ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

କପ୍ତିପଦା,୧ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ କୁଳିଅଳମ ପଞ୍ଚାୟତ ନଛିପୁର ଗ୍ରାମରେ ଜଣେ ଯୁବକ ସେହି ଗ୍ରାମର ଜଣେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସୁରସେନ ଦାସ ା ଏସଂକ୍ରାନ୍ତରେ ପୋଲିସ ଏକ ମାମଲା (ନଂ.୮୬/୧୯) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି ା ଅଭିଯୁକ୍ତ ଜଣକ ହେଲେ ବିଶିକେସନ ମାଣିକ (୨୨) । ସେ ସମ୍ପର୍କରେ ମୃତ ବୃଦ୍ଧଙ୍କର ପୁତୁରା ହେବେ ବୋଲି ଜଣାପଡ଼ିଛି ା ବୁଧବାର ସନ୍ଧ୍ୟାରେ ମୃତ ସୁରସେନ ତାଙ୍କ ସ୍ତ୍ରୀଙ୍କ ସହିତ ଘର ପିଣ୍ଡାରେ ବସିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ପୁତୁରା ବିଶିକେସନ ହଠାତ୍‌ ତାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ସୁରସେନଙ୍କୁ ଉଦଳା ଡାକ୍ତଖାନାରେ ଭର୍ତ୍ତି କରିଥିଲେ। ଗୁରୁବାର ଚିକିସତ୍ାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ ା ତଦନ୍ତ ପରେ ଯାହା କିଛି ଜଣାପଡିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଠାବ ପାଇଁ ଟ୍ରାପ୍‌ କ୍ୟାମେରା ଲାଗିପାରୁନାହିଁ: ଗୁଣ୍ଡିରିବାଡ଼ିବାସୀ ଆତଙ୍କିତ, ଘୁରି ବୁଲିଛି ବନ ବିଭାଗ

ଭଞ୍ଜନଗର,୫।୧୧(ଡି.ଏନ.ଏ)- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡିରିବାଡ଼ି, ତେନ୍ତୁଳିଆ, ଲଣ୍ଡେଇହିଲ୍‌ ଅଞ୍ଚଳବାସୀଙ୍କୁ ବିଗତ କିଛିଦିନ ହେବ ବାଘ ଆତଙ୍କ ଘାରିଛି। ସୋମବାର ରାତିରେ...

ବୀମାରାଶି ନ ମିଳିବା ପ୍ରତିବାଦରେ ଚାଷୀଙ୍କ ଧାରଣା

ଆରଡ଼ି,୧୮।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକର ପାଳସାହି ସେବା ସମିତି ଅଧୀନରେ ଥିବା ଚାଷୀମାନଙ୍କୁ ଗତବର୍ଷ ଖରିଫ ଫସଲ ବୀମା ରାଶି ମିଳିନାହିଁ। ଏହାର ପ୍ରତିବାଦ...

ଲଘୁଚାପ ବରଷାରେ ଘର ଭାଂଗଲା; ଆବାସ ଯୋଜନାରେ ସାମିଲ କରବାକେ ଦାବି

ଲାଠୋର, ୧୫ା୮ (ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୋଠୋର ପଁଚେତ୍‌ ସଦର ଗଁାର କର୍ତ୍ତିଆପଡ଼ାର ମଧୁ ବାଗକଁର ଘର ଲଘୁଚାପ ବରଷାରେ ଭାଂଗି ଯାଇଛେ।...

ଅନ୍ଧାରରେ ୭୦ ବିପିଏଲ ପରିବାର

ବାରଙ୍ଗ,୨୭ା୭(ଡି.ଏନ୍‌.ଏ.): ବାରଙ୍ଗ ବ୍ଲକର ଭୁବନପୁର ଗ୍ରାମବାସୀ ଦୀର୍ଘଦିନ ହେବ ଠିକଭାବେ ବିଦ୍ୟୁତ ସେବା ପାଉନାହାନ୍ତିି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସମାଧାନ ହେଉ...

କ୍ରସର ୟୁନିଟ୍‌ରେ ଟଙ୍କା ଆଦାୟକୁ ନେଇ ଗୁଳିକାଣ୍ଡ : ମାଲିକ ଗୁରୁତର

କୋରାପୁଟ,୭।୧୧(ସ୍ବ.ପ୍ର.): କୋରାପୁଟ ଜିଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ସିଲପଣ୍ଡି ଗ୍ରାମରେ ଥିବା ଏକ କ୍ରସର ୟୁନିଟ୍‌ରେ ଟଙ୍କା ଆଦାୟକୁ ନେଇ ବୁଧବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ...

କ୍ରିକେଟ ଖେଳରୁ ବଚସା: ସାଙ୍ଗଙ୍କ ବ୍ୟାଟ୍‌ ମାଡ଼ରେ ନାବାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ, ୧୧ା୪(ଡ଼ି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖରିଡ଼ା ଗ୍ରାମରେ ଶନିବାର ପିଲାଙ୍କ କ୍ରିକେଟ ଖେଳରୁ ବଚସା ହୋଇ ଜଣେ ନାବାଳକଙ୍କ ବ୍ୟାଟ୍‌ ମାଡ଼ରେ ଅନ୍ୟ...

ସମିତି ସଭ୍ୟ ଉପନିର୍ବାଚନ: ମତଦାନ ଶେଷ

ନିମାପଡ଼ା,୨୭।୧୧(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଧନୁଅଁ। ପଞ୍ଚାୟତର ସମିତି ସଭ୍ୟ ଉପନିର୍ବାଚନ ପାଇଁ ବୁଧବାର ମତଦାନ ଶେଷ ହୋଇଛି। ପଞ୍ଚାୟତରେ ୧୬ଟି ଭୋଟ୍‌ ଗ୍ରହଣ କେନ୍ଦ୍ରରେ ୧୬ଶହ...

ବଲାଙ୍ଗୀରରେ ବିପିସିଏଲ୍‌ର ବଟଲିଂ ପ୍ଲାଣ୍ଟ ଉଦ୍‌ଘାଟିତ

ବଲାଙ୍ଗୀର ଅଫିସ,୨୭।୧୨: ବଲାଙ୍ଗୀର ସହର ଉପକଣ୍ଠ ବରକାନି ଗ୍ରାମରେ ନବନିର୍ମିତ ବିପିସିିଏଲ୍‌ର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟକୁ ଶୁକ୍ରବାର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଓଡ଼ିଶା ରାଜ୍ୟପାଳ...

Coronavirus Update


Archives

Model This Week

Why Dharitri