Posted inରାଜ୍ୟ

ପଞ୍ଚପଲି ପୋଲରେ କ୍ରିକ୍‌ ନିର୍ମାଣରେ ବିଳମ୍ବ : ଚାଷୀ ନିରାଶ

ଏରସମା,୧୯ା୭(ସ୍ବ.ପ୍ର.): ଏରସମା ବ୍ଲକ ନାରଦିଆ ପଞ୍ଚାୟତସ୍ଥିତ ପଞ୍ଚପଲି ପୋଲରେ କ୍ରିକ ନିର୍ମାଣ ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ଇତିମଧ୍ୟରେ ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଥିଲେ ମଧ୍ୟ କ୍ରିକ୍‌ ନିର୍ମାଣ ହୋଇପାରୁନି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ତିର୍ତ୍ତୋଲ ବ୍ଲକ ତଣ୍ଡିକୁଳ ପଞ୍ଚାୟତରୁ ହଂସୁଆ ସଫେଇ ବାହାରି ଏରସମା ବ୍ଲକର ସୋମପୁର, ନାରଦିଆ, ଜିରାଇଲୋ, ଆମ୍ବିକି ଆଦି ପଞ୍ଚାୟତରେ ପ୍ରବାହିତ ହୋଇ ଜଟାଧାର ମୁହାଣ ଦେଇ ସମୁଦ୍ରରେ ମିଶିଛି। ଏରସମା ବ୍ଲକ ତଥା ସମଗ୍ର ଜଗତ୍‌ସିଂହପୁର ଜିଲାର ଉଦବୃତ ବର୍ଷାଜଳ ଏହି ସଫେଇ ଦେଇ ସମୁଦ୍ରକୁ ନିଷ୍କାସିତ ହୋଇଥାଏ। ମାତ୍ର ଏହି ଜଳକୁ କ୍ରିକ ମାଧ୍ୟମରେ ଅଟାକାଇ ରଖିପାରିଲେ ଚାଷୀମାନେ ଉଭୟ ଖରିଫ ଓ ରବି ଋତୁରେ ଫସଲ ଉପତ୍ାଦନ କରିପାରନ୍ତେ। ସେଥିପାଇଁ ୧୦୧୬ରୁ କ୍ରିକ ନିର୍ମାଣ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ତାହା କେବଳ କାଗଜପତ୍ରରେ ସୀମିତ ହୋଇ ରହିଛି। ୨୮ା୮ା୧୦୧୬ରେ ଜଳ ସମ୍ପଦ ବିଭାଗ ପକ୍ଷରୁ ମୁଖ୍ୟଯନ୍ତ୍ରୀ ଜାନକୀ ବହ୍ଲବ ମହାପାତ୍ର, ବାଲିକୁଦା-ଏରସମାର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏହି ସ୍ଥାନ ପରିଦର୍ଶନ କରିଥିଲେ। ଜିଲା ପ୍ରଶାସନ ନିକଟରେ ଦାବି ହେବା ପରେ ପୁନର୍ବାର ୨୦୧୭ରେ ବିଭାଗୀୟ ଅଧିକାରୀ ପରିଦର୍ଶନରେ ଆସିବା ସହିତ କାଯର୍‌ୟ କରିବାକୁ ସମସ୍ତ ଯୋଜନା ପ୍ରସ୍ତୁତ ହୋଇଥିଲା। ମାତ୍ର ପରିତାପର ବିଷୟ ଏହା ମଧ୍ୟରେ ୪ ବର୍ଷ ବିତିଥିଲେ ମଧ୍ୟ ଯୋଜନା କେବଳ ଫାଇଲ ମଧ୍ୟରେ ସୀମିତ ହୋଇରହିଛି। ଏହି କ୍ରିକ କାଯର୍‌ୟକାରୀ ହେଲେ ନାରଦିଆ ସହିତ ଜାନକାଦେଈପୁର, ପୋଖରିଆପଡ଼ା, ଜିରାଇଲୋ, ଆମ୍ବିକି, ଗଡ଼ବିଶୁନିପୁର, ସୋମପୁର, ପଏଦା ପଞ୍ଚାୟତର ଚାଷୀମାନେ ଉପକୃତ ହୋଇ ପାରନ୍ତେ। ଏଥିପ୍ରତି ମନ୍ତ୍ରୀ ରଘୁନନ୍ଦନ ଦାସ ଦୃଷ୍ଟି ଦେବାକୁ ପଞ୍ଚପଲିର ପୂର୍ବତନ ସରପଞ୍ଚ ଶିଶିର କୁମାର ବିଶ୍ୱାଳ, ଅମୂଲ୍ୟ ମହାନ୍ତି, ସ୍ମୃତିରଞ୍ଜନ ମହାନ୍ତି ପ୍ରମୁଖ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଡିସିର ‘ଚନ୍ଦ୍ରଭାଗା ବିଚ୍‌ କାଫେ’

