ପଦ୍ମ ଧରିଲେ ସାଇନା ନେହଓ୍ବାଲ

ନୂଆଦିଲ୍ଲୀ, ୨୯।୧: ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ବୁଧବାର ଭଉଣୀ ଚନ୍ଦ୍ରାଂଶୁ ନେହଓ୍ବାଲଙ୍କ ସହ ଭାଜପାରେ ଯୋଗଦେଇଛନ୍ତି। ଭାଜପାର ଦିଲ୍ଲୀ କାର୍ଯ୍ୟାଳୟଠାରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। ଅଲିମ୍ପିକ୍ସରେ ୩ ଥର ଦେଶକୁ ପ୍ରତିନିଧିତ୍ୱ କରିଥିବା ନେହୱାଲ ପ୍ରଥମ ମହିଳା ବ୍ୟାଡମିଣ୍ଟନ ତାରକା ଭାବେ ଅଲିମ୍ପକ୍ସରେ ପଦକ ଜିତିଥିଲେ। ୨୦୧୫ ମସିହାରେ ସାଇନା ବିଶ୍ୱର ନମ୍ବର ୧ ବ୍ୟାଡମିଣ୍ଟନ ଖେଳାଳି ହୋଇପାରିଥିଲେ। ୧୧ଟି ସୁପରସିରିଜ ଟାଇଟଲ ସହ ୨୪ ଅନ୍ତର୍ଜାତୀୟ ଟାଇଟଲ ଜିତଥିବା ସାଇନାଙ୍କୁ ପଦ୍ମଭୂଷଣ, ରାଜୀବ ଗାନ୍ଧୀ ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ସାଇନା ଦଳରେ ଯୋଗଦେବା ଗର୍ବର ବିଷୟ ବୋଲି ଭାଜପା ମହାସଚିବ ଅରୁଣ ସିଂ କହିଛନ୍ତି। ସେହିପରି ସାଇନା କହିଛନ୍ତି, ଆଜି ଏକ ଭଲ ଦିନ। ଯେଉଁ ଦଳ ଦେଶ ପାଇଁ ଭଲ କାମ କରୁଛି ଆଜି ସେହି ଦଳରେ ସାମିଲ ହୋଇ ଖୁସି ଲାଗୁଛି। ଆଶା କରୁଛି ଦଳ ମାଧ୍ୟମରେ ଦେଶ ପାଇଁ କିଛି କାମ କରିପାରିବି।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟକୁ ନେଇ ପୁଣି ଭାଜପାକୁ ଟାର୍ଗେଟ କଲେ ମମତା

କୋଲକାତା,୨ ।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ଏଲଆଇସି ଓ ସାଧାରଣ ବଜେଟ ୨୦୨୩କୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ସେ...

କିନ୍ନରଙ୍କ ସୁରକ୍ଷା-ଥଇଥାନ ପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୩।୧: ବିଭିନ୍ନ ରାଜ୍ୟରେ ଥିବା କିନ୍ନରଙ୍କ ସୁରକ୍ଷା ଏବଂ ଥଇଥାନ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜ୍ୟ...

ଓସ୍କାର ବିଜୟିନୀ ଗ୍ଲେଣ୍ଡାଙ୍କ ପରଲୋକ

ଲଣ୍ଡନ,୧୬।୬: ୨ ଥର ମନୋରଞ୍ଜନ ଜଗତର ସବୁଠୁ ଶ୍ରେଷ୍ଠ ପୁରସ୍କାର ଓସ୍କାର ଜିତିଥିବା ଅଭିନେତ୍ରୀ ତଥା ବ୍ରିଟିଶ ରାଜନେତ୍ରୀ ଗ୍ଲେଣ୍ଡା ଜ୍ୟାକ୍‌ଶନଙ୍କ ଗୁରୁବାର ପରଲୋକ ଘଟିଛି।...

କହିବା ପୂର୍ବରୁ ଚିନ୍ତା କରିବାର ଥିଲା, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କହିଲେ ଶିନ୍ଦେ-ଫଡ଼ନଭିସ…

ମୁମ୍ବାଇ, ୩୦।୭ : ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ବିବାଦୀୟ ମନ୍ତବ୍ୟ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ...

ଶ୍ୱାସ ଠାରୁ ଦୂରେଇ ରହିବା ପାଇଁ ସକାଳେ ସନ୍ଧ୍ୟାରେ କରନ୍ତୁ ଏପରି…

କେତେକଙ୍କଠାରେ ଶ୍ୱାସ ସମସ୍ୟା ଦେଖାଦେଇଥାଏ। ଏଥିପାଇଁ କେତେକ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଔଷଧ ସେବନ କରିଥାନ୍ତି। ତେବେ କେତେକ ଘରୋଇ ଉପଚାର ଦ୍ୱାରା ଏହି...

୧୫ ବର୍ଜ୍ୟ ପ୍ଲାଷ୍ଟିକ ବୋତଲରେ ତିଆରି ଜ୍ୟାକେଟ ପିନ୍ଧି ସଂସଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୮।୨ : ରାଷ୍ଟ୍ରପତିଙ୍କ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସଂସଦରେ ପହଞ୍ଚିଥିଲେ। ଏବେ ପ୍ରଧାନମନ୍ତ୍ରୀ ପୋଷାକ...

୯୬ ଦେଶରେ ଭାରତୀୟ ଟିକାକରଣ ପ୍ରମାଣପତ୍ରକୁ ମାନ୍ୟତା…

ନୂଆଦିଲ୍ଲୀ,୧୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ବିରୋଧରେ ସାର୍ବଜନୀକ ଟିକାକରଣ ଜାରି ରହିଛି। ଇତିମଧ୍ୟରେ ୯୬ ଦେଶରେ ଭାରତୀୟ ଟିକାକରଣ ପ୍ରମାଣପତ୍ରକୁ ମାନ୍ୟତା ମିଳିଛି। ଏନେଇ...

ବିବାଦରେ ବିପ୍ଳବ ଦେବ

ଅଗରତାଲା,୨୭ ।୯: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ପୁଣିଥରେ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଏଥର ସେ ନ୍ୟାୟପାଳିକାକୁ ଚ୍ୟାଲେଞ୍ଜ କରିଛନ୍ତି । ଏହାର...

Advertisement
Archives

Model This Week