Posted inଖେଳ

ପଡୋଶୀ ଝିଅଙ୍କୁ ଉଠାଇ ଆଣିଥିଲେ ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପ୍ରିନ୍ସ ଅଫ୍‌ କୋଲକାତା ନାମରେ ପରିଚିତ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଯାଇଛି। ପଡିଆରେ ସଫଳ ଥିବା ଗାଙ୍ଗୁଲି ନୂଆ ଇନିଂସ ଆରମ୍ଭ ପୂର୍ବରୁ ତାଙ୍କୁ ନେଇ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଛି। ଗାଙ୍ଗୁଲିଙ୍କର ପ୍ରେମ କାହାଣୀ କୌଣସି ଫିଲ୍ମ କାହାଣୀଠାରୁ କମ୍‌ ନୁହେଁ। ସେ ସ୍କୁଲରେ ପଢିବାବେଳେ ନିଜ ପଡୋଶୀ ଘର ଝିଅଙ୍କୁ ଭଲ ପାଉଥିଲେ। ତାଙ୍କୁ ଦେଖିବା ପାଇଁ ସୌରଭ ତାଙ୍କର ସ୍କୁଲ ଚାରିପଟେ ବୁଲୁଥିଲେ। ପ୍ରଥମେ ଦୁଇଜଣଙ୍କ ପରିବାର ମଧ୍ୟରେ ସମ୍ପର୍କ ଭଲ ଥିଲା। କିନ୍ତୁ  ଏହି କଥାକୁ ଉଭୟଙ୍କ ପରିବାର  ଗ୍ରହଣ କରି ନ ଥିଲେ। ଅପରପକ୍ଷରେ ସେହି ପଡୋଶୀ ଘର ଝିଅ ପ୍ରେମରେ ସୌରଭ ପାଗଳ ହୋଇଯାଇଥିଲେ। ସେଥିପାଇଁ ସେ ତାଙ୍କୁ ଘରୁ ଉଠେଇ ନେଇ ଯିବା ଲାଗି ଚିନ୍ତା କରିଲେ। ଆଉ ଏଥିରେ  ମଧ୍ୟ ସଫଳ ହୋଇଥିଲେ। ଏହାର ଦିନକ ପରେ ଉଭୟ କୋର୍ଟ ମ୍ୟାରେଜ୍‌ କରିଥିଲେ। କିଛିଦିନ ପରେ ଉଭୟଙ୍କ ପରିବାର ଏଥିରେ ସହମତି ପଦାନ କରିଥିଲେ। ୧୯୯୭, ଫେବୃଆରୀ ୨୧ରେ ବଙ୍ଗଳା ପରମ୍ପରା ଅନୁସାରେ ଦୁଇଜଣଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ତେବେ ସେହି ପଡୋଶୀ ଘର ଝିଅ ହିଁଁ ଥିଲେ ଡୋନା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ, ଗିଲଖ୍ରୀଷ୍ଟଙ୍କଠାରୁ ଉନ୍ନତର ଉଇକେଟକିପର ବ୍ୟାଟ୍ସମ୍ୟାନ

କରାଚୀ,୨୨।୯: କ୍ରିକେଟ ଇତିହାସରେ ସର୍ବଶ୍ରେଷ୍ଠ ଉଇକେଟକିପର ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ଅଷ୍ଟ୍ରେଲିଆର ଆଡାମ ଗିଲଖ୍ରୀଷ୍ଟ ଓ ଭାରତର ମହେନ୍ଦ୍ର ସିଂ ଧୋନୀ। ଏମାନଙ୍କୁ ପଛରେ ପକାଇଛନ୍ତି...

ଓଡ଼ିଶା ଏଫ୍‌ସି ଦଳର ଅଭ୍ୟାସ ଆରମ୍ଭ

ଭୁବନେଶ୍ୱର, ୧୮ା୧୦ (ସ୍ପୋଟର୍‌ସ ବ୍ୟୁରୋ)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଭାଗ ନେବାଲାଗି ଖେଳାଳିମାନେ ଗୋଆରେ ପହଞ୍ଚତ୍ବାରେ ଲାଗିଛନ୍ତି। ଓଡ଼ିଶା ଏଫ୍‌ସିର ଭାରତୀୟ ଖେଳାଳିମାନେ କିନ୍ତୁ ଶନିବାର...

ଫିଫା ର଼୍ୟାଙ୍କିଙ୍ଗ୍‌: ଖସିଲା ଭାରତ

ନୂଆଦିଲ୍ଲୀ,୨୫।୭(ପିଟି)- ଭାରତୀୟ ଫୁଟ୍‌ବଲ ଦଳର ଫିଫା ର଼୍ୟାଙ୍କିଙ୍ଗ୍‌ରେ ଅବନତି ଘଟିଛି। ଦଳ ପୂର୍ବ ଅପେକ୍ଷା ଦୁଇଟି ସ୍ଥାନ ତଳକୁ ଖସି ୧୦୩ତମ ମାନ୍ୟତାରେ ପହଞ୍ଚତ୍ଥିବା ଦର୍ଶାଇଛି...

ଜେହାନ ଦାରୁବାଲାଙ୍କୁ ଉପେକ୍ଷା

ନୂଆଦିଲ୍ଲୀ, ୬ା୬ (ପି.ଟି.)-ଅର୍ଜୁନ ପୁରସ୍କାର ପାଇଁ ଭାରତୀୟ ମୋଟର ସ୍ପୋଟର୍‌ସ ଫେଡେରେଶନ ସୁପାରିସ କରିଥିବା ନାମ ତାଲିକାରେ ଜେହାନ ଦାରୁବାଲାଙ୍କ ନାମ ସ୍ଥାନ ପାଇ ନ...

କେନ୍ଦ୍ରୀୟ ଚୁକ୍ତିର ଗ୍ରେଡ୍‌ ‘ବି’କୁ ଶେଫାଳି ଉନ୍ନୀତ

ନୂଆଦିଲ୍ଲୀ, ୨୦।୫(ପି.ଟି.)-  ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିର ଗ୍ରେଡ୍‌ ‘ବି’କୁ ଉନ୍ନୀତ ହୋଇଛନ୍ତି ଟିନ୍‌ ବ୍ୟାଟିଂ ସେନ୍‌ସେଶନ ଶେଫାଳି ବର୍ମା। ବିସିସିଆଇ...

ନବୀନଙ୍କ ବଡ଼ ଘୋଷଣା: ଆଉ ୧୦ ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର,୧୭।୮: ହକିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ଆହୁରୀ ୧୦ ବର୍ଷ ଯାଏ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ...

ନିରାଶ କଲେ ଜ୍ୟୋତ୍ସ୍ନା

କାଇରୋ, ୨୯।୧୦ (ପି.ଟି.)- ଭାରତର ଏକ ନମ୍ବର ସ୍କ୍ବାଶ ଖେଳାଳି ଜ୍ୟୋତ୍ସ୍ନା ଚିନ୍ନାପା ସିଆଇବି ପିଏସ୍‌ଏ ମହିଳା ବିଶ୍ୱ ଚାମ୍ପିୟନଶିପ୍‌ର ପ୍ରି-କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି।...

ଆଇପିଏଲ୍‌-୧୪: ଗୁରୁ- ଶିଷ୍ୟ ଲଢ଼େଇ

ମୁମ୍ବାଇ,୧୦।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍‌ରେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ...

Advertisement
Archives

Model This Week