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ପୁରୀର ଚନ୍ଦ୍ରଭାଗା ବେଳାଭୂମିରେ ଖୋଲିଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) କାଫେଟେରିଆ। ପୁରୀ ପରେ ଓଟିଡିସି ପକ୍ଷରୁ...

ଓବିସି, ଏସ୍‌ଇବିସି ବର୍ଗଙ୍କ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ରହୁ

ଭୁବନେଶ୍ୱର,୧ା୧(ବ୍ୟୁରୋ): ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରୀଛାତ୍ରଙ୍କ ଲାଗି ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷା ନିମନ୍ତେ ସ୍ଥାନ ସଂରକ୍ଷଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ରାଜ୍ୟରୁ ୨୬୯ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୭ ଜଣ କ୍ୱାରାଣ୍ଟାଇନ୍‌ରୁ...

ଆଦିତ୍ୟ ମେମୋରିଆଲ କୁଇଜ୍‌-୨୦୧୯: ଲୟୋଲା ସ୍କୁଲ୍‌ ଚାମ୍ପିୟନ; ୟୁନିଟ୍‌-୮ ଡିଏଭି ପବ୍ଲିକ ସ୍କୁଲ ପ୍ରଥମ ରନର୍ସଅପ୍‌,ମଦର୍ସ ପବ୍ଲିକ ସ୍କୁଲ ଦ୍ୱିତୀୟ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଲୟୋଲା ସ୍କୁଲ ଓ ଆଦିତ୍ୟ ମେମୋରିଆଲ ଫାଉଣ୍ଡେଶନ ପକ୍ଷରୁ ନବମ ଆଦିତ୍ୟ ମେମୋରିଆଲ କୁଇଜ ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟରେ ଅନୁଷ୍ଠିତ...

ଓଡିଶୀ ନୃତ୍ୟଶିଳ୍ପୀ ମିନତି ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓଡିଶୀ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ଡ. ମିନତି ମିଶ୍ରଙ୍କ ସୋମବାର ଭୋରୁ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ...

ପକ୍କାଘର ଆବଣ୍ଟନକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ରାଜ୍ୟରେ ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ପ୍ରାୟ ତିନି ବର୍ଷ କାଳ ରାଜ୍ୟ ସରକାର କେନ୍ଦ୍ର...

ଘରେ ରୋଷେଇ କରିବା ବେଳେ ଗୁଳି କରି ଦୁର୍ବୃତ୍ତ ଫେରାର, ମହିଳା ଗୁରୁତର

ଦେବଗଡ଼,୧୫।୧୨(ଡି.ଏନ୍‌.ଏ.): ଦେବଗଡ଼ ଜିଲା ବାରକୋଟ ଥାନା କଦୋଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ରାତିରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ମହିଳା ଗୁରୁତର...

ବିନା ଭକ୍ତରେ ଚତୁର୍ଦ୍ଧାବିଗ୍ରହଙ୍କ ସୁନାବେଶ

ପୁରୀ ଅଫିସ, ୨।୭: ନବଦିନାତ୍ମକ ଯାତ୍ରା ଶେଷକରି ବୁଧବାର ବାହୁଡ଼ି ଆସିଛନ୍ତି ଚତୁର୍ଦ୍ଧାବିଗ୍ରହ। ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ମହାପ୍ରଭୁଙ୍କର ଗୁରୁବାର ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଛି।...

Advertisement
Archives

Model This Week