷଣ ପୁରସ୍କାର ହାସଲ କରିବେ। ତାଙ୍କ ପୂର୍ବରୁ ଚେସ୍‌ ତାରକା ବିଶ୍ୱନାଥନ ଆନନ୍ଦ (୨୦୦୭), କ୍ରିକେଟ୍‌ ଲିଜେଣ୍ଡ ସଚିନ ତେନ୍ଦୁଲକର (୨୦୦୮) ଓ ପର୍ବତାରୋହୀ ସାର୍‌ ଏଡ୍‌ମଣ୍ଡ ହିଲାରୀ (୨୦୦୮) ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ଏଥିପୂର୍ବରୁ ମେରିକମ୍‌ ୨୦୦୬ରେ ପଦ୍ମଶ୍ରୀ ଓ ୨୦୧୩ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି।
ପ୍ରଥମ ଭାରତୀୟ ଭାବେ ଗତ ଅଗଷ୍ଟରେ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ସିନ୍ଧୁଙ୍କ ନାମ ପଦ୍ମ ଭୂଷଣ ପାଇଁ ସୁପାରିସ ହୋଇଛି। ୨୪ ବର୍ଷୀୟା ଏହି ହାଇଦ୍ରାବାଦ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ଏଥିପୂର୍ବରୁ ୨୦୧୫ରେ ପଦ୍ମଶ୍ରୀ ପୁରସ୍କାର ପାଇସାରିଛନ୍ତି। ଅପରପକ୍ଷରେ ପଦ୍ମଶ୍ରୀ ପାଇଁ ନାମ ଘୋଷଣା ହୋଇଥିବା ଅନ୍ୟ ୭ ଜଣ ମହିଳା କ୍ରୀଡ଼ାବିତ୍‌ ହେଲେ ଭିନେଶ ପୋଗତ୍‌ (ରେସଲର୍‌), ମନିକା ବାତ୍ରା (ଟେବୁଲ ଟେନିସ), ହର୍‌ମନପ୍ରୀତ୍‌ କୌର (ଭାରତୀୟ ମହିଳା କ୍ରିକେଟ୍‌ ଅଧିନାୟିକା), ରାଣୀ ରାମପାଲ (ଭାରତୀୟ ମହିଳା ହକି ଅଧିନାୟିକା), ସୁମା ଶିରୁର (ଶୁଟର୍‌) ଓ ଦୁଇ ଭଉଣୀ ତାଶୀ ଓ ନୁଙ୍ଗଶି ମଲିକ (ଉଭୟ ପର୍ବତାରୋହୀ)। ଏହି ୧୧ କ୍ରୀଡ଼ାବିତ୍‌ଙ୍କ ନାମକୁ କ୍ରୀଡ଼ା ବିଭାଗ ପଦ୍ମ ପୁରସ୍କାର କମିଟି ନିକଟକୁ ପଠାଇ ସୁପାରିସ କରିଛଛି। ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ମନୋନୀତ କ୍ରୀଡ଼ାବିତ୍‌ଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଡବ୍ଲ୍ୟୁଟିଏ ସର୍କିଟକୁ ଫେରିଲେ ସାନିଆ

ଦୋହା, ୩ା୩ (ପି.ଟି.)- ବିଜୟ ସହ ଡବ୍ଲ୍‌ୟୁଟିଏ ସର୍କିଟକୁ ଫେରିଛନ୍ତି ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା। ସେ ଓ ତାଙ୍କ ସେଲାଭେନିଆନ ପାର୍ଟନର...

ବେଙ୍ଗାଲୁରୁ ସାଇରେ କୋଭିଡ୍‌-୧୯ ପଜିଟିଭ୍:‌ ଖେଳାଳିଙ୍କୁ ସ୍ଥାନାନ୍ତର କରିବନି ହକି ଇଣ୍ଡିଆ

ନୂଆଦିଲ୍ଲୀ,୨୦।୫(ପି.ଟି.): ବେଙ୍ଗାଲୁରୁ ସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ ଜଣେ କରୋନା ଭାଇରସ୍‌ ପଜିଟିଭ ସମ୍ପନ୍ନ କର୍ମଚାରୀ ତଥା ରୋଷେୟା ମୃତ୍ୟୁବରଣ କରିଛନ୍ତି।...

ମନ ଭାଙ୍ଗିଦେଲେ ଡି’ଭିଲର୍ସ

ଜୋହାନ୍ସବର୍ଗ, ୧୮।୫ : ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲର୍ସ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ନାହିଁ। ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଅନ୍ତର୍ଜାତୀୟ...

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ କୋହଲି, ଚତୁର୍ଥ ସ୍ଥାନକୁ ଖସିଲେ ବୁମ୍‌ରା

ଦୁବାଇ,୧।୪(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପଟେ ବୋଲିଂ...

ଯୋଗ୍ୟତା ଅର୍ଜନ କରିପାରିଲେନି ଲକ୍ଷ୍ୟ ସେନ

କୁଆଲାଲମ୍ପୁର, ୭ା୧ (ପି.ଟି.)- ଭାରତର ଉଦୀୟମାନ ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ ମାଲେସିଆ ମାଷ୍ଟର୍ସ ସୁପର ୫୦୦ ଟୁର୍ନାମେଣ୍ଟର ମୁଖ୍ୟ ଡ୍ର ପାଇଁ ଯୋଗ୍ୟତା ହାସଲ...

ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ନେଲା ଚକିତ କଲା ଭଳି ନିଷ୍ପତ୍ତି

ଲର୍ଡସ,୧୯।୮: ଲର୍ଡସରେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ହାରିଯିବା ପରେ ଇଂଲଣ୍ଡ କ୍ରିକେଟ ଦଳ ଏକ ଚକିତ କଲା ଭଳି ନିଷ୍ପତ୍ତି ନେଇଛି। ଅଗଷ୍ଟ...

ପିଏସ୍‌ଏ ବିଶ୍ୱ ଚାମ୍ପିୟନଶିପ୍‌ ଘୋଷାଲ ପ୍ରି-କ୍ୱାର୍ଟରରେ

ଦୋହା, ୧୧ା୧୧ (ପି.ଟି.)- ଭାରତର ସୌରଭ ଘୋଷାଲ ଏଠାରେ ଚାଲିଥିବା ପିଏସ୍‌ଏ ପୁରୁଷ ବିଶ୍ୱ ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିଛନ୍ତି। ସେ ଫ୍ରାନ୍ସର ଲୁକାସ ସେରମିଙ୍କୁ...

ଖୁସି ଖବର ଦେଲେ ବିରାଟ କୋହଲି, ଅନୁଷ୍କା ହେବେ ମା’

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍‌ ଶୀଘ୍ର ପିତା ହେବାକୁ ଯାଉଛି। ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ମା’ ହେବାକୁ ଯାଉଛନ୍ତି...

Advertisement
Archives

Model This Week