Posted inଜାତୀୟ

ପଙ୍ଗୋଙ୍ଗ ହ୍ରଦ ନିକଟରୁ ସୈନ୍ୟ ହଟାଉ ଚାଇନା: ସେନା ଅଧିକାରୀସ୍ତରୀୟ ଆଲୋଚନାରେ ଭାରତର ଦାବି

ନୂଆଦିଲ୍ଲୀ,୬ା୬(ପି.ଟି./ଆଇଏଏନ୍‌ଏସ୍‌)-ସୀମା ବିବାଦକୁ ନେଇ ପୂର୍ବ ଲଦାଖରେ ମାସେ ହେଲା ଅଚଳାବସ୍ଥା ଲାଗି ରହିଥିବାବେଳେ ଏହାର ସମାଧାନ ପାଇଁ ପ୍ରଥମ ବଡ଼ ପଦକ୍ଷେପ ସ୍ବରୂପ ଶନିବାର ଭାରତ ଓ ଚାଇନା ସୈନ୍ୟବାହିନୀର ଲ୍ୟୁଟ୍‌ନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। ଲେହସ୍ଥିତ ୧୪ କର୍ପସ୍‌ର ଜେନେରାଲ ଅଫିସର କମାଣ୍ଡିଂ ଲ୍ୟୁଟ୍‌ନାଣ୍ଟ ଜେନେରାଲ ହରିନ୍ଦର ସିଂ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିବାବେଳେ ଚାଇନା ପକ୍ଷର ନେତୃତ୍ୱ ନେଇଛନ୍ତି ତିବ୍ବତ୍‌ ମିଲିଟାରି ଜିଷ୍ଟିକ୍ଟର କମାଣ୍ଡର। ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ଚାଇନା ପାର୍ଶ୍ୱରେ ଥିବା ମାଲ୍‌ଡୋ ସୀମାନ୍ତ ସୈନ୍ୟ ମିଟିଙ୍ଗ୍‌ ପଏଣ୍ଟରେ ଏହି ଆଲୋଚନା ହୋଇଥିଲା। ପଙ୍ଗୋଙ୍ଗ ସୋ ହ୍ରଦର ଉତ୍ତର ପାର୍ଶ୍ୱରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ପୂର୍ବ ସ୍ଥିତିରେ ପରିବର୍ତ୍ତନ ପାଇଁ ଉଦ୍ୟମ ଚଳାଇଛି। ସେଥିପାଇଁ ଉକ୍ତ ଅଞ୍ଚଳରେ ପିଏଲ୍‌ଏ କ୍ୟାମ୍ପ୍‌ ନିର୍ମାଣ କରିଛି। ସେଠାରୁ ଚାଇନା ଏହାର ସୈନ୍ୟ ପ୍ରତ୍ୟାହାର କରିନେବା ସହ କ୍ୟାମ୍ପ୍‌ ହଟାଇନେବାକୁ ଭାରତ ପକ୍ଷରୁ ଦାବି କରାଯାଇଥିବା ଜଣାପଡିଛି।
ସୀମାନ୍ତ ଅଞ୍ଚଳରେ ଉପୁଜିଥିବା ସଙ୍କଟର ସମାଧାନ ପାଇଁ ଦୁଇ ଦେଶର ଅଧିକାରୀମାନେ ଉଭୟ ସାମରିକ ଓ କୂଟନୈତିକ ଚ୍ୟାନେଲରେ ସମାଧାନ ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି ବୋଲି ଭାରତୀୟ ସେନା ମୁଖପାତ୍ର ସୂଚନା ଦେଇଛନ୍ତି। ଭାରତ-ଚାଇନା ସୀମା ପ୍ରସଙ୍ଗରେ ତୃତୀୟ ପକ୍ଷର ସ୍ଥାନ ନାହିଁ ବୋଲି ସରକାର ପୂର୍ବରୁ ସ୍ପଷ୍ଟ କରିଦେଇଛନ୍ତି। ଗତ ୨ ତାରିଖରେ ଦୁଇଦେଶର ମେଜର ଜେନେରାଲ ପାହ୍ୟାର ଅଧିକାରୀସ୍ତରୀୟ ଆଲୋଚନା ହୋଇଥିଲା। ତେବେ ଏଥିରେ କୌଣସି ନିଷ୍କର୍ଷ ବାହାରିପାରି ନ ଥିଲା। ବହୁସଂଖ୍ୟାରେ ଚାଇନା ସୈନ୍ୟ ପଙ୍ଗୋଙ୍ଗ ହ୍ରଦର ଫିଙ୍ଗର ୪ ଅଞ୍ଚଳରେ କ୍ୟାମ୍ପ ପକାଇଛନ୍ତି। ଭାରତ ପକ୍ଷରୁ ମଧ୍ୟ ସେଠାକୁ ଅନୁରୂପ ସଂଖ୍ୟକ ଯବାନ ପଠାଯାଇଛି। ପଙ୍ଗୋଙ୍ଗ ହ୍ରଦକୁ ୮ଟି ଫିଙ୍ଗରରେ ବିଭକ୍ତ କରାଯାଇଛି। ୧ରୁ ୪ ପର୍ଯ୍ୟନ୍ତ ଫିଙ୍ଗର ଭାରତ ନିୟନ୍ତ୍ରଣରେ ଥିବାବେଳେ ୫ରୁ ୮ ଫିଙ୍ଗର ଚାଇନା ଅଧୀନରେ ରହିଛି। ଫିଙ୍ଗର ୪ ନିକଟରେ ଭାରତୀୟ ଘାଟି ରହିଥିବାବେଳେ ଫିଙ୍ଗର ୮ ପର୍ଯ୍ୟନ୍ତ ସବୁ ଅଞ୍ଚଳକୁ ଭାରତ ଦାବି କରୁଛି। ଫଳରେ ଫିଙ୍ଗର ୪ରୁ ୮ ପର୍ଯ୍ୟନ୍ତ ଅଞ୍ଚଳ ବିବାଦୀୟ ହୋଇରହିଛି ଏବଂ ଏହାକୁ ନେଇ ବେଳେବେଳେ ଦୁଇ ସେନା ମୁହାଁମୁହିଁ ହେଉଛନ୍ତି। ମେ’ ୫ରେ ଉକ୍ତ ଅଞ୍ଚଳରେ ଭାରତ ଓ ଚାଇନ ସୈନ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଉଭୟ ପକ୍ଷରୁ ଅନେକ ଆହତ ହୋଇଥିଲେ।
ଶୁକ୍ରବାର ଦୁଇଦେଶ ମଧ୍ୟରେ କୂଟନୈତିକ ସ୍ତରୀୟ ଆଲୋଚନା ହୋଇଥିଲା। ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ମତପାର୍ଥକ୍ୟ ଦୂର କରିବା ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ। ୨୦୧୮ରେ ଉହାନ ସହରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଅନୁଷ୍ଠିତ ଅନୌପଚାରିକ ସମିଟ୍‌ରେ ନିଆଯାଇଥିବା ନିଷ୍ପତ୍ତି ଓ ମାର୍ଗଦର୍ଶିକା ଅନୁଯାୟୀ ବିବାଦ ସମାଧାନ କରିବାକୁ ଦୁଇ ପକ୍ଷ ସହମତ ହୋଇଥିଲେ। ଏହା ବ୍ୟତୀତ ଦୁଇ ସେନାର ସ୍ଥାନୀୟ କମାଣ୍ଡରଙ୍କ ମଧ୍ୟରେ ୧୨ ଥର ଏବଂ ମେଜର ଜେନେରାଲ ସ୍ତରରେ ୩ ଥର ବୈଠକ ଅନୁଷ୍ଠିତ ହୋଇସାରିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପିତାଙ୍କ ମୃତ୍ୟୁ ଖବର ସହିପାରିଲେନି ଝିଅ, ନେଲେ ଏମିତି ପଦକ୍ଷେପ

