Posted inଖେଳ

ପଡିଆ ଭିତରେ କଡ଼ା ଟକ୍କର, ବାହାରେ ବନ୍ଧୁତା

ମାଉଣ୍ଟ ମାଉଁଗାନୁଇ,୩।୨: ଅନ୍ତିମ ଟି୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭ ରନରେ ପରାସ୍ତ କରି ଭାରତ ପାଞ୍ଚମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ୫-୦ରେ ମୂଳପୋଛ କରିଛି। ଶେଷ ମ୍ୟାଚରେ ଅଧିନାୟକ ବିରାଟ କୋହଲି ବିଶ୍ରାମ ନେଇଥିଲେ। ତାଙ୍କ ସ୍ଥାନରେ ଦଳର ନେତୃତ୍ୱ ନେଇଥିଲେ ରୋହିତ ଶର୍ମା। ପ୍ରତିଦ୍ୱନ୍ଦୀ ଅଧିନାୟକ କେନ ୱିଲିୟମସନଙ୍କ ମଧ୍ୟ ଆହତ କାରଣରୁ ମ୍ୟାଚରୁ ବାଦ୍‌ ପଡିଥିଲେ। ଯଦିଓ ଉଭୟ ଏହି ମ୍ୟାଚ୍‌ ଖେଳୁ ନ ଥିଲେ କିନ୍ତୁ ପଡିଆ ବାହାରେ ବସି ସାଥୀ ଖେଳାଳିଙ୍କୁ ଉତ୍ସାହିତ କରିବା ଦେଖାଯାଇଥିଲା। ଦୁଇ ଖେଳାଳି ଏକାଠି ବସି ବାଉଣ୍ଡ୍ରୀ ନିକଟରେ ମ୍ୟାଚ ଦେଖିଲେ। ସେମାନଙ୍କ ସହ ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ମଧ୍ୟ ବସିଥିଲେ। କ୍ରିକେଟ ମଇଦାନରେ ଅନେକ ସମୟରେ ଦୁଇ ଦଳର ଖେଳାଳିମାନେ ପରସ୍ପରକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖନ୍ତି। କିନ୍ତୁ ବିରାଟ ଏବଂ ଓ୍ବିଲିମସନଙ୍କ କ୍ଷେତ୍ରରେ ତାହା ଘଟିନାହିଁ। ଉଭୟ ବେଶ୍‌ ବନ୍ଧୁତ୍ୱପୂର୍ଣ୍ଣ ଭାବେ ଗପସପ କରୁତତ୍ବାର ଦେଖାଯାଇଥିଲା। ଏହି ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବିସିସିଆଇ ତା’ର ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡଲରେ ଏହି ଫଟୋକୁ ଶେଆର୍‌ କରିଛି ଏବଂ ଏଥିରେ କ୍ୟାପସନ ଦେଇ ଲେଖିଛି ଯେ ‘ସ୍ପିରିଟ ଅଫ କ୍ରିକେଟ’।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟର ଗୌରବ ପ୍ରମୋଦ

ଭୁବନେଶ୍ୱର,୧୮।୮(ସ୍ପୋଟର୍‌ସ ବ୍ୟୁରୋ)- ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ସେ ଅର୍ଜୁନ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍ତି। ରାଜ୍ୟ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ

ମୁମ୍ବାଇ,୨୨।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୪ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲସ୍ସ ମଧ୍ୟରେ ଖେଳାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସ...

ଆଇପିଏଲ୍‌ରେ ଏହି କ୍ରିକେଟ୍‌ରଙ୍କ ଅଛି ସବୁଠୁ ତୀକ୍ଷ୍ନ ମସ୍ତିଷ୍କ

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ବିପକ୍ଷ ମ୍ୟାଚ୍‌ରେ ଚମତ୍କାର ଅଧିନାୟକତ୍ୱ...

ମେରୀକମ୍‌ଙ୍କୁ ପଦ୍ମବିଭୂଷଣ, ସିନ୍ଧୁ ପାଇବେ ପଦ୍ମଭୂଷଣ

ନୂଆଦିଲ୍ଲୀ, ୨୬ା୧ (ପି.ଟି.)-ଭେଟେରାନ ମହିଳା ବକ୍ସର ଏମ୍‌.ସି. ମେରୀକମ୍‌ଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମବିଭୂଷଣ ଏବଂ ବିଶ୍ୱ ଚାମ୍ପିୟନ ବ୍ୟାଡ୍‌ମିଣ୍ଟନ ଖେଳାଳି ପି....

ଅଲିମ୍ପିକ ହକି ଟେଷ୍ଟ ଇଭେଣ୍ଟ : ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ଡ୍ର ରଖିଲେ ଭାରତୀୟ ମହିଳା

ଟୋକିଓ,୧୮।୮(ପି.ଟି.): ଏଠାରେ ଆରମ୍ଭ ହୋଇଥିବା ଅଲିମ୍ପିକ୍‌ ହକି ଟେଷ୍ଟ ଇଭେଣ୍ଟର ଏକ ରାଉଣ୍ଡ- ରବିନ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଦମ୍‌ଦାର ଖେଳ ପ୍ରଦର୍ଶନ...

ପ୍ରେସିଡେଣ୍ଟ କପ୍‌ ବକ୍ସିଂ: ମେରୀକମ୍‌, ସିମରନଜିତଙ୍କୁ ସ୍ବର୍ଣ୍ଣ ପଦକ; ୭ ସ୍ବର୍ଣ୍ଣ ସହ ଭାରତକୁ ମୋଟ ୯ ପଦକ

ନୂଆଦିଲ୍ଲୀ,୨୯।୭(ପି.ଟି.)- ୬ ଥର ବିଶ୍ୱଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଥିବା ଅଭିଜ୍ଞ ଭାରତୀୟ ମହିଳା ବକ୍ସର ମେରୀକମ ଓ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ସିମରନଜିତ...

ଟ୍ରେନିଂ ଆରମ୍ଭ କଲା ସିଏସ୍‌କେ

ନୂଆଦିଲ୍ଲୀ,୮।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଆଗାମୀ ସିଜନ ପାଇଁ ସୁରଟର ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ସୋମବାର...

ପ୍ରଶଂସକଙ୍କ ସହ ଦୁଃଖ ଖବର ଶେୟାର କଲେ ରୋନାଲଡୋ

ନୂଆଦିଲ୍ଲୀ,୧୯।୪:ବିଶ୍ୱର କିମ୍ବଦନ୍ତୀ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ନିଜ ପ୍ରଶଂସକଙ୍କ ସହ ଏକ ଦୁଃଖ ଖବର ଶେୟାର କରିଛନ୍ତି। ରୋନାଲଡୋ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଜର୍ଜିନା...

Advertisement
Archives

Model This Week