ଭୋପାଳ,୨୧ା୧୦: ପିତା ଏବଂ କନ୍ୟାଙ୍କ ସମ୍ପର୍କ ଦୁନିଆରେ ସବୁଠାରୁ ଅନନ୍ୟ ବୋଲି ବିବେଚନା କରାଯାଏ। ଗୋଟିଏ ଝିଅ ଜୀବନଠାରୁ ଅଧିକ ଭଲ ପାଏ ତା’ ପିତାଙ୍କୁ।...

ମୋଦି ତାଙ୍କ ବନ୍ଧୁମାନଙ୍କୁ ବିକ୍ରି କରୁଛନ୍ତି ଦେଶର ସମ୍ପତ୍ତି: କଂଗ୍ରେସ…

ନୂଆଦିଲ୍ଲୀ,୩୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏହାର ନଅ ବର୍ଷର କାର୍ଯ୍ୟକାଳ ଶେଷ କରିଛନ୍ତି। ଏହି ଅବସରରେ ଭାଜପା ବିଭିନ୍ନ ସ୍ଥାନରେ...

ପଦକ ବିଜେତାଙ୍କ ସହ ଫୋନ୍‌ରେ କଥା ହେଲେ ମୋଦି

ନୂଆଦିଲ୍ଲୀ,୩୦।୮: ସୋମବାର ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟ୍‌ମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଅବନୀ ଲେଖରା ଶୁଟିଂରେ ଦେଶ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ଯୋଗେଶ...

୨୪ ଘଣ୍ଟା ଖୋଲା ରହିବ ରେଷ୍ଟୁରାଣ୍ଟ୍‌-ମଲ୍‌-ପବ୍‌: ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ମୁମ୍ବାଇ,୨୨।୧: ମୁମ୍ବାଇରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାର ପ୍ରୟାସ ଜାରି ରଖିଛନ୍ତି। ଏନେଇ ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କ...

ମମତାଙ୍କୁ ଟକ୍କର ଦେବେ ପ୍ରିୟଙ୍କା

କୋଲକତା,୧୦।୯: ଚଳିତ ମାସ ଶେଷରେ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ଭବାନୀପୁରରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ...

ପଶ୍ଚିମବଙ୍ଗର ଟ୍ରିପଲ୍‌-ମ୍ୟୁଟାଣ୍ଟ ଷ୍ଟ୍ରେନ୍‌ ବଢାଉଛି ଚିନ୍ତା

କୋଲକାତା, ୨୨।୪: ପଶ୍ଚିମବଙ୍ଗରେ କରୋନା ଭୂତାଣୁର ନୂଆ ରୂପ (ଟ୍ରିପଲ୍‌ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌) ମିଳିବା ପରେ ଏହା ଚିନ୍ତା ବଢ଼ାଇଛି। ଡବଲ୍‌ ମ୍ୟୁଟାଣ୍ଟ (ବି.୧.୬୧୭) ପରେ...

୨.୯ କୋଟି ଭାରତୀୟଙ୍କ ଡାଟା ଚୋରି

ନୂଆଦିଲ୍ଲୀ,୨୪।୫: ଦିନିକୁ ଦିନ ସାଇବର କ୍ରିମିନାଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ହେଉଛି। ସାବଧାନ ନ ହେଲେ ଅନେକ କ୍ଷତି ସହିବାକୁ ପଡୁଥିବା ଦେଖାଯାଇଛି। ନିକଟରେ ଆଉ ଏକ...

ମହାଦେବଙ୍କ ରୂପରେ ନଜର ଆସିଲେ ତେଜପ୍ରତାପ

ପାଟନା,୨୩।୭: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କୁ ନିଆରା ରୂପରେ ଦେଖିବାକୁ ମିଳିଛି। ଶ୍ରାବଣ...

Advertisement
Archives

Model This